Rath Yatra 2023: ମହଣ ମହଣ ସୁନାରେ ଦିବ୍ୟ ଦର୍ଶନ ଦେଲେ ଶ୍ରୀଜିଉ, ଆଜି ହେବ ଅଧରପଣା ନୀତି
Advertisement

Rath Yatra 2023: ମହଣ ମହଣ ସୁନାରେ ଦିବ୍ୟ ଦର୍ଶନ ଦେଲେ ଶ୍ରୀଜିଉ, ଆଜି ହେବ ଅଧରପଣା ନୀତି

Suna Besha 2023​: ମହଣ ମହଣ ସୁନାରେ ରଥ ଉପରେ ସଜେଇ ହୋଇଥିଲେ ଶ୍ରୀଜିଉ । ଏହି ଅପୂର୍ବ ଦୃଶ୍ୟ ଦେଖିବା ଲାଗି ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ତ । ବ୍ରହ୍ମାଣ୍ତ ଠାକୁରଙ୍କ ଶ୍ରୀଅଙ୍ଗରେ ଝଟକୁଥିଲା ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର । ମଧ୍ୟାହ୍ନ ଧୂପ, ମଇଲମ, ଶାଢୀ ଖଣ୍ତୁଆ ଲାଗି, ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ । 

ସୌ(ସୋସିଆଲ ମିଡିଆ)

Adharapana 2023​: ପବିତ୍ର ଏକାଦଶୀ ତିଥିରେ ଅଗଣିତ ଭକ୍ତଙ୍କୁ ସୁନାବେଶରେ (Suna Besha 2023) ଦର୍ଶନ ଦେଲେ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ରଥ ଉପରେ ସଜେଇ ହୋଇଥିଲେ ଶ୍ରୀଜିଉ । ଏହି ଅପୂର୍ବ ଦୃଶ୍ୟ ଦେଖିବା ଲାଗି ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ତ । ବ୍ରହ୍ମାଣ୍ତ ଠାକୁରଙ୍କ ଶ୍ରୀଅଙ୍ଗରେ ଝଟକୁଥିଲା ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର । ମଧ୍ୟାହ୍ନ ଧୂପ, ମଇଲମ, ଶାଢୀ ଖଣ୍ତୁଆ ଲାଗି, ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ । ସିଂହଦ୍ବାର ଦେଇ ରଥ ଉପରକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ।

ସୂଚନାଯୋଗ୍ୟ, ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ବାରକୁ ବାହୁଡ଼ିବା ପରେ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଥିଲେ ମହାବାହୁ । ସୁନାବେଶ ଲାଗି ବଡ଼ଦାଣ୍ତରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଡ଼ାକରେ ପ୍ରକମ୍ପତ ହୋଇଉଠିଥିଲା ପୂରା ଶ୍ରୀକ୍ଷେତ୍ର । ସୁନାବେଶ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା । କିନ୍ତୁ ଆରମ୍ଭରୁ ଏକ ଘଣ୍ଟା ବିଳମ୍ବରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଭୋର ୬ଟାରୁ ସାଢେ ୬ଟାରେ ତିନି ରଥରେ ମଙ୍ଗଳ ଆଳତି ଶେଷ ହେବା ପରେ ମଇଲମ, ତଡ଼ପଲାଗି, ଗୋପଳ ବଲ୍ଲଭ ଆଦି ନୀତିକାନ୍ତି କରାଯାଇଥିଲା । ପରେ ନିର୍ଘଣ୍ଟ ନୀତିରେ ସୁଧାର ଆସିବା ସହ ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ସଂଧ୍ୟା ଆଳତୀ ପରେ ୫ଟାରେ ସୁନାବେଶ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ଭଣ୍ତାର ଘରୁ ଦୁର୍ଲଭ ଅଳଙ୍କାର ବାଇଶି ପାହଚ ଦେଇ ଆସିବା ପରେ ଦଇତାପତି ଓ ପୁଷ୍ପାଳକ ସେବକମାନେ ରଥ ଉପରେ ବିଜେ ତିନି ଠାକୁରଙ୍କ ବେଶ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ବଡ଼ ଠାକୁରଙ୍କ ଅଙ୍ଗରେ ଅଳଙ୍କାର ଲାଗି ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତଠାରେ ଅଳଙ୍କାର ଲାଗି ହୋଇଥିଲା । ପରେ ସଂଧ୍ୟା ୬ଟାରେ ସୁନାବେଶ ଶେଷ ହେବା ପରେ ରାଜରାଜେଶ୍ବର ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁନାବେଶ ଚାଲିବା ପରେ ବେଶ ଓଲାଗି ଆରମ୍ଭ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ବଢିବା ସହ ବଡ଼ ସିଂହାର ବେଶ ଓ ଭୋଗ ଲାଗି ହୋଇ ରାତ୍ର ପହୁଡ଼ ହୋଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଦିନ ରଥ ଉପରେ ବିରାଜମାନ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହେବା ପରେ ଆସନ୍ତା ଶନିବାର ଦିନ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ-Horoscope Today 30 June 2023: ଏହିସବୁ ରାଶିଙ୍କୁ ମିଳିବ ଶୁଭଫଳ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଏହା ବି ପଢନ୍ତୁ-Shukra Gochar 2023: ଶୁକ୍ର କରିବେ ରାଶି ପରିବର୍ତ୍ତନ, ମାଲାମାଲ୍ ହେବେ ଏହି ତିନି ରାଶି, ମାଟି ଧରିଲେ ହେବ ସୁନା!

ପ୍ରକାଶ ଥାଉ କି, ସୁନାବେଶ ଲାଗି ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଥିଲା । ସେପଟେ ଚଳିତ ବର୍ଷ ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ୍ ସୁପରିଚାଳନା କରାଯାଇଥିଲା । ଏଥି ଲାଗି ପ୍ରାୟ ୫୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମେଡ଼ିକାଲ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ତକୁ ନୋ ଭେହିକିଲ ଜୋନ କରାଯିବା ସହ ବଡ଼ଦାଣ୍ତକୁ ସଂଯୋଗ କରୁଥିବା ୧୬ଟି ରାସ୍ତାକୁ ସିଲ୍ କରାଯାଇଥିଲା ।

ଏହା ବି ପଢନ୍ତୁ-Bank holiday in July: ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖି ନିଅନ୍ତୁ ଛୁଟିଦିନ ତାଲିକା