Odisha Election 2024: ବିଜେଡି ଉପରେ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ
Advertisement
Article Detail0/zeeodisha/odisha2248197

Odisha Election 2024: ବିଜେଡି ଉପରେ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ

Odisha Election 2024: କାକଟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଶ୍ୱଭୂଷଣ ଦାସ। ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି କାକଟପୁର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। 

Odisha Election 2024: ବିଜେଡି ଉପରେ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ

Odisha Election 2024: କାକଟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଶ୍ୱଭୂଷଣ ଦାସ। ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି କାକଟପୁର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କାକଟପୁର ନିର୍ବାଚନ ମଣ୍ଡଳୀରେ ବିଶେଷତଃ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରୀମୁଖି ଲଢେଇ ହୋଇଥାଏ। ଗତ ୨୦୦୯ରେ ବିଶ୍ୱଭୂଷଣ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୪ରେ ନିର୍ବାଚନରୁ ଓହରି ଯାଇଥିଲେ। ପୁନର୍ବାର ୨୦୧୯ରେ ବିଜେଡି ଠାରୁ କିଛି ଭୋଟ ବ୍ଯବଧାନରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥର ବିଜେଡିରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବାଇଧର ମଲ୍ଲିକ।

ତେବେ ୨୦୧୯ ଓ ୨୦୨୪ରେ ଦୁଇଦୁଇ ଥର ବିଜେଡି ଟିକେଟରୁ ବାଦ ପଡିଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଏଥର କୌଣସି ଦଳରୁ ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି। ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ନିରାଶ ହୋଇଛନ୍ତି। ସେପଟେ ତୁଷାରକାନ୍ତି ବେହେରା ବିଜେଡି ପ୍ରାର୍ଥୀ ଭାବେ କାକଟପୁର ନିର୍ବାଚନ ମଣ୍ଡଳିରେ ପୂର୍ବାପେକ୍ଷା ସ୍ଥିତି ବେଶ୍ ଭଲ ରହିଛି। ତେବେ କାକଟପୁର ନିର୍ବାଚନ ମଣ୍ଡଳିରେ ୩୫ବର୍ଷ ହେବ ଅନେକ ସମସ୍ଯା ରହିଛି। ଯାହା ଆଜି ପର୍ଯ୍ୟନ୍ତ କୌଣସି ସରକାର ସମାଧାନ କରିବାରେ ସମର୍ଥ ହୋଇନାହାଁନ୍ତି। ଜମିଜମା, ଇଲେକ୍ଟ୍ରୀ, ପାନୀୟ ଜଳ ଓ ବେକାରୀ ଯୁବକଙ୍କ ପାଇଁ ନାହିଁ କୌଣସି ପ୍ରୋତ୍ସାହନ। ମତ୍ସ୍ୟଜୀବୀଙ୍କ ଜେଟିର ଉନ୍ନତି କରଣ କି ତାଳଦା ବ୍ରୀଜ କାର୍ଯ୍ୟ ଏବେବି ଅସମ୍ପୂର୍ଣ୍ଣ ରହିଛି। ବିଶେଷ କରି କାକଟପୁର ଯେଉଁ ପାନ,ମିନ, ଧାନକୁ ନେଇ ସ୍ୱପ୍ନ ଦେଖେ ତାହାର ସହାୟକ ଦର ବି ପାଉନାହାନ୍ତି ଚାଷୀ। କି ପାନ ସଂରକ୍ଷଣ ପାଇଁ ଅନେକ ଦାବି ପରେ ବି କୋଲ୍ଡଷ୍ଟୋର ଟିଏ ନଥିବା ଅଭିଯୋଗ କରିଛନ୍ତି ବିଶ୍ୱଭୂଷଣ। ଆଗାମୀ ନିର୍ବାଚନରେ ସେ ନିର୍ଣ୍ଣାୟକ ଭୂମିକା ଲିଭାଇବେ ବୋଲି ଆଶଙ୍କା ରହିଛି।