World Cup 2023: କ୍ରମାଗତ ଷଷ୍ଠ ମ୍ୟାଚ୍ ଜିତି ସେମିଫାଇନାଲରେ ଧାଁସୁ ଏଣ୍ଟ୍ରି ମାରିଲା ଟିମ୍ ଇଣ୍ଡିଆ, ବାଦ ପଡ଼ିଲା ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ
Advertisement
Article Detail0/zeeodisha/odisha1935809

World Cup 2023: କ୍ରମାଗତ ଷଷ୍ଠ ମ୍ୟାଚ୍ ଜିତି ସେମିଫାଇନାଲରେ ଧାଁସୁ ଏଣ୍ଟ୍ରି ମାରିଲା ଟିମ୍ ଇଣ୍ଡିଆ, ବାଦ ପଡ଼ିଲା ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ

ICC Cricket World Cup 2023: ଆଇସିସି ବିଶ୍ୱକପ ୨୦୨୩ ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ।

ICC ODI World Cup 2023 Semi Final

IND vs ENG World Cup 2023: ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା କମ୍ ସ୍କୋରିଂ ବିଶିଷ୍ଟ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଚଳିତ ବିଶ୍ୱକପ୍‌ରେ 'ଷଷ୍ଠ' ବିଜୟ ହାସଲ କରିଛି । ଭାରତ ଲଗାତାର ଏହି ୬ଟି ବିଜୟ ସହ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲ ପାଇଁ ଟିକେଟ୍ ପାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଦଳ ହୋଇଯାଇଛି । ବିଶ୍ୱକପ୍ ୨୦୨୩ ଆୟୋଜନ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୬ଟି ମ୍ୟାଚ୍ ଜିତି ବିରୋଧୀ ଦଳକୁ ଏକ ଚେତାବନୀ ଦେଇଛି । ଟିମ୍ ଇଣ୍ଡିଆ ବ୍ୟତୀତ ଏହି ଟୁର୍ନାମେଣ୍ଟରେ ଅବଶିଷ୍ଟ ୯ଟି ଦଳ ଅତି କମରେ ଗୋଟିଏ ମ୍ୟାଚ୍ ହାରିଛନ୍ତି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ନମ୍ବର ୱାନ ସ୍ଥାନ ଅଧିକାର କରିଛି । ଦକ୍ଷିଣ ଆଫ୍ରିକାକୁ ଏକ ନମ୍ବର ସ୍ଥାନରୁ ଠେଲି ଭାରତ ଶୀର୍ଷକୁ ଫେରିଛି ।

୬ଟି ମ୍ୟାଚରେ ଭାରତୀୟ ଦଳ ୧୨ ପଏଣ୍ଟ ପାଇଛି । ୬ଟି ମ୍ୟାଚରୁ ୧୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ଦେଇଥିବା ୨୩୦ ରନର ଲକ୍ଷ୍ୟକୁ ପିଛାକରି ପଜୋସ୍ ବଟଲର୍ଙ୍କ ଦଳ ୩୪.୫ ଓଭରରେ ୧୨୯ ରନ୍ ସ୍କୋର କରି ଅଲ୍ ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପାଇଁ ଲିଆମ୍ ଲିଭିଙ୍ଗଷ୍ଟୋନ୍ ସର୍ବାଧିକ ୨୭ ରନର ଇନିଂସ ଖେଳିଥିବାବେଳେ ଡେଭିଡ୍ ମାଲାନ୍ ୧୬ ରନ୍ ସ୍କୋର କରିବା ପରେ ପ୍ୟାଭିଲିୟନକୁ ଫେରିଥିଲେ । ଜୋ ରୁଟ୍ ଓ ବେନ୍ ଷ୍ଟୋକ୍ସ ମଧ୍ୟ ଖାତା ଖୋଲିପାରିନଥିଲେ, ଯେତେବେଳେ କି ବେୟାରଷ୍ଟୋ ୧୪ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । କ୍ୟାପଟେନ ବଟଲର ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ଭାରତ ପାଇଁ ଦ୍ରୁତ ବୋଲର ମହମ୍ମଦ ଶାମି ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା ୩ ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି ୱିକେଟ୍ ନେଇଥିଲେ । ଜାଡେଜା ଗୋଟିଏ ୱିକେଟ୍ ପାଇଥିଲେ । ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ଏହା ସବୁଠାରୁ କମ୍ ସ୍କୋର ଥିଲା । ଏହାପୂର୍ବରୁ, ୧୯୯୯ ବିଶ୍ୱକପରେ ଇଂଲଣ୍ଡ ,ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଭାରତ ୮ ୱିକେଟ୍ ପାଇଁ ୨୩୨ ରନ୍ ସ୍କୋର କରିଥିଲା, ଯାହା ବିଶ୍ୱକପ ଇତିହାସରେ ସର୍ବନିମ୍ନ ସ୍କୋର ଥିଲା।

ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ୧୮ ହଜାର ରନ୍ ପୂରଣ କଲେ ରୋହିତ 
ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମା ୧୮ ହଜାର ରନ୍ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବାରେ ରୋହିତ ପଞ୍ଚମ ଭାରତୀୟ ହୋଇଛନ୍ତି । ରୋହିତ ୧୮୦୪୦ ରନ୍ ସ୍କୋର କରିଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଥିବାବେଳେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସଚିନଙ୍କ ନାମରେ ୩୪୩୫୭ ଆନ୍ତର୍ଜାତୀୟ ରନ୍ ଥିବାବେଳେ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍ ରେ ୨୬୧୨୧ ରନ୍ କରିଛନ୍ତି । ରାହୁଲ ଦ୍ରାବିଡ ଅନ୍ତର୍ଜାତୀୟ କ୍ରିକେଟରେ ୨୪୨୦୮ ରନ୍ ସଂଗ୍ରହ କରିଥିବାବେଳେ ସୌରଭ ଗାଙ୍ଗୁଲି ୧୮୫୭୫ ରନ୍ ସ୍କୋର କରିଛନ୍ତି ।