IPL 2024: କୋଲକାତା ନାଇଟ୍ ରାଇଡର୍ସ ପୁନର୍ବାର ଶ୍ରେୟାସ ଆୟରକୁ କଲା ଅଧିନାୟକ, ନୀତୀଶ ରାଣାଙ୍କ ବଦଳିଗଲା ଭୂମିକା
Advertisement
Article Detail0/zeeodisha/odisha2010818

IPL 2024: କୋଲକାତା ନାଇଟ୍ ରାଇଡର୍ସ ପୁନର୍ବାର ଶ୍ରେୟାସ ଆୟରକୁ କଲା ଅଧିନାୟକ, ନୀତୀଶ ରାଣାଙ୍କ ବଦଳିଗଲା ଭୂମିକା

KKR Captain 2024: କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କୁ ପୁଣି ଥରେ ଧିନାୟକ କରିଛି । ଆୟରଙ୍କ ପ୍ରତ୍ୟାବର୍ତ୍ତନ ସହିତ ନୀତୀଶ ରାଣାଙ୍କ ଭୂମିକା ବଦଳି ଯାଇଛି ।

 

KKR Captain 2024

Shreyas Iyer IPL 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପାଇଁ ପ୍ରସ୍ତୁତି ବହୁତ ଦ୍ରୁତ ଗତିରେ ଚାଲିଛି । ଏହି ସିଜିନ୍ ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ । ଆଇପିଏଲ୍ ୨୦୨୪ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦଳ ଶ୍ରେୟାସ ଆୟରଙ୍କୁ ପୁଣି ଅଧିନାୟକ କରିଛି । ଆହତ କାରଣରୁ ଆୟର ଗତ ସିଜନରେ ଖେଳିପାରିନଥିଲେ । ତାଙ୍କ ଅନୁପସ୍ଥିତିରେ ନୀତୀଶ ରାଣାଙ୍କୁ ଅଧିନାୟକ କରାଯାଇଥିଲା ।

କେକେଆର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ସୂଚନା ସେୟାର କରିଛି । ଦଳ ପୁନର୍ବାର ନୀତୀଶ ରାଣାଙ୍କ ସ୍ଥାନରେ ଆୟରକୁ ଅଧିନାୟକ କରିଛି । ଆହତ କାରଣରୁ ଆୟର ଗତ ସିଜନରେ ଖେଳିପାରିନଥିଲେ । ଏହି କାରଣରୁ ନୀତୀଶ ପୁରା ସିଜିନରେ ଅଧିନାୟକ ହୋଇଥିଲେ । ବର୍ତ୍ତମାନ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସହିତ ତାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରାଯାଇଛି । ନୀତୀଶଙ୍କୁ ଉପ-ଅଧିନାୟକ କରାଯାଇଛି । ଆୟର ଜଣେ ଅଭିଜ୍ଞ ଖେଳାଳି ଓ ଅନେକ ଥର ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ଅଧିନାୟକ ହେବା ପରେ ଶ୍ରେୟସ୍ ଆୟର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନୀତୀଶ ରାଣାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଆୟର କହିଛନ୍ତି, ଗତ ସିଜିନ୍ ଆମ ପାଇଁ ବହୁତ ଚ୍ୟାଲେଞ୍ଜ ଥିଲା । ନୀତୀଶ ତାଙ୍କ ଦାୟିତ୍ୱକୁ ବହୁତ ଭଲ ଭାବରେ ପୂରଣ କରିଥିଲେ । ମୋ ସ୍ଥାନ ପୂରଣ କରିବା ସହିତ ସେ ଭଲ କ୍ୟାପଟେନ୍ ମଧ୍ୟ ହୋଇଥିଲେ । ମୁଁ ଖୁସି ଯେ କେକେଆର ତାଙ୍କୁ ଉପ-ଅଧିନାୟକ କରିଛି । ଏଥିରେ କୌ ଣସି ସନ୍ଦେହ ନାହିଁ ଯେ ତାଙ୍କ ଯୋଗୁଁ ଦଳର ଶକ୍ତି ବୃଦ୍ଧି ପାଇବ ।

କହିରଖୁଛୁ ଯେ IPL 2023 ର ପଏଣ୍ଟ ଟେବୁଲରେ KKR ନମ୍ବର ୭ ରେ ଥିଲା । ଏହି ଦଳ ୧୪ଟି ମ୍ୟାଚ୍ ଖେଳି ୬ଟି ଜିତିଥିଲେ । କେକେଆରକୁ ୮ ଟି ମ୍ୟାଚରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା । ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ରିଙ୍କୁ ସିଂ । ୧୪ଟି ମ୍ୟାଚରେ ରିଙ୍କୁ ୪୭୪ ରନ୍ ସଂଗ୍ରହ କରିଥିଲେ । ଏହି ଅବଧିରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ । ରିଙ୍କୁଙ୍କ ଶ୍ରେଷ୍ଠ ସ୍କୋର ୬୭ ଅପରାଜିତ ଥିଲା ।