Odisha Election 2024: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍ ଶୋ’ କରିବେ। ନିର୍ବାଚନକୁ ଆଖିରେ ରଖି ଏହି ପ୍ରଚାର ଶୋ’ ଭୁବନେଶ୍ୱରରର ତିନୋଟିଯାକ ନିର୍ବାଚନ ମଣ୍ଡଳୀକୁ ପହଞ୍ଚିବା କାର୍ଯ୍ରକ୍ରମ ରହିଛି। ବିଣ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୁରୁବାରଦିନ ଅପରାହ୍ଣରେ ଏହି ପଟୁଆର ଆୟୋଜନ କରାଯାଇଛି।
Trending Photos
Odisha Election 2024: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍ ଶୋ’ କରିବେ। ନିର୍ବାଚନକୁ ଆଖିରେ ରଖି ଏହି ପ୍ରଚାର ଶୋ’ ଭୁବନେଶ୍ୱରରର ତିନୋଟିଯାକ ନିର୍ବାଚନ ମଣ୍ଡଳୀକୁ ପହଞ୍ଚିବା କାର୍ଯ୍ରକ୍ରମ ରହିଛି। ବିଣ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୁରୁବାରଦିନ ଅପରାହ୍ଣରେ ଏହି ପଟୁଆର ଆୟୋଜନ କରାଯାଇଛି। ଯାହା କ୍ୟାପିଟାଲ୍ ହସ୍ପିଟାଲ୍ ଛକରୁ ବାହାରି ରାଜଭବନ, କଳିଙ୍ଗ ଷ୍ଟାଡିୟମ ପରେ ବାୟାବାବା, ମଠ, ରୂପାଲି ଛକ ଓ ଶିଶୁ ଭବନରେ ପହଞ୍ଚିବ। ଏଠାରେ ଶୋଭାଯାତ୍ରା ଶେଷ ହେବ।
ଏହି ଶୋଭାଯାତ୍ରାରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସମେତ ତିନି ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଉପସ୍ଥିତ ରହିବେ। ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ ମଧ୍ୟ ଏହି ଶୋଭାଯାତ୍ରାରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ଏହି ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ କଟକଣା ରଖାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋପବନ୍ଧୁ ଛକ, ଗଙ୍ଗନଗର, ଏ ଏଠାର ବିଭିନ୍ନ ବସ୍ତି ଅଞ୍ଚଳ ଏବଂ ୟୁନିଟ୮, ନୂଆସାହି, ନୟାପଲ୍ଲୀ, ବେହେରା ସାହି ଦେଇ ପୁଲିସ ଫ୍ଲାଗ୍ ମାର୍ଚ୍ଚ କରିଛି। ଶୃଙ୍ଖଳା ରକ୍ଷା, ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ରୋକିବା ଆଦି ଏଥିରେ ପ୍ରାଧାନ୍ୟ ଦିଆଯାଇଛି।
ପ୍ରଥମେ ପ୍ରଧାନମନ୍ତ୍ରୀ ୧୦ ତାରିଖ ଦିନ ଭୁବନେଶ୍ୱରରେ ରୋଡ ଶୋ’ କରିଥିଲେ। ସେ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାମମନ୍ଦିରରୁ ଏହି ଶୋଭାଯାତ୍ରା ବାଣୀବିହାର ଯାଏ ଯାଇଥିଲା। ସାଙ୍ଗରେ ବିଜେପି ରାଜ୍ୟ ସଭାପତି ଓ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଅନ୍ୟ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ଏହି ରୋଡ ଶୋ’ରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ପୁଣିଥରେ ଭୁବନେଶ୍ୱରରେ ୨୦ ତାରିଖ ଦିନ ଆଉ ଏକ ରୋଡ୍ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ୨୫ ତାରିଖରେ ଭୁବନେଶ୍ୱର ଭୋଟ ଦେବ