IPL 2024: ଏତିକି ଲକ୍ଷ ଟଙ୍କାର ଜରିମାନା ଗଣିବେ ଋତୁରାଜ୍ ଓ କେ.ଏଲ.ରାହୁଲ, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha2214320

IPL 2024: ଏତିକି ଲକ୍ଷ ଟଙ୍କାର ଜରିମାନା ଗଣିବେ ଋତୁରାଜ୍ ଓ କେ.ଏଲ.ରାହୁଲ, ଜାଣନ୍ତୁ କାହିଁକି

IPL 2024: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ(CSK) ଋତୁରାଜ୍ ଗାଏକ୍ବାଡ୍ ( Ruturaj Gaikwad) ଓ ଲକ୍ଷ୍ନୌ ସୁପର ଜ୍ୟୋଣ୍ଟସ୍  (LSG ) ଅଧିନାୟକ କେଏଲ୍ ରାହୁଲ (KL Rahul) ଙ୍କ ଉପରେ ଜରିମାନା କରାଯାଇଛି। ଜାଣନ୍ତୁ କେତେ ଟଙ୍କା ଉଭୟଙ୍କ ଉପରେ ଫାଇନ୍ ଲାଗିଛି...ପଢନ୍ତୁ ପୂରା ଖବର...

ସୌଜନ୍ୟ-ସୋସିଆଲ୍ ମିଡିଆ

IPL 2024: ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ(CSK) ଋତୁରାଜ୍ ଗାଏକ୍ବାଡ୍ ( Ruturaj Gaikwad) ଓ ଲକ୍ଷ୍ନୌ ସୁପର ଜ୍ୟୋଣ୍ଟସ୍  (LSG ) ଅଧିନାୟକ କେଏଲ୍ ରାହୁଲ (KL Rahul) ଙ୍କୁ ୧୨ ଲକ୍ଷ ଲେଖାଏଁ ଜରିମାନା କରାଯାଇଛି। ଧିମା ବୋଲିଂ ଲାଗି ଉଭୟ ଦଣ୍ତିତ ହୋଇଛନ୍ତି। ଶୁକ୍ରବାର ଲକ୍ଷ୍ନୌରେ ଖେଳାଯାଇଥିବା ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ।  ଏହି ମ୍ୟାଚରେ ସିଏସକେ  ଓଏଲଏସଜି ଟିମ୍ ନିର୍ଦ୍ଦାରିତ ସମୟରେ ବୋଲିଂ ଶେଷ କରିପାରି ନଥିଲେ।  ପୂର୍ବରୁ ଧିମା ବୋଲିଂ ଲାଗି ଦିଲ୍ଲୀ କ୍ୟାପିଟାଲ୍ ଅଧିନାୟକ ଋଷଭ ପନ୍ଥ ଓ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟର ଶ୍ରେୟସ୍ ଆୟରଙ୍କୁ ଜରିମାନା କରାଯାଇଥିଲା। 

ALSO READ: Petrol Diesel Price Today: ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଲିଟର ପିଛା କେତେ ଅଛି ଦର?

ନିକଟରେ ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍‌ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । କ୍ୟାପଟେନ୍‌ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ବଡ଼ ସ୍କୋର୍‌ ବି କରିଥିଲା।  ଅର୍ଦ୍ଧଶତକ ପରେ ବି ଋଷଭଙ୍କ ଉପରେ ଜରିମାନା ଲଗାଯାଇଥିଲା। ଧିର ବୋଲିଂ ପାଇଁ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଫାଇନ୍‌ ଲଗାଇଛି ବିସିସିଆଇ(BCCI)। କେବଳ ସେତିକି ନୁହେଁ , ଏହା ପୂର୍ବରୁ ଗୁଜରାଟ ଟାଇଟନ୍ସର କ୍ୟାପଟେନ ଶୁବମନ ଗିଲ୍‌ ମଧ୍ୟ ଜୋରିମାନା ଗଣିଥିଲେ। ସ୍ଲୋ ଓଭର୍‌ ରେଟ୍‌ ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଗଣିବାକୁ ପଡ଼ିଥିଲା।