Odisha News: ଉଦଘାଟିତ ହେଲା ବସନ୍ତ ପଞ୍ଚମୀ ମହୋତ୍ସବ
Advertisement
Article Detail0/zeeodisha/odisha2113039

Odisha News: ଉଦଘାଟିତ ହେଲା ବସନ୍ତ ପଞ୍ଚମୀ ମହୋତ୍ସବ

ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର କଳା ସଂସ୍କୃତିର ପ୍ରସାର କରିବା ପାଇଁ ୨୦୧୯ ମସିହାରେ ଜାକଜମକରେ ଆରମ୍ଭ ହୋଇଥିଲା ବସନ୍ତ ପଞ୍ଚମୀ ମହୋତ୍ସବ। ମହୋତ୍ସବକୁ ଚଳିତବର୍ଷ ବେଶ ଧୁମଧାମରେ ଆୟୋଜନ କରିଛନ୍ତି ବେଗୁନିଆ ବ୍ଲକ ମଲିପଦର ବାସୁଦେବପୁର ଗ୍ରାମବାସୀ। ଗୁରୁବାର ଶୀତୁଆ ସନ୍ଧ୍ୟାରେ ବସନ୍ତ ପଞ୍ଚମୀ ମହୋତ୍ସବରେ ଅନୁଷ୍ଠାନ

Odisha News: ଉଦଘାଟିତ ହେଲା ବସନ୍ତ ପଞ୍ଚମୀ ମହୋତ୍ସବ

Odisha News: ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର କଳା ସଂସ୍କୃତିର ପ୍ରସାର କରିବା ପାଇଁ ୨୦୧୯ ମସିହାରେ ଜାକଜମକରେ ଆରମ୍ଭ ହୋଇଥିଲା ବସନ୍ତ ପଞ୍ଚମୀ ମହୋତ୍ସବ। ମହୋତ୍ସବକୁ ଚଳିତବର୍ଷ ବେଶ ଧୁମଧାମରେ ଆୟୋଜନ କରିଛନ୍ତି ବେଗୁନିଆ ବ୍ଲକ ମଲିପଦର ବାସୁଦେବପୁର ଗ୍ରାମବାସୀ। ଗୁରୁବାର ଶୀତୁଆ ସନ୍ଧ୍ୟାରେ ବସନ୍ତ ପଞ୍ଚମୀ ମହୋତ୍ସବରେ ଅନୁଷ୍ଠାନର ସଭାପତି କୁଞ୍ଜ ବିହାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଆମ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ମହୋତ୍ସବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ।

ସେହିପରି ଗ୍ରାମଞ୍ଚଳର କୁନିକୁନି ପ୍ରତିଭାମାନେ ଏହିଭଳି ମଞ୍ଚରୁ ଯାଇ ରାଜ୍ୟ ତଥା ଦେଶ ବାହାରେ ଆମ କଳାର ପ୍ରଚାର ଭବିଷ୍ୟତରେ କରିବେ । ସମ୍ମାନୀତ ଅତିଥି ଭାବେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଜେଡି ରାଜ୍ୟ ସମ୍ପାଦକ ଓ ସମାଜସେବୀ ନବ କିଶୋର ଖୁଣ୍ଟିଆ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ । ମହୋତ୍ସବ କମିଟି ଉପଦେଷ୍ଟା ଭଗବାନ ଦାଶ , ସଂପାଦକ ଦିବାକର ପଣ୍ଡା ପ୍ରମୁଖ ଯୋଗଦେଇ ମହୋତ୍ସବ ମହୋତ୍ସବ ସଂପର୍କରେ ଆଲୋକପାତ କରିଥିଲେ । ଉଦଘାଟନୀ ଉତ୍ସବରେ ସମ୍ବଲପୁରୀ ,ଗୋଟିପୁଅ ,ପାଇକ ଆଖଡା ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ।

ସେହିପରି ଶିଳ୍ପୀକା ଭୁବନେଶ୍ୱରର କଳାକାରମାନେ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । କାର୍ଯ୍ୟକ୍ରମରେ ସିରିଏଲ ରାଜଯୋଗର ନାୟକ ନାୟିକା ଯୋଗଦେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଦଣ୍ଡୁ ତ୍ରିପାଠୀ,ସାମ୍ବାଦିକ ଚନ୍ଦନ କୁମାର ସୁନ୍ଦରାୟ,ସ୍ୱାସ୍ଥ୍ୟ କର୍ମଚାରୀ ରବୀନ୍ଦ୍ର କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।