Asia Cup 2023: ଏସିଆ କପ୍ ପାଇଁ ଭାରତର ଐତିହାସିକ ନିଷ୍ପତ୍ତି, ପାକିସ୍ତାନ ଯିବେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ରାଜୀବ ଶୁକ୍ଳା
Advertisement
Article Detail0/zeeodisha/odisha1841571

Asia Cup 2023: ଏସିଆ କପ୍ ପାଇଁ ଭାରତର ଐତିହାସିକ ନିଷ୍ପତ୍ତି, ପାକିସ୍ତାନ ଯିବେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ରାଜୀବ ଶୁକ୍ଳା

Asia Cup 2023: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିସିସିଆଇ ସଭାପତି ରୋଜର ବିନ୍ନି ପାକିସ୍ତାନ ଗସ୍ତ କରିବେ ।

ସୌ: ସୋସିଆଲ ମିଡିଆ

Asia Cup 2023: ପାକିସ୍ତାନ ଓ ଶ୍ରୀଲଙ୍କା ମାଟିରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତରେ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରୋଜର ବିନ୍ନି (Roger Binny) ଓ ଉପ-ସଭାପତି ରାଜୀବ ଶୁକ୍ଳା (Rajeev Shukla) ପାକିସ୍ତାନ ଗସ୍ତ କରିବେ । ଏସିଆ କପ୍‌ର ଉଦଘାଟନୀ ସମାରୋହରେ ରୋଜର ବିନ୍ନି ଓ ରାଜୀବ ଶୁକ୍ଳା ଅଂଶଗ୍ରହଣ କରିବେ । ଏହି ପଦକ୍ଷେପକୁ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ପଦକ୍ଷେପ ବୋଲି ମଧ୍ୟ କୁହାଯାଇପାରେ । ୩୦ ଅଗଷ୍ଟରୁ ଏସିଆ କପ୍ ଅନୁଷ୍ଠିତ ହେବାକୁ ଯାଉଛି ଓ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ ।

ଏଥର ପାକିସ୍ତାନର ଏସିଆ କପ୍ ଆୟୋଜନ କରିବାର ଅଧିକାର ଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନକୁ ଏକ ଦଳ ପଠାଇବାକୁ ମନା କରିଦେଇଛି । ବହୁ ବିବାଦ ପରେ ପାକିସ୍ତାନ ସହିତ ଶ୍ରୀଲଙ୍କାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏସିଆ କପ୍‌ର ୫ଟି ମ୍ୟାଚ୍ ପାକିସ୍ତାନରେ ଓ ୯ ଟି ମ୍ୟାଟ୍ ଶ୍ରୀଲଙ୍କାରେ ଖେଳାଯିବ । ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ କେବଳ ଶ୍ରୀଲଙ୍କାରେ ଖେଳିବ । ଟୁର୍ଣ୍ଣାମେଣ୍ଟର ଫାଇନାଲେ ମ୍ୟାଚ୍ ପାକିସ୍ତାନରେ ମଧ୍ୟ ଖେଳାଯିବ ।

ବିସିସିଆଇ ସଭାପତିଙ୍କ ପାକିସ୍ତାନ ଗସ୍ତ କାହିଁକି ଏକ ବଡ଼ ସଙ୍କେତ?
ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କର ପ୍ରଭାବ କ୍ରିକେଟ୍ ଉପରେ ମଧ୍ୟ ଦେଖିବାକୁ ମିଳିଛି । ୨୦୦୬ ପରଠାରୁ ଭାରତ ପାକିସ୍ତାନ ଗସ୍ତ ପାଇଁ କୌଣସି ଦଳ ପଠାଇ ନାହିଁ । ଏପରିକି ୨୦୧୨ ମସିହାରୁ ପାକିସ୍ତାନ ଦଳ ଭାରତ ଆସିନାହିଁ । ୨୦୧୨ ପରଠାରୁ ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିଆ କପରେ କେବଳ ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ବିସିସିଆଇ ସଭାପତି ରୋଜର ବିନ୍ନିଙ୍କ ପାକିସ୍ତାନ ଗସ୍ତ ଏକ ବଡ଼ ସଙ୍କେତ ଦେଉଛି ।

ବିସିସିଆଇର ଏହି ପଦକ୍ଷେପ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କର ଉନ୍ନତି ଭାବରେ ଦେଖାଯାଇପାରେ । ୨୦୨୫ ରେ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଆୟୋଜିତ ହେବ । ବିସିସିଆଇର ଏହି ପଦକ୍ଷେପ ପରେ ଅନୁମାନ କରାଯାଇପାରେ ଯେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟର ଅଂଶ ହେବା ପାଇଁ ପାକିସ୍ତାନ ଯିବ । ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ର ଏକ ଅଂଶ ହେବାକୁ ହେଲେ ପାକିସ୍ତାନ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ଆସିବାକୁ ଦାବି କରିଛି । ଯଦିଓ ଏ ବିଷୟରେ ଅଧିକ କିଛି କୁହାଯାଇପାରିବ ନାହିଁ । ଯଦି ସବୁକିଛି ଠିକ ରହେ, ତେବେ ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ମଧ୍ୟ ଦେଖିବାକୁ ମିଳିବ ।

ଏହା ବି ପଢ଼ନ୍ତୁ: World Cup 2023: ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ଚୟନ କଲେ ସୌରଭ ଗାଙ୍ଗୁଲି, ଏହି ଖେଳାଳିମାନଙ୍କୁ ଦେଲେ ସ୍ଥାନ

ଏହା ବି ପଢ଼ନ୍ତୁ: Yuvraj Singh Baby: ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ହଜେଲ, ଦେଖନ୍ତୁ ଫଟୋ