BCCI ସଭାପତି ପଦ ହରାଇବା ପରେ ସୌରଭ ଗାଙ୍ଗୁଲି ରୋଜର ବିନ୍ନିକୁ ନେଇ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1401076

BCCI ସଭାପତି ପଦ ହରାଇବା ପରେ ସୌରଭ ଗାଙ୍ଗୁଲି ରୋଜର ବିନ୍ନିକୁ ନେଇ ଦେଲେ ବଡ଼ ବୟାନ

Sourav Ganguly On Roger Binny: ବିସିସିଆଇ ଏଜିଏମ୍ ବୈଠକରେ ରୋଜର ବିନ୍ନି ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ ହେବା ସମେତ ରାଜୀବ ଶୁକ୍ଲା ଉପ-ସଭାପତି, ଜୟ ଶାହା ସଚିବ, ଦେବଜିତ୍ ସାଇକିଆ ସହ-ସଚିବ ଓ ଆଶିଷ ଶେଲାର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଗାଙ୍ଗୁଲି ମଧ୍ୟ ବିନ୍ନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୌ: ସୋସିଆଲ ମିଡିଆ

Sourav Ganguly On Roger Binny: ସୌରଭ ଗାଙ୍ଗୁଲି ବର୍ତ୍ତମାନ ଭାରତ କ୍ରିକେଟ୍ ବୋର୍ଡର (BCCI) ସଭାପତି ପଦ ହରାଇଛନ୍ତି । ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି (Roger Binny) ଆନୁଷ୍ଠାନିକ ଭାବରେ ବୋର୍ଡର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଦିନ ମୁମ୍ବାଇରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ (AGM) ରେ ବିନ୍ନି ବିସିସିଆଇର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ବିସିସିଆଇ ଚୌକି ଛାଡିବା ପରେ ଗାଙ୍ଗୁଲି ପୁଣିଥରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ର ସଭାପତି ହୋଇପାରନ୍ତି ।

ବିସିସିଆଇରେ ନିଜ କ୍ୟାରିୟର ଶେଷ ହେବା ପରେ ଗାଙ୍ଗୁଲି ବୋର୍ଡର ନୂତନ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଗାଙ୍ଗୁଲି କହିଛନ୍ତି, "ମୁଁ ରୋଜର ବିନ୍ନିଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଯେଉଁ ନୂତନ ଟିମ୍ ମନୋନୀତ ହୋଇଛନ୍ତି, ସେମାନେ ଜିନିଷଗୁଡ଼ିକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବ । ବିସିସିଆଇ ବର୍ତ୍ତମାନ ଭଲ ହାତରେ ଅଛି । ଭାରତୀୟ କ୍ରିକେଟ୍ ବହୁତ ମଜବୁତି ସହିତ ଆଗକୁ ବଢୁଛି । ଆମେ ସେମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛୁ ।"

ଅକ୍ଟୋବର ୨୦୧୯ ରେ ଭାରତର ପୂର୍ବତନ ଅଧିନାୟକ ଗାଙ୍ଗୁଲି ବୋର୍ଡର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ବୋର୍ଡ ସଭାପତି ଭାବରେ ନିଜର ତିନି ବର୍ଷ ପୂରଣ କରିଥିଲେ । ଏହାପୂର୍ବରୁ ବିନ୍ନି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଗାଙ୍ଗୁଲି ବିସିସିଆଇ କାର୍ଯ୍ୟାଳୟରେ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ସେ ନିରାଶ ହୋଇଥିଲେ ଓ ବିସିସିଆଇର ସଭାପତି ଭାବରେ ନିଜର କାର୍ଯ୍ୟକାଳ ଜାରି ରଖିବାକୁ ଚାହୁଁଥିଲେ । ଖବର ଅନୁଯାୟୀ, ଗାଙ୍ଗୁଲିଙ୍କୁ ଆଇପିଏଲର ଅଧ୍ୟକ୍ଷ ପଦ ଅଫର କରାଯାଇଥିଲା, କିନ୍ତୁ ସେ ବିନମ୍ରତା ସହ ଏହାକୁ ମନା କରିଦେଇଥିଲେ ।

ବିସିସିଆଇ ଏଜିଏମ୍ ବୈଠକରେ ବିନ୍ନି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବ୍ୟତୀତ ରାଜୀବ ଶୁକ୍ଲା ଉପ-ସଭାପତି, ଜୟ ଶାହା ସଚିବ, ଦେବଜିତ୍ ସାଇକିଆ ସହ-ସଚିବ ଓ ଆଶିଷ ଶେଲାର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ମଙ୍ଗଳବାର ଦିନ ମୁମ୍ବାଇରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ସଭା (AGM) ରେ ବିଶ୍ୱକପ ୧୯୮୩ ବିଜେତା ଦଳର ସଦସ୍ୟ ରୋଜର ବିନ୍ନି ବୋର୍ଡର ୩୬ ତମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସେ ଗତ ତିନି ବର୍ଷ ଧରି ବୋର୍ଡର ସଭାପତି ପଦରେ ବସିଥିଲେ । 

ଏହା ବି ପଢ଼ନ୍ତୁ: BCCI: ରୋଜର ବିନ୍ନି ହେଲେ ବିସିସିଆଇର ନୂଆ BOSS, ସୌରଭ ଗାଙ୍ଗୁଲିଙ୍କ ଠାରୁ ଛଡ଼ାଇ ନେଲେ ଚୌକି

ଏହା ବି ପଢ଼ନ୍ତୁ: ସୌରଭ ଗାଙ୍ଗୁଲିଙ୍କୁ ନେଇ ପିଏମ ମୋଦିଙ୍କ ପାଖରେ ଏହି ଖାସ୍ ଅପିଲ କଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ: India vs Pakistan: ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ସଚିନ୍ ତେନ୍ଦୁଲକର କଲେ ବଡ଼ ଭବିଷ୍ୟବାଣୀ