ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥରେ ଭାଲୁ ଆତଙ୍କ
Advertisement
Article Detail0/zeeodisha/odisha2184455

ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥରେ ଭାଲୁ ଆତଙ୍କ

ଭୁବନ ବନାଞ୍ଚଳ ଅଧୀନ ମଧ୍ୟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ବୁଲୁଛି ଭାଲୁ । ସନ୍ଧ୍ୟା ଗଡିଲେ ଜଙ୍ଗଲରୁ ରାସ୍ତା ଉପରକୁ ଆସିବା କାରଣରୁ ସ୍ଥାନୀୟ ଲୋକଙ୍କ ମନରେ ଛନକା ପସୁଛି । ରବିବାର ବିଳମ୍ୱିତ ରାତିରେ ଭୁବନ ବାଇପାସ ଓଭରବ୍ରିଜ ଉପରେ ଭାଲୁ ବୁଲୁଥିବାର ଲୋକେ ଦେଖିଛନ୍ତି ।

ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥରେ ଭାଲୁ ଆତଙ୍କ

ଢେଙ୍କାନାଳ: ଭୁବନ ବନାଞ୍ଚଳ ଅଧୀନ ମଧ୍ୟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ବୁଲୁଛି ଭାଲୁ । ସନ୍ଧ୍ୟା ଗଡିଲେ ଜଙ୍ଗଲରୁ ରାସ୍ତା ଉପରକୁ ଆସିବା କାରଣରୁ ସ୍ଥାନୀୟ ଲୋକଙ୍କ ମନରେ ଛନକା ପସୁଛି । ରବିବାର ବିଳମ୍ୱିତ ରାତିରେ ଭୁବନ ବାଇପାସ ଓଭରବ୍ରିଜ ଉପରେ ଭାଲୁ ବୁଲୁଥିବାର ଲୋକେ ଦେଖିଛନ୍ତି ।

ସୂଚନାଯୋଗ୍ୟ, କିଛା ମାସ ମଧ୍ୟରେ ଗାଡି ଦୁର୍ଘଟଣାରେ ୨ଟି ଭାଲୁ ମୃତ୍ୟୁବରଣ କରିଥିବା ଖବର ରହିଛି । ଏଥିସହ ଭୁବନ ପୂର୍ତ୍ତବିଭାଗ ଡାକବଙ୍ଗଳା, ଅଗ୍ନିଶମ ପରିସର ସମେତ ନୂଆଭୁବନ ଅଞ୍ଚଳରେ ମଧ୍ୟ ଭାଲୁ ବୁଲୁଥିବା ଦୃଶ୍ୟ ଲୋକଙ୍କ ନଜରରେ ପଡିଛି । ରାସ୍ତା ଉପରକୁ ଭାଲୁ ଆସିବା କାରଣରୁ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାତି ସମୟରେ ଲୋକମାନେ ରାସ୍ତାରେ ଯିବାକୁ ଡରୁଥିବା କହିଛନ୍ତି । ତେଣୁ ବନ ବିଭାଗ ପକ୍ଷରୁ ରାତି ସମୟରେ ପାଟ୍ରୋଲିଂ କଡାକଡି କରାଯିବାକୁ ଉକ୍ତ ଅଞ୍ଚଳର ଜନସାଧାରଣ ଅନୁରୋଧ କରିଛନ୍ତି ।

Also Read- Odisha Politics: ସ୍ୱାଧୀନ ଲଢ଼ିବେନି ଖାରବେଳ, ନୀଳଗିରି ବିକଳ୍ପ କଥା କହିଲେ

Also Read- ଦିଲ୍ଲୀରେ ୩ଜଣଙ୍କୁ ଆକ୍ରମଣ କଲା ଚିତାବାଘ, ଲୋକଙ୍କ ମନରେ ଭୟ