ODI World Cup23: ବିଶ୍ୱକପରୁ ଆଉଟ ହେବା ପରେ ମୁହଁ ଖୋଲିଲେ ଚହଲ, କହିଲେ ମୋର…
Advertisement
Article Detail0/zeeodisha/odisha1895580

ODI World Cup23: ବିଶ୍ୱକପରୁ ଆଉଟ ହେବା ପରେ ମୁହଁ ଖୋଲିଲେ ଚହଲ, କହିଲେ ମୋର…

Yuzvendra Chahal:  ବିଶ୍ୱକପରୁ ବାଦ ପଡ଼ିଛନ୍ତି ୟୁଜବେନ୍ଦ୍ର ଚହଲ । ଏହା ପୂର୍ବରୁ ୨୦୨୧ ମସିହା ଟି-୨୦ ବିଶ୍ୱକପ୍ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା । ଏହା ପୂର୍ବରୁ ୨୦୨୨ ମସିହା ଟି-୨୦ ବିଶ୍ୱକପରେ ମଧ୍ୟ ସେ ଟିମରେ ଥିଲେ ବି, ଖେଳିବାର ସୁଯୋଗ ପାଇନଥିଲେ । 

ସୌ(ସୋସିଆଲ ମିଡିଆ)

Yuzvendra Chahal: ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ (Yuzvendra Chahal) ODI ବିଶ୍ୱକପ (ICC world cup 2023) ପାଇଁ ଟିମ୍ ଇଣ୍ତିଆରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ଏହା ପୂର୍ବରୁ ୨୦୨୧ ମସିହା ଟି-୨୦ ବିଶ୍ୱକପ୍ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା । ଏହା ପୂର୍ବରୁ ୨୦୨୨ ମସିହା ଟି-୨୦ ବିଶ୍ୱକପରେ ମଧ୍ୟ ସେ ଟିମରେ ଥିଲେ ବି, ଖେଳିବାର ସୁଯୋଗ ପାଇନଥିଲେ । ତେଣୁ ଏଥର ବି ବିଶ୍ୱକପ୍ ଦଳରେ ସ୍ଥାନ ନପାଇବା ପରେ, ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ୍ (world cup) ଦଳରୁ ବାହାରେ ରହିଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ।

ସୂଚନାଯୋଗ୍ୟ, ବିଶ୍ୱକପରେ ଅଣଦେଖା ହେବା ପରେ ୟୁଜବେନ୍ଦ୍ର ଚହଲ (Yuzvendra Chahal) ଏନେଇ ପ୍ରତିକ୍ରିୟା ରଖିଛନ୍ତି। ୱିସଡେନକୁ ସାକ୍ଷାତକାର ଦେଇ ଚହଲ କହିଛନ୍ତି, ‘ବିଶ୍ୱକପରୁ ବାଦ୍ ପଡିବା ଅଭ୍ୟାସ ହେଇଗଲାଣି । ଜୀବନର ଏ ଗୋଟିଏ ଅଂଶ ହେଇଗଲାଣି । ତେବେ ବିଶ୍ୱକପ୍ ହେଉଛି ଏମିତି ଗୋଟିଏ ଟୁର୍ଣ୍ଣାମେଂଟ ଯେଉଁଠି କେବଳ ୧୫ ଜଣ ଖେଳାଳି ହିଁ ସିଲେକ୍ଟ ହେଇପାରିବେ । ତେଣୁ ଟିମ୍ ର୍ ସିଲେକ୍ଟ ନହେବା ଏବେ ଅଭ୍ୟାସ ପାଲଟିଗଲାଣି । ଏଥିସହିତ ସେ ଏବେ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ତାହା ହିଁ ତାଙ୍କ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ । ବର୍ତ୍ତମାନ ଏଥିରେ ମୁଁ ଅଭ୍ୟସ୍ତ ହୋଇଗଲିନି । ବର୍ତ୍ତମାନ ସୁଦ୍ଧା ତିନୋଟି ବିଶ୍ୱକପ୍ ରେ ଏପରି ହୋଇଛି। ” ଏହି ଲେଗ୍ ସ୍ପିନର (Leg spinner) ଆହୁରି ମଧ୍ଯ କହିଛନ୍ତି, ଏହି କାରଣରୁ ମୁଁ କେଣ୍ଟ ଆସିଛି । କାରଣ ମୁଁ କୌଣସି ପ୍ରକାର କ୍ରିକେଟ୍ ଖେଳିବାକୁ ଚାହୁଁଛି । ମୁଁ ରେଡ୍ ବଲ୍ କ୍ରିକେଟ୍ ଖେଳିବାର ସୁଯୋଗ ପାଇଛି । ମୁଁ ଭାରତ ପାଇଁ ରେଡ୍ ବଲ୍ କ୍ରିକେଟ୍ ଖେଳିବାକୁ ଚାହୁଁଛି । ଏହା ମୋ ପାଇଁ ଏକ ଭଲ ଅନୁଭୂତି । ମୁଁ ପ୍ରଥମ ଡିଭିଜନ୍ କାଉଣ୍ଟି ଖେଳୁଛି । ପୂର୍ବରୁ ସ୍ପିନ ବୋଲିଂ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ ଚହଲ । ଏହାକୁ ମିଶାଇ ଲଗାତାର ତିନୋଟି ବିଶ୍ୱକପରୁ ତାଙ୍କୁ ବାଦ ଦିଆଯାଇଛି ।

Also Read-RBI: ବଢିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି, ଜାଣନ୍ତୁ ଲାଷ୍ଟ Date କେବେ?

ପ୍ରକାଶ ଥାଉ କି, ବିଶ୍ୱକପ ଲାଗି ଭାରତୀୟ ଦଳରେ ୩ଟି ସ୍ପିନ୍ ବୋଲରଙ୍କୁ ସାମିଲ କରାଯାଇଛି । ଏଥିରେ ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ନାଁ ରହିଛି । ଅକ୍ଷର ପଟେଲ ଆଘାତ ଯୋଗୁଁ ଦଳରୁ ବାଦ ପଡ଼ିବାରୁ ତାଙ୍କ ସ୍ଥାନରେ ଆର. ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି । ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଭଲ ପ୍ରଦର୍ଶନ କରିଥିଲେ।