Odisha Crime: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଆକ୍ରମଣକାରୀଙ୍କ ଘର ପୋଡିଦେଲେ ଉତ୍ୟକ୍ତ ଲୋକେ
Advertisement
Article Detail0/zeeodisha/odisha2154188

Odisha Crime: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଆକ୍ରମଣକାରୀଙ୍କ ଘର ପୋଡିଦେଲେ ଉତ୍ୟକ୍ତ ଲୋକେ

Odisha Crime: ଗତକାଲି ବିଳମ୍ବିତ ରାତିରେ ବାହାଘର ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରାମାଡ କରି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ ର ଘର ସହ ଆସବାସକୁ ଜାଳି ପୋଡିଦେଲେ ଅଞ୍ଚଳବାସୀ। ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ।

Odisha Crime: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଆକ୍ରମଣକାରୀଙ୍କ ଘର ପୋଡିଦେଲେ ଉତ୍ୟକ୍ତ ଲୋକେ

Odisha Crime: ଗତକାଲି ବିଳମ୍ବିତ ରାତିରେ ବାହାଘର ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରାମାଡ କରି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ ର ଘର ସହ ଆସବାସକୁ ଜାଳି ପୋଡିଦେଲେ ଅଞ୍ଚଳବାସୀ। ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ। ମୃତକ ଜଣକ ହେଲେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନ । ଜଣେ ସାଙ୍ଗର ବାହାଘର ଶୋଭାଯାତ୍ରାରେ ଯୋଗଦେବାକୁ ପ୍ରଶାନ୍ତ ଏବଂ ତାଙ୍କ ସାଙ୍ଗ ଜଗନ୍ନାଥ ଜେନା ଯାଉଥିବା ସମୟରେ ଚନ୍ଦ୍ରଗିରି ଗ୍ରାମର ହରି ପ୍ରଧାନ ଏବଂ ତାଙ୍କ ଭାଇ କୃଷ୍ଣ ପ୍ରଧାନ ମିଶି ଆତର୍କିତ ଭାବେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ।

କୃଷ୍ଣ ପ୍ରଧାନ ପ୍ରଶାନ୍ତକୁ ଜାବୁଡି ଧରିଥିବା ବେଳେ ହରି ପ୍ରଧାନ ଏକ ଛୁରୀ ସାହାଯ୍ୟରେ ପ୍ରଶାନ୍ତର ପେଟ, ଛାତି ଏବଂ ପିଠିରେ ଆକ୍ରମଣ କରିଥିଲା। ଯାହାଫଳରେ ସାଙ୍ଗରେ ଥିବା ଜଗନ୍ନାଥ ଜେନା ଛଡାଇବାକୁ ଉଦ୍ୟମ କରି ଆହାତ ହୋଇଥିବା କହିଛନ୍ତି । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡ଼ାକ୍ତର ସିଦ୍ଧାନ୍ତ ପଣ୍ଡା ପ୍ରଶାନ୍ତକୁ ମୃତ ଘୋଷଣା କରିଥିଲେ । ଉତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇଦେଇଥିବା ବେଳେ,ଖବର ପାଇ ମୋହନା ପୋଲିସ୍ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ନିଆଁକୁ ଆୟତ କରିଛନ୍ତି ।

ସେପଟେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଏବଂ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଥିବାବେଳେ, ପୋଲିସ୍ ୫ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ମଧ୍ୟ ରାତ୍ରରୁ ରାସ୍ତା ଅବରୋଧ ଜାରୀ ରହିଛି ଏବଂ ସ୍ଥାନୀୟ ଲୋକେ ନିଜ ଜିଦିରେ ଅଟଳ ରହିଛନ୍ତି । ସେପଟେ ଜାତୀୟ ରାଜପଥ ମୋହନା - ପାରଳାଖେମୁଣ୍ଡି ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇରହିଛି । ଦୁର ଦୁରାନ୍ତରୁ ଆସୁଥିବା ଯାତ୍ରୀ ମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଘଟଣା ସ୍ଥଳରେ ଉତେଜନା ଲାଗିରହିଥିବା ପରିସ୍ଥିତି ନିୟନ୍ତ୍ରଣାଧୀନ କରିବାକୁ ପୋଲିସ ଜାରି ରଖିଥିବା ଏସଡିପିଓ ଅଶ୍ବିନୀ ନାୟକ ସୁଚନା ଦେଇଛନ୍ତି। ଏବଂ ହତ୍ୟା କାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ପରିବାର ସୁରକ୍ଷିତ ଥିବା କହିଛନ୍ତି।