IND vs SA: ପନ୍ତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଜିତିଲା ଟିମ୍ ଇଣ୍ଡିଆ; ଏମାନେ ହଉଛନ୍ତି ବିଜୟର ୫ ହିରୋ
Advertisement
Article Detail0/zeeodisha/odisha1220330

IND vs SA: ପନ୍ତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଜିତିଲା ଟିମ୍ ଇଣ୍ଡିଆ; ଏମାନେ ହଉଛନ୍ତି ବିଜୟର ୫ ହିରୋ

IND vs SA: ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ବିଜୟ । ଏହି ବିଜୟ ପରେ ଭାରତ ଏହି ସିରିଜକୁ ଜିତିବାର ଆଶା ରଖିଛି । ତେବେ ପରାଜୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ସିରିଜରେ ୨-୧ ରେ ଆଗରେ ରହିଛି ।

ସାଙ୍କେତିକ ଫଟୋ

India vs South Africa 3rd T20: ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଭାରତୀୟ କ୍ରିକେଟ୍ ଦଳ (Team India) ତୃତୀୟ ଟି-୨୦ ରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରିବା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ହାତେଇବାକୁ ଆଶା ଉଜ୍ଜୀବିତ କରିଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପାଞ୍ଚ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା ​​ଓ ଏହା ପରେ ଆଫ୍ରିକୀୟ ଦଳ ୧୯.୧ ଓଭରରେ ମାତ୍ର ୧୩୧ ରନ୍ କରିବାରେ ସଫଳ ହୋଇଥିଲା । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ବିଜୟ । ଏଥି ସହିତ, ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ବିଜୟ । ଏହି ବିଜୟ ପରେ ଭାରତ ଏହି ସିରିଜ ଜିତିବାର ଆଶା ରଖିଛି । ତେବେ ପରାଜୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ସିରିଜରେ ୨-୧ ରେ ଆଗରେ ରହିଛି । ଟିମ୍ ଇଣ୍ଡିଆର ଏହି ଗୁରୁତ୍ୱପୂର୍ଣ୍ଣ ବିଜୟରେ ଏହି ୫ ଖେଳାଳି ହିରୋ ଭାବରେ ସାମ୍ନାକୁ ଆସିଥିଲେ । ନଜର ପକାନ୍ତୁ ଏହି ୫ ଖେଳାଳିଙ୍କ ଉପରେ ...

୧. ରିତୁରାଜ ଗାୟକ୍ଵାଡ: କିଛି ସମୟ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଗାୟକ୍ଵାଡ ଠିକ୍ ସମୟରେ ଆସି ଦଳକୁ ମଜବୁତ କରିଥିଲେ । ସେ ପ୍ରଥମ ୱିକେଟ୍ ପାଇଁ ଇଶାନ୍ କିଶାନଙ୍କ ସହ ୯୭ ରନ୍ ଭାଗିଦାରୀ କରିଥିଲେ । ଗାୟକ୍ଵାଡ ୩୫ ବଲରେ ୭ ଚୌକା ଓ ୨ ଛକା ମାରି ନିଜର ପ୍ରଥମ ଆନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଇଶାନ କିଶନଙ୍କ ସହ ଗାୟକ୍ଵାଡଙ୍କ ସହଭାଗିତା ଶେଷରେ ନିର୍ଣ୍ଣାୟକ ପ୍ରମାଣିତ ହୋଇଥଲା ।

୨. ଇଶାନ୍ କିଶାନ୍: କିଶାନ୍ ଏହି ସିରିଜରେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଟି-୨୦ ମ୍ୟାଚରେ ମଧ୍ୟ ସେ ଅର୍ଦ୍ଧଶତକ ମାରିଥିଲେ । ତୃତୀୟ ମ୍ୟାଚ୍‌ରେ ଇଶାନ ପାଞ୍ଚଟି ଚୌକା ଓ ଦୁଇଟି ଛକା ସହାୟତାରେ ୩୫ ବଲରେ ୫୪ ରନର ଇନିଂସ ଖେଳିଥିଲେ । ସେ ପ୍ରଥମ ୱିକେଟ୍ ପାଇଁ ରିତୁରାଜ ଗାୟକ୍ଵାଡଙ୍କ ସହ ୯୭ ରନ୍ ଭାଗିଦାରୀ କରିଥିଲେ । ଅନ୍ତର୍ଜାତୀୟ ଟି-୨୦ ରେ କିଶାନ ନିଜର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି । କିଶାନଙ୍କ ଏହି ସହଭାଗୀତା ଶେଷରେ ନିର୍ଣ୍ଣାୟକ ପ୍ରମାଣିତ ହୋଇଥଲା ।

୩. ହର୍ଷଲ ପଟେଲ: ୧୮୦ ରନ୍ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାକୁ ଲାଗିଥିଲା । ଏଥିରେ ହର୍ଷଲ ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯିଏ ମଧ୍ୟମ ଓଭରରେ କ୍ରମାଗତ ୱିକେଟ୍ ନେଇ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କ ଅଣ୍ଟା ଭାଙ୍ଗି ଦେଇଥିଲେ । ହର୍ଷଲ ମାତ୍ର ୨୫ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ ।

୪. ୟୁଜବେନ୍ଦ୍ର ଚହଲ: ଗତ କିଛି ମ୍ୟାଚ୍ ପାଇଁ ଫର୍ମ ବାହାରେ ଥିବା ୟୁଜଭେନ୍ଦ୍ର ଚହଲ ମଧ୍ୟ ତିନିଟି ୱିକେଟ୍ ନେଇ ଭାରତ ପାଇଁ ମ୍ୟାଚକୁ ସହଜ କରିଥିଲା । ଚହଲ ଚାରି ଓଭରରେ ୨୦ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ ଓ ଗୋଟିଏ ପଟେ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇ ରଖିଥିଲେ । ତାଙ୍କର ଉଜ୍ଜ୍ୱଳ ପ୍ରଦର୍ଶନ ପାଇଁ ୟୁଜଭେନ୍ଦ୍ର ଚହଲଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ସିରିଜରେ ପ୍ରଥମ ଥର ପାଇଁ ସ୍ପିନରମାନେ ଏକ ଇନିଂସରେ ୨ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇଥିଲେ ।ଏଥିସହିତ ବାମହାତୀ ସ୍ପିନର ଅକ୍ଷର ପଟେଲ ୪ ଓଭରରେ ୨୮ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ସେ ଦଳକୁ ମ୍ୟାଚର ପ୍ରଥମ ସଫଳତା ଦେଇଥିଲେ ।

୫. ହାର୍ଦ୍ଦିକ ପାଣ୍ଡ୍ୟା: ପାଣ୍ଡ୍ୟା ବୋଲିଂ କରି ନ ଥିଲେ । କିନ୍ତୁ ସେ ବ୍ୟାଟିଂରେ ଦଳ ପାଇଁ ଏକ ଉପଯୋଗୀ ଇନିଂସ ଖେଳିଥିଲେ । ନିଜର ଇନିଂସରେ ପାଣ୍ଡ୍ୟା ୪ ଟି ଚୌକା ସହାୟତାରେ ମାତ୍ର ୨୧ ଟି ବଲରେ ୩୧ ରନ କରି ଅପରାଜିତ ରହିଥିଲେ । ଶେଷରେ ତାଙ୍କ ଇନିଂସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିଲା ।

ଏହା ବି ପଢ଼ନ୍ତୁ: National Herald Case: ରାହୁଲ ଗାନ୍ଧୀଙ୍କୁ ପଚରାଉଚୁରା ଜାରି; ଆଜି ପୁଣି ଡାକିଲା ED