KKR VS DC: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମୁକାବିଲା, ପୂର୍ବ ପ୍ରତିଶୋଧ ଲକ୍ଷ୍ୟରେ ପନ୍ତ ବାହିନୀ
Advertisement
Article Detail0/zeeodisha/odisha2226869

KKR VS DC: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ ମୁକାବିଲା, ପୂର୍ବ ପ୍ରତିଶୋଧ ଲକ୍ଷ୍ୟରେ ପନ୍ତ ବାହିନୀ

KKR VS DC: ଇଣ୍ତିଆନ ପ୍ରିମିୟର ଲିଗ୍ -୧୭ରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡ଼ର୍ସ (KKR VS DC) ମଧ୍ଯରେ ୪୭ତମ ମ୍ୟାଚ୍ ଖେଳାଯିବ । ଇଡ଼େନ ଗାର୍ଡ଼େନରେ ମୁହାଁମୁହିଁ ହେବେ ଦୁଇ ଦଳ । ଉଭୟ ଦଳ ମଧ୍ଯରେ ପୂର୍ବରୁ ୩୩ ଥର ମୁକାବିଲା ହୋଇଥିବା ବେଳେ କୋଲକାତା ୧୭ ଥର ଓ ଦିଲ୍ଲୀ ୧୫ଟି ମ୍ୟାଚ୍ ରେ ବିଜୟୀ ହୋଇଛି ।

ଶ୍ରେୟାସ ଆୟରଙ୍କ ନେତୃତ୍ବାଧୀନ କୋଲକାତା ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଦଳ ୫ଟିରେ ବିଜୟୀ ଓ ୩ଟି ମ୍ୟାଚ୍ ରେ ପରାଜିତ ହୋଇଛି । ମୋଟ ୧୦ ଅଙ୍କ ସହ ଦଳ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ଶେଷ ମ୍ୟାଚ୍ ରେ ଟିମ୍ ପଞ୍ଜାବ କିଙ୍ଗସ୍ ନିକଟରୁ ବଡ଼ ସ୍କୋର କରି ମଧ୍ଯ ପରାଜିତ ହୋଇଥିଲା । ବ୍ୟାଟିଂରେ ଦୁଇ ଓପନର ସୁନୀଲ ନାରାୟଣ ଓ ଫିଲ ସଲ୍ଟଙ୍କ ସମେତ ଭେଙ୍କଟେଶ ଆୟର, ଶ୍ରେୟାସ ଆୟର, ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂ ଭଲ ଫର୍ମରେ ରହିଛନ୍ତି । ବ୍ୟାଟିଂରେ ଦଳ ଭଲ ସ୍କୋର କରୁଥିବାବେଳେ ଦୁର୍ବଳ ବୋଲିଂ ଦଳ ପାଇଁ ଚିନ୍ତା ବଢାଇଛି।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସୁଦ୍ଧା ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ଓ ୫ଟିରେ ପରାସ୍ତ ହୋଇଛି ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲର ୬ଷଷ୍ଠ ସ୍ଥାନରେ ରହିଛି ଦଳ । ସିଜନ ଆରମ୍ଭରୁ ଦିଲ୍ଲୀର ପ୍ରଦର୍ଶନ ଦୁର୍ବଳ ରହିଥିବା ବେଳେ ଏବେ ଦଳ ଟ୍ରାକକୁ ଫେରିଛି । ଦିଲ୍ଲୀ ଶେଷ ଦୁଇଟି ମ୍ୟାଚ୍ ରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ୨୦୦ରୁ ଅଧିକ ରନ୍ କରି ସ୍କୋର କରିବା ସହ ମ୍ୟାଚ୍ ଜିତିଛି । ବ୍ୟାଟିଂରେ ଜେକ ଫ୍ରେଜର ମ୍ୟାକଗର୍କ ଭଲ ଫର୍ମରେ ରହିଛନ୍ତି । ଅନ୍ୟତମ ଓପନର ଅଭିଷେକ ପୋରେଲ, ରଷଭ ପନ୍ତ, ସାଇ ହ୍ରୋପ, ତ୍ରିଷ୍ଟାନ୍ ଷ୍ଟବସ ମଧ୍ଯ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ତେବେ ବୋଲିଂ ବିଭାଗରେ ଖଲିଲ ଅହମ୍ମଦ, ଲିଜାର୍ଡ଼ ୱିଲିୟମସ୍, ମୁକେଶ କୁମାର, କୁଳଦୀପ ଯାଦବ ପ୍ରମୁଖ ରହିଛନ୍ତି । ତେବେ ଉଭୟ ଦଳ ଭଲ ଫର୍ମରେ ରହିଥିବା ବେଳେ ମ୍ୟାଚ୍ କୁ ପୂର୍ବାନୁମାନ କରାଯାଇପାରୁନାହିଁ ।