Srimandir: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପରେ ପରିକ୍ରମା ମାର୍ଗ ପରିଦର୍ଶନ କଲେ ବିଜେଡି ନେତା
Advertisement
Article Detail0/zeeodisha/odisha2066193

Srimandir: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପରେ ପରିକ୍ରମା ମାର୍ଗ ପରିଦର୍ଶନ କଲେ ବିଜେଡି ନେତା

Srimandir: ବୁଧବାର ଅର୍ଥାତ ଗତକାଲି ପୌଷଶୁକ୍ଳ ସପ୍ତମୀ ତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜ ସଂକୀର୍ତ୍ତନ ମଣ୍ଡଳିଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ କରିଥିଲେ। ତେବେ ଆଜି ବିଜେଡି ପକ୍ଷରୁ ରାଜ୍ଯରୁ ବହୁ ବିଧାୟକ ଓ ବରିଷ୍ଠ ନେତାମାନେ ଶହଶହ କର୍ମୀଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରିଛନ୍ତି। ବେଢା ବୁଲିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। 

Srimandir: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପରେ ପରିକ୍ରମା ମାର୍ଗ ପରିଦର୍ଶନ କଲେ ବିଜେଡି ନେତା

Srimandir: ବୁଧବାର ଅର୍ଥାତ ଗତକାଲି ପୌଷଶୁକ୍ଳ ସପ୍ତମୀ ତିଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜ ସଂକୀର୍ତ୍ତନ ମଣ୍ଡଳିଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ କରିଥିଲେ। ତେବେ ଆଜି ବିଜେଡି ପକ୍ଷରୁ ରାଜ୍ଯରୁ ବହୁ ବିଧାୟକ ଓ ବରିଷ୍ଠ ନେତାମାନେ ଶହଶହ କର୍ମୀଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରିଛନ୍ତି। ବେଢା ବୁଲିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ସେପଟେ ବୀରହରେକୃଷ୍ଣପୁର ଛକ ନିକଟରୁ ବାହାରିଥିଲା ଏହି ସଂକୀର୍ତ୍ତନ ଶୋଭାଯାତ୍ରା। ବଡଦାଣ୍ଡରେ ଝାଞ୍ଜକୀର୍ତ୍ତନ ସହ ଏକ ଭବ୍ଯ ସମାରୋହରେ ଶୋଭାଯାତ୍ରାରେ ଯାଇ ସିଂହଦ୍ଵାରରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ସେଠାରୁ ଅନ୍ତଃପ୍ରଦକ୍ଷିଣ ଆରମ୍ଭ ହୋଇ ପୁନର୍ବାର ସିଂହଦ୍ଵାର ନିକଟରେ ଶେଷ ହୋଇଥିଲା। ତେବେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଧାୟକ ନେତା ଓ ସଂକୀର୍ତ୍ତନ ମଣ୍ଡଳିଙ୍କୁ ରାଜ୍ୟ ବିଜୁଯୁବ ଜନତା ଦଳର ଉପସଭାପତି ସୁଭାଶିଷ ଖୁଣ୍ଟିଆ ବିରାଟ ପଟୁଆରରେ ଯାଇ ସ୍ୱାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଏଭଳି ବିରାଟ ପ୍ରକଳ୍ପ ସମ୍ଭବ ହୋଇପାରିଛି। ମହାପ୍ରଭୁଙ୍କ ଆଶିର୍ବାଦ ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁବେଳେ ରହିଛି। ତେବେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସ୍ୱତନ୍ତ୍ର ଶୋଭାଯାତ୍ରାରେ ଆସି ବିଜେଡି ବିଧାୟକ, ନେତା ଓ କର୍ମୀ ମାନେ ଅପୂର୍ବ ସୁଯୋଗ ହାସଲ କରିଛନ୍ତି। ଏହି ସମାରୋହରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା,ବିଧାୟକ ପ୍ରଣବ ବଳବନ୍ତରାୟ ଆଦି ଅନେକ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କର ମହାପ୍ରଭୁଙ୍କ ପ୍ରତି ବିଶେଷ ଭାବେ ଭକ୍ତି ଓ ସମର୍ପଣ ଭାବ ରହିଛି। ପୁରୀ ପାଇଁ ଯାହା ସ୍ୱପ୍ନ ଦେଖିଥିଲେ ଆଉ ଯାହାକୁ ନେଇ ତାଙ୍କ ଆଖିରୁ ଦୁଇଟୋପା ଲୁହ ଝରିଥିଲା ମହାପ୍ରଭୁଙ୍କ ଆଶିର୍ବାଦ ଯୋଗୁଁ ତାହାକୁ କରି ଦେଖାଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।

ସେପଟେ ୨୨ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିବେ। କେଉଁ ଜିଲ୍ଲାର ଭକ୍ତ କେଉଁ ଦିନ ଆସିବ ତାହା ସ୍ଥିର କରାଯିବ। ତେବେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ପାର୍କିଂ ବ୍ଯବସ୍ଥାକୁ ବ୍ଯବସ୍ଥିତ କରାଯାଇଛି। ବଡଦାଣ୍ଡରେ ଆସୁଥିବା ଭକ୍ତ ମାନେ ଏସି ସେଡ୍ କିମ୍ବା ଗ୍ରାଣ୍ଡ ସେଣ୍ଟର ନିକଟରେ ପ୍ରବେଶ କରିବେ। ସେହିଭଳି ଜଗନ୍ନାଥ ବଲ୍ଲଭରୁ ଶ୍ରୀଦାଣ୍ଡ ଦେଇ ଆସୁଥିବା ଭକ୍ତ ମାନେ ଶ୍ରୀମନ୍ଦିର କାର୍ଯ୍ଯାଳୟ ଦେଇ ସିଂହଦ୍ଵାର ଦେଇ ଯାଇପାରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ଯବସ୍ଥାକୁ ଷ୍ଟ୍ରିମ୍ ଲାଇନ କରାଯିବ। ପରିକ୍ରମା ମାର୍ଗ, ଗ୍ରାଣ୍ଡ ସେଣ୍ଟର ନିକଟ ଭକ୍ତଙ୍କ ପ୍ରବେଶ ପଥ,ଶ୍ରୀମନ୍ଦିର ଭିତରେ ସୃଙ୍ଖଳିତ ବ୍ଯବସ୍ଥା ପାଇଁ ପ୍ରାୟ ୨୬ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହିତ ପାର୍କିଂ ବ୍ଯବସ୍ଥାକୁ ବି ବ୍ଯବସ୍ଥିତ କରାଯାଇଛି। ବଡଦାଣ୍ଡରେ ଆସୁଥିବା ଭକ୍ତଙ୍କ ପାଇଁ ସିଂହଦ୍ଵାର ନିକଟ ବଡଦାଣ୍ଡରେ ପାର୍କିଂ ବ୍ଯବସ୍ଥା କରାଯିବ। ଏଥିସହିତ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡି ରଖିପାରିବେ। ପାର୍କିଂ ସ୍ଥଳରେ ୪୦ରୁ ଉର୍ଦ୍ଧ୍ବ ପ୍ରାଇଭେଟ ସିକ୍ଯୁରିଟି ଗାର୍ଡ ନିୟୋଜିତ ହେବେ। ସିସିଟିଭି ପୂର୍ବଭଳି ସକ୍ଷମ ରହିଛି। ସିସିଟିଭି କଣ୍ଟ୍ରୋଲ ରୁମ ଆକ୍ଟିଭ ରହିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି।

Also Read: Parikrama Prakalpa: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ