Mahaprabhu: ବଡ଼ ଠାକୁରଙ୍କ ପାଇଁ ଗୁଜୁରାଟରୁ ଆସିଲା ବଡ଼ ଉପହାର, ଏବେ ଜଗା ପରିଧାନ କରିବ ନୁଆ ତିଲକ..
Advertisement
Article Detail0/zeeodisha/odisha2018975

Mahaprabhu: ବଡ଼ ଠାକୁରଙ୍କ ପାଇଁ ଗୁଜୁରାଟରୁ ଆସିଲା ବଡ଼ ଉପହାର, ଏବେ ଜଗା ପରିଧାନ କରିବ ନୁଆ ତିଲକ..

Mahaprabhu: ଦୁଇଟି ସୁବର୍ଣ୍ଣର ତିଲକ ଓ ତିନୋଟି ରୂପା ମୁକୁଟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ ଗୁଜୁରାଟର ଜଣେ ଦାତା। ଆଜି ପୁରୀରେ ପହଞ୍ଚିବା ପରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ତା ପରେ ପାରମ୍ପରିକ ଶୋଭାଯାତ୍ରାରେ ଏହି ଅଳଙ୍କାର ଶ୍ରୀମନ୍ଦିରକୁ ନିଆଯାଇଛି। ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତରିତ କରାଯାଇଛି। 

Mahaprabhu: ବଡ଼ ଠାକୁରଙ୍କ ପାଇଁ ଗୁଜୁରାଟରୁ ଆସିଲା ବଡ଼ ଉପହାର, ଏବେ ଜଗା ପରିଧାନ କରିବ ନୁଆ ତିଲକ..

Mahaprabhu: ଦୁଇଟି ସୁବର୍ଣ୍ଣର ତିଲକ ଓ ତିନୋଟି ରୂପା ମୁକୁଟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କଲେ ଗୁଜୁରାଟର ଜଣେ ଦାତା। ଆଜି ପୁରୀରେ ପହଞ୍ଚିବା ପରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ତା ପରେ ପାରମ୍ପରିକ ଶୋଭାଯାତ୍ରାରେ ଏହି ଅଳଙ୍କାର ଶ୍ରୀମନ୍ଦିରକୁ ନିଆଯାଇଛି। ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତରିତ କରାଯାଇଛି। ତେବେ ଏଥର ମହାପ୍ରଭୁ ପରିଧାନ କରିବେ ନୁଆ ତିଲକ। ଆଉ ଗୁଜୁରାଟ ଭକ୍ତଙ୍କ ସ୍ୱର୍ଣ୍ଣାଳଙ୍କାର ଦାନ ଅନ୍ଯ ଭକ୍ତ ମାନଙ୍କୁ ପ୍ରରଣା ଯୋଗାଇବ ବୋଲି ଆଶାବ୍ଯକ୍ତ କରିଛନ୍ତି ସେବାୟତ।

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଦାନ କରିଛନ୍ତି ଗୁଜୁରାଟର ଜଣେ ଭକ୍ତ। ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି। ଦୁଇଟି ସୂବର୍ଣ୍ଣ ତିଲକ ପ୍ରାୟ ଏକ କେଜି ୭୫ଗ୍ରାମ ଓଜନ ସୂନାରେ ତିଆରି ହୋଇଛି ଯାହାର ମୁଲ୍ଯ ପ୍ରାୟ ୭୫ଲକ୍ଷ ଟଙ୍କା। ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୁଲ୍ଯର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ପୁରୀ ଆସି ଛତିଷାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କେରଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଛି। ଆଜି ଏହାକୁ ମହାପ୍ରଭୁଙ୍କୁ ସମର୍ପିତ କରି ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି।

ସେପଟେ ଦାତା ଚିରାଗ ଚିନୁଭାଇ ପଟେଲ ଯେତେବେଳେ ପୁରୀ ଆସି ଶ୍ରୀଜୀୟୂଙ୍କୁ ଦର୍ଶନ କରିଥିଲେ ସେତେବେଳେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କିଛି ସ୍ୱର୍ଣ୍ଣାଳଙ୍କାର ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ଛତିଷା ନିଯୋଗ ମହାନାୟକ, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ତେବେ ମହାପ୍ରଭୁଙ୍କ ତିଲକ କ୍ଷୟ ହୋଇଥିବାରୁ ଗୋଟିଏ ନୂଆ ସେଟ୍ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଣୁ ଏହି ଦାତା ଜଣଙ୍କ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସ୍ୱର୍ଣ୍ଣାଳଙ୍କାର ପ୍ରଦାନ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ଏହି ତିଲକ ଓ ମୁକୁଟକୁ ପୂଜାର୍ଚ୍ଚନା କରାଯାଇଥିଲା।

ତାପରେ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ହସ୍ତାନ୍ତର କରିଛନ୍ତି। ଏଥର ମହାପ୍ରଭୁ ଏହି ସୁବର୍ଣ୍ଣର ଚିତା ପରିଧାନ କରିବେ ବୋଲି କହିଛନ୍ତି ଛତିଷା ନିଯୋଗ ମହାନାୟକ। ଆଉ ଅହମଦାବାଦର ଏହି ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିବା ବହୁ ମୂଲ୍ଯର ଅଳଙ୍କାର ଅନ୍ୟ ଭକ୍ତମାନଙ୍କୁ ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ସେବାୟତ।

Also Read: Banaka Lagi Niti: ଆସନ୍ତାକାଲି ବନକଲାଗି ନୀତି, ଜାଣନ୍ତୁ କେଉଁ ସମୟରୁ ବନ୍ଦ ରହିବ ସାଧାରଣ ଦର୍ଶନ?