Janmashtami Puja 2022: ଜନ୍ମାଷ୍ଟମୀ ପୂଜା ପାଇଁ ଘରକୁ ଆଣନ୍ତୁ କୃଷ୍ଣଙ୍କର ଏପରି ପ୍ରତିମା, ମିଳିବ ଭଗବାନଙ୍କ କୃପା
Advertisement
Article Detail0/zeeodisha/odisha1308151

Janmashtami Puja 2022: ଜନ୍ମାଷ୍ଟମୀ ପୂଜା ପାଇଁ ଘରକୁ ଆଣନ୍ତୁ କୃଷ୍ଣଙ୍କର ଏପରି ପ୍ରତିମା, ମିଳିବ ଭଗବାନଙ୍କ କୃପା

Janmashtami Puja 2022: କୃଷ୍ଣ ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କର ବିଭିନ୍ନ ରୂପ ସ୍ଥାପିତ ହୋଇଥିଲା । ଜାଣନ୍ତୁ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ (Shri Krishna) କେଉଁ ପ୍ରକାର ପ୍ରତିମାକୁ ଘରକୁ ଆଣିବା ଉଚିତ୍ ।

ସୌ: ସୋସିଆଲ ମିଡିଆ

Krishna Janmashtami 2022: ଭଗବାନ ଶ୍ରୀକୃଷ୍ଣ (Lord Krishna) କୃଷ୍ଣ ପକ୍ଷର ଅଷ୍ଟମ ଦିନରେ ରୋହିଣୀ ନକ୍ଷତ୍ରରେ (Rohini Nakshatra) ଜନ୍ମ ହୋଇଥିଲେ । ଜନ୍ମାଷ୍ଟମୀ ଦିନ ଭକ୍ତମାନେ ପୂର୍ଣ୍ଣ ଭକ୍ତି ଓ ଉପବାସ ସହିତ ବାଲ ଗୋପାଳଙ୍କୁ (Bal Gopal) ପୂଜା କରନ୍ତି । କୃଷ୍ଣ ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କର ବିଭିନ୍ନ ରୂପ ସ୍ଥାପିତ କରାଯାଇଥାଏ । କିଛି ସ୍ଥାନରେ ତାଙ୍କୁ ଶାଳିଗ୍ରାମ (Shaligram) ଓ ଅନ୍ୟ କିଛି ସ୍ଥାନରେ ତାଙ୍କୁ ଲଡୁ ଗୋପାଳ (Laddu Gopal) ରୂପେ ପୂଜା କରାଯାଏ । ଜନ୍ମାଷ୍ଟମୀ ଦିନ ବାଲ ଗୋପାଳଙ୍କ ପ୍ରତିମା ସିଂହାସନରେ ସ୍ଥାପିତ କରି ସେଗୁଡ଼ିକ ସୁସଜ୍ଜିତ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ (Shri Krishna) କେଉଁ ପ୍ରକାର ପ୍ରତିମାକୁ ଘରେ ଆଣିବା ଉଚିତ୍ ।

ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କର ଶିଶୁ ରୂପ ସ୍ଥାପନା କରାଯାଇଥାଏ । ସେଥିପାଇଁ ଏହି ଦିନ ଅଧିକାଂଶ ଲୋକ ବାଲ-ଗୋପାଳଙ୍କ ମୂର୍ତ୍ତିକୁ ଘରକୁ ଆଣିଥାନ୍ତି । ଯଦିଓ, ଆପଣ ଆପଣଙ୍କ ଇଚ୍ଛା ଅନୁଯାୟୀ ଭଗବାନଙ୍କ ରୂପକୁ ନେଇ ମଧ୍ୟ ପୂଜା କରିପାରିବ । ଉଦାହରଣ ସ୍ୱରୂପ, ଯଦି ଆପଣ ବିବାହିତ ଜୀବନରେ ସୁଖ ଆଣିବାକୁ ଚାହାଁନ୍ତି, ତେବେ ଆପଣ ରାଧା-କୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବା ଉଚିତ୍ । ଯଦି ସନ୍ତାନ ପ୍ରାପ୍ତି କରିବାର ଇଚ୍ଛା ଅଛି, ତେବେ ଶିଶୁ କୃଷ୍ଣଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଘରେ ସୁଖ ଓ ସମୃଦ୍ଧି ଇଚ୍ଛା କରୁଥିଲେ ଜନ୍ମାଷ୍ଟମୀ ଦିନ ଏକ ବଂଶୀ ଧରିଥିବା କୃଷ୍ଣ ପ୍ରତିମା ସ୍ଥାପନା କରନ୍ତୁ ।

ଜନ୍ମାଷ୍ଟମୀ ମଧ୍ୟରାତ୍ରିରେ ଭଗବାନ କୃଷ୍ଣଙ୍କ ପ୍ରତିମାକୁ ଏକ ପାତ୍ରରେ ରଖନ୍ତୁ । ଏହାପରେ ପ୍ରତିମାକୁ କ୍ଷୀର, କଦଳୀ, ମହୁ ଏବଂ ଘି ସହିତ ସ୍ନାନ କରନ୍ତୁ । ଶେଷରେ, କାହ୍ନା ମୂର୍ତ୍ତିକୁ ପାଣିରେ ସ୍ନାନ କରାନ୍ତୁ । ଭଗବାନ ଶ୍ରୀକୃଷ୍ଣ ହଳଦିଆ ରଙ୍ଗକୁ ଭଲ ପାଆନ୍ତି, ତେଣୁ ଏହାକୁ ତାଙ୍କ ପରିଧାନରେ ବ୍ୟବହାର କରିବା ଉଚିତ୍ । ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ଓ ସମାନ ରଙ୍ଗର ବସ୍ତ୍ର ପ୍ରଦାନ କରନ୍ତୁ । ପୂଜା ସମୟରେ ଚନ୍ଦନ ସୁଗନ୍ଧ ବ୍ୟବହାର କରନ୍ତୁ ଓ କଳା ପୋଷାକ ପିନ୍ଧି ପୂଜା କରନ୍ତୁ ନାହିଁ ।

ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଭଗବାନ କୃଷ୍ଣଙ୍କର ଏହା ହେଉଛି ୫୨୪୯ ତମ ଜନ୍ମଦିନ । ଶାସ୍ତ୍ର ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମୀ ତିଥିରେ ରାତିର ଅଷ୍ଟମୀ ମୁହୂର୍ତ୍ତରେ ହୋଇଥିଲା । ଅଷ୍ଟମୀ ତିଥିର ଉଦୟ ତିଥି ହେଉଛି ୧୯ ତାରିଖ । ତେଣୁ ଅଗଷ୍ଟ ୧୯ରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀ ପାଳନ କରାଯିବ । ଏହି ଜନାଷ୍ଟମୀ ଉପରେ ୮ ପ୍ରକାରର ଶୁଭ ଯୋଗ ମଧ୍ୟ ରହିଛି । ଏହି ୮ ଶୁଭ ଯୋଗ ହେଉଛି-ମହାଲକ୍ଷ୍ମୀ, ବୁଦ୍ଧାଦିତ୍ୟ, ଧ୍ରୁବ, ଛତ୍ର, କୁଲଦୀପକ, ଭାରତୀ, ହର୍ଷ ଏବଂ ସତକୀର୍ତ୍ତି ।

ଏହା ବି ପଢ଼ନ୍ତୁ: Krishna Janmashtami 2022: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ଜୋରଦାର ପ୍ରସ୍ତୁତି, ସୁରକ୍ଷା କଡ଼ାକଡ଼ି