ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ
Advertisement
Article Detail0/zeeodisha/odisha2203781

ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ

ବିଶ୍ୱାସ ଅନୁଯାୟୀ ଚଇତି ପର୍ବ ଦିନ ମାଆ ତାରିଣୀଙ୍କ ଆବିର୍ଭାବ ହୋଇଥିଲା । ଏହି ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ପାଳନ କରାଯାଇଥାଏ । ଏହି ପବିତ୍ର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ବାସ ଅଛି । ତେଣୁ ଏହି ଦିନରେ ମାଆଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଭକ୍ତମାନଙ୍କର ସୁଅ ଛୁଟିଥାଏ ଘଟଗାଁ ପୀଠକୁ ।

ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ

କେନ୍ଦୁଝର: ପବିତ୍ର ଚଇତି ପର୍ବ ପାଇଁ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଆଜି ପ୍ରବଳ ଜନ ସମାଙ୍ଗମ ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖ (ମଙ୍ଗଳବାର) ଦିନରୁ ମାଆଙ୍କ ପୀଠରେ ଚଇତି ପର୍ବ ପାଳନ ହୋଇ ଆସୁଥିବା ସମୟରେ ଆଜି ତାହା ଉଦଯାପନୀ ହେବ । ତେଣୁ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଭଳି ପବିତ୍ର ଦିବସରେ ମାଆଙ୍କ ଦର୍ଶନ କରି ଆଶିଷ ଲଭିବାକୁ ଦୂରଦୂରାନ୍ତରୁ ଭକ୍ତମାନେ ଘଟଗାଁରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି ।

ଆଜି ଭୋର ୫ଟା ସମୟରୁ ରୀତିନୀତି ଅନୁଯାୟୀ ସେବକମାନେ ମାଆଙ୍କ ପୂଜା କରୁଛନ୍ତି । ଏଥିସହ ପ୍ରଶାସନ ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଅଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପାନୀୟ ଜଳ ସହ ବିଭିନ୍ନ ବ୍ୟବସ୍ଥା ସୂଚାରୁ ରୁପେ କରାଯାଇଥିବା ସୂଚନା ମିଳିଛି ।

ବିଶ୍ୱାସ ଅନୁଯାୟୀ ଚଇତି ପର୍ବ ଦିନ ମାଆ ତାରିଣୀଙ୍କ ଆବିର୍ଭାବ ହୋଇଥିଲା । ଏହି ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ପାଳନ କରାଯାଇଥାଏ । ଏହି ପବିତ୍ର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ବାସ ଅଛି । ତେଣୁ ଏହି ଦିନରେ ମାଆଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଭକ୍ତମାନଙ୍କର ସୁଅ ଛୁଟିଥାଏ ଘଟଗାଁ ପୀଠକୁ । ଘଟଗାଁର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଦିର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି । ବାର୍ଷିକ ଉତ୍ସବରେ ମାଆଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । 

Also Read- Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ

Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି