Crime News: ଲୁଟର ଶିକାର ହେଲେ ବ୍ରଏଲର କମ୍ପାନୀ ଏଜେଣ୍ଟ
Advertisement
Article Detail0/zeeodisha/odisha2195266

Crime News: ଲୁଟର ଶିକାର ହେଲେ ବ୍ରଏଲର କମ୍ପାନୀ ଏଜେଣ୍ଟ

Crime News: ଭୁଜାଲି ଏବଂ ରଡ଼ରେ ଆକ୍ରମଣ କରି ବ୍ରଏଲର କମ୍ପାନୀର କଲେକସନ ଏଜେଣ୍ଟଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଟବାଗ ଅଙ୍ଗନବାଡି କେନ୍ଦ୍ର ନିକଟରେ ଆଜି ଅପରାହ୍ନ ସମୟ ବେଳେ ଘଟିଛି ଏହି ଘଟଣା । ଲୁଟର ସମ୍ପୂର୍ଣ୍ଣ ଛାଟିଥରା ଘଟଣା ସିସି ଟିଭିରେ କଏଦ ହୋଇଛି। 

Crime News: ଲୁଟର ଶିକାର ହେଲେ ବ୍ରଏଲର କମ୍ପାନୀ ଏଜେଣ୍ଟ

କେନ୍ଦ୍ରାପଡା: ଭୁଜାଲି ଏବଂ ରଡ଼ରେ ଆକ୍ରମଣ କରି ବ୍ରଏଲର କମ୍ପାନୀର କଲେକସନ ଏଜେଣ୍ଟଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଟବାଗ ଅଙ୍ଗନବାଡି କେନ୍ଦ୍ର ନିକଟରେ ଆଜି ଅପରାହ୍ନ ସମୟ ବେଳେ ଘଟିଛି ଏହି ଘଟଣା । ଲୁଟର ସମ୍ପୂର୍ଣ୍ଣ ଛାଟିଥରା ଘଟଣା ସିସି ଟିଭିରେ କଏଦ ହୋଇଛି। 

ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା କୁଶିଆପାଳ ପଞ୍ଚାୟତ ହଳଦିଆ ଗ୍ରାମର ସେକ ମକସୁଦ ସୋନା ଟ୍ରେଡର ନାମକ ଏକ ବ୍ରଏଲର କମ୍ପାନୀ ଚଳାନ୍ତି। ଜିଲ୍ଲାର ପ୍ରାୟ ଅଞ୍ଚଳକୁ ସେ ବ୍ରଏଲର କୁକୁଡ଼ା ସପ୍ଲାଏ ଦେଉଥିବା ବେଳେ କେବଳ ସୋମବାର ଦିନ ହିଁ ତାଙ୍କର କଲେକସନ ହୋଇଥାଏ। ତେବେ ଆଜି ପୂର୍ବାହ୍ନରେ ତାଙ୍କ ପାଖରେ ଥିବା ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗାଁର ଏଜେଣ୍ଟ ମହମ୍ମଦ କାଶିମଙ୍କ ପୁଅ ମହମ୍ମଦ ଇସଲାମ (ଆଲମଗିର) ଜିଲ୍ଲାର ଚଉଦ କୁଲାଟ, ପଟ୍ଟାମୁଣ୍ଡାଇ, ତମାଳ ଇତ୍ୟାଦି ବିଭିନ୍ନ ସ୍ଥାନରୁ ବ୍ରଏଲର ଟଙ୍କା କଲେକସନ ସାରି ଫେରୁଥିଲେ। ତେବେ ଭାଟବାଗ ନିକଟରେ ଥିବା ଆମ୍ବତୋଟା ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ହଠାତ ଆକ୍ରମଣ କରିବା ସହ ତଳେ ପକାଇ ଟଙ୍କା ବ୍ୟାଗ୍ ଛିଡ଼ାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଇସଲାମ ତାଙ୍କ ସହ ଧସ୍ତାଧସ୍ତି କରିଥିଲେ। ଏକ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଧସ୍ତାଧସ୍ତି ହେବା ପରେ ଦୁର୍ବୃତ୍ତ ଦୁଇଜଣ ଇସଲାମଙ୍କୁ ଦୁଇଟି ରଡ଼ରେ ମୁଣ୍ଡ, ମୁହଁ ଓ ହାତକୁ ଆକ୍ରମଣ କରିଥିଲେ। ପରେ ଇସଲାମ ଆକ୍ରମଣରେ ଗୁରୁତର ଆହତ ହେବା ପରେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ଖବର ପାଇବା ପରେ କେନ୍ଦ୍ରାପଡା ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଥିବା ଜନୈକ ବ୍ୟକ୍ତିଙ୍କ ସିସି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦିନ ଦ୍ଵିପ୍ରହରରେ ଏଭଳି ଆକ୍ରମଣ ଓ ଲୁଟକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ପୋଲିସ କେତେ ଶୀଘ୍ର ଏହି ଲୁଟେରାଙ୍କୁ କାବୁ କରିବାରେ ସମର୍ଥ ହେଉଛି ତାହା ଏବେ ସାଧାରାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଗତ ୨୦୧୮ ମସିହାରେ ସୋନା ଟ୍ରେଡ଼ର୍ସ ମାଲିକ ସେକ ମକସୁଦଙ୍କୁ ସଦର ଥାନା ଜମଧର ନିକଟରେ ମରଣାନ୍ତକ ଆକ୍ରମଣ କରାଯାଇ ୨ ଲକ୍ଷ ୧୫ ହଜାର ଟଙ୍କା ଲୁଟ ହୋଇଥିବା ବେଳେ ଏଯାବତ ଅଭିଯୁକ୍ତ ମାନଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ। ତେବେ ୬ ବର୍ଷ ପରେ ତାଙ୍କ ଏଜେଣ୍ଟଙ୍କୁ ଏଭଳି ଆକ୍ରମଣ କରାଯିବା ଘଟଣା ପୋଲିସର ଉପସ୍ଥିତିକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।

Also Read- ଏପ୍ରିଲ ୧୦ରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ

Also Read- ଦୁଇ ଜିଲ୍ଲାରେ ନୂଆ ପୁଲିସ ମୁଖିଆ