WPL 2024 Prize Money: ବିଜୟ ପରେ ମାଲେମାଲ RCB, ପରାଜୟ ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଟଙ୍କା ବର୍ଷା!
Advertisement
Article Detail0/zeeodisha/odisha2162304

WPL 2024 Prize Money: ବିଜୟ ପରେ ମାଲେମାଲ RCB, ପରାଜୟ ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଟଙ୍କା ବର୍ଷା!

WPL 2024 Prize Money: ସ୍ମୃତି ମନ୍ଧନାଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (Royal Challengers Bangalore) ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍ (WPL) ଚାମ୍ପଅନ୍ ହୋଇଛି । ଫାଇନାଲରେ ୮ ୱିକେଟ୍ ରେ ଘରୋଇ ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି ଆରସିବି । 

WPL 2024 Prize Money: ବିଜୟ ପରେ ମାଲେମାଲ RCB, ପରାଜୟ ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ଟଙ୍କା ବର୍ଷା!

WPL 2024 Prize Money: ସ୍ମୃତି ମନ୍ଧନାଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (Royal Challengers Bangalore) ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍ (WPL) ଚାମ୍ପଅନ୍ ହୋଇଛି । ଫାଇନାଲରେ ୮ ୱିକେଟ୍ ରେ ଘରୋଇ ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି ଆରସିବି । ସେପଟେ ଲଗାତର ଦ୍ବିତୀୟ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର (Delhi Capitals ) ଟାଇଟଲ ଆଶା ଧୂଳିସାତ୍ ହୋଇଛି । ତେବେ ଆସନ୍ତୁ ଜାଣିବା ଫାଇନାଲରେ କାହାକୁ ମିଳିଲା କେତେ ପ୍ରାଇଜ ମନି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ୍ ହୋଇଛି । ମହିଳା ପ୍ରିମିୟର ଲିଗ୍ ୨୦୨୪ ଟାଇଟଲ୍ ଜିତିବା ପରେ ଆରସିବି ଟିମ୍ ଉପରେ ହୋଇଛି ଟଙ୍କା ବର୍ଷା । ବିଜୟୀ ହେବା ପରେ ଦଳକୁ ୬ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି। ସେପଟେ ଫାଇନାଲରେ ପରାସ୍ତ ହୋଇଥିବା ଦିଲ୍ଲୀ କ୍ୟାପିଟାଲକୁ ମିଳିଛି ୩ କୋଟି ଟଙ୍କାର ପ୍ରାଇଜ ମନି। ଗତ ସିଜନରେ ମଧ୍ଯ ବିଜେତା ଓ ରନର୍ ଅପ୍ ର ପୁରସ୍କାର ରାଶି ଏତିକି ରହିଥିଲା ।

 

ମହିଳା ପ୍ରିମିୟର ଲିଗ୍ ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ ଓ ଆରସିବି ମଧ୍ୟରେ କମ୍ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥିଲା ​​। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ମାତ୍ର ୧୧୩ ରନ୍ ରେ ଅଲ ଆଉଟ୍ ହୋଇଯାଇଥିଲା । ଧୂଆଁଧାର ଖେଳ ଆରମ୍ଭ କରିଥିବା ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ବେଶ ସମୟ ତିଷ୍ଠି ପାରିନଥିଲା । ସେପଟେ ୧୧୪ ରନ୍ ର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ସେତେଟା କଷ୍ଟସାଧ୍ୟ ନଥିଲା । ଓପନିଂ ଯୋଡ଼ି ସ୍ମୃତି ମନ୍ଧନା ଓ ଶୋଫି ଡ଼ିଭାଇନ୍ ଚତ୍ମକାର ବ୍ୟାଟିଂ କରି ୪୯ ରନର ପାର୍ଚନରସିପ୍ କରିଥିଲେ । ଡ଼ିଭାଇନ୍ ୩୨ ରନ୍ କରି ଆଉଟ ହୋଇଥିଲା । ଏହାପରେ ଏଲିସ ପେରୀ କ୍ରିଜରେ ଯୋଗ ଦେଇ ମନ୍ଧନାଙ୍କ ସହ ମିଶି ସ୍କୋରକୁ ୮୨ରେ ପହଞ୍ଚାଇଥିଲେ । ମନ୍ଧନା ୩୧ ରନ୍ କରି ପାଭିଲିୟନ୍ ଫେରିଥିଲେ । ପରେ ପେରୀ ଓ ରିଚା ଘୋଷ ୩ଟି ବଲ ବାକି ଥାଇ ଦଳକୁ ଚାମ୍ପଅନ୍ କରାଇଥିଲା ।  ପେରୀ ୪ଟି ଚୌକା ବଳରେ ୩୫ ଓ ରିଚା ୧୭ ରନ୍ କରି ଅପରାଜିତ ଥିଲେ ।