Odisha News: ଆଇପିଏଲ ବେଟିଂ କରି ୫ ଗିରଫ
Advertisement
Article Detail0/zeeodisha/odisha2220325

Odisha News: ଆଇପିଏଲ ବେଟିଂ କରି ୫ ଗିରଫ

Odisha News: ଆଇପିଏଲ କ୍ରିକେଟ ଉପରେ ବେଆଇନ ଟଙ୍କା ବେଟିଂ କରି ଛତିଶଗଡର ୫ଜଣଙ୍କୁ ଗିରଫ କରିଛି ପୁରୀ ବଳିଆପଣ୍ଡା ପୁଲିସ। ରାତିରେ ପେଟ୍ରୋଲିଂ କରିବା ସମୟରେ ପୁଲିସକୁ ମିଳିଥିଲା ଏଭଳି ଏକ ସାଂଘାତିକ ତଥ୍ୟ। ଆଇପିଏଲ ମ୍ୟାଚରେ ବେଆଇନ ଭାବେ ଅନଲାଇନ ଟଙ୍କା ବେଟିଂ କରୁଥିବା ଏକ ବଡ଼ ଧରଣର ରାକେଟକୁ ଧରିବା ପାଇଁ ଜାଲ ବିଛାଇ ଦେଇଥିଲା ପୁଲିସ। 

Odisha News: ଆଇପିଏଲ ବେଟିଂ କରି ୫ ଗିରଫ

Odisha News: ଆଇପିଏଲ କ୍ରିକେଟ ଉପରେ ବେଆଇନ ଟଙ୍କା ବେଟିଂ କରି ଛତିଶଗଡର ୫ଜଣଙ୍କୁ ଗିରଫ କରିଛି ପୁରୀ ବଳିଆପଣ୍ଡା ପୁଲିସ। ରାତିରେ ପେଟ୍ରୋଲିଂ କରିବା ସମୟରେ ପୁଲିସକୁ ମିଳିଥିଲା ଏଭଳି ଏକ ସାଂଘାତିକ ତଥ୍ୟ। ଆଇପିଏଲ ମ୍ୟାଚରେ ବେଆଇନ ଭାବେ ଅନଲାଇନ ଟଙ୍କା ବେଟିଂ କରୁଥିବା ଏକ ବଡଧରଣର ରାକେଟକୁ ଧରିବା ପାଇଁ ଜାଲ ବିଛାଇ ଦେଇଥିଲା ପୁଲିସ। ବଳିଆପଣ୍ଡା ଥାନା ଧବଳେଶ୍ବର ଲେନ୍ ଅଞ୍ଚଳର ସି ସାଇଟ୍ ହୋଟେଲର ହୋମ ଷ୍ଟେ ରୁମ୍ ନମ୍ବର ୪ରେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ବେଟିଂ ରାକେଟ। ବଳିଆପଣ୍ଡା ଥାନା ପୁଲିସ ଖବର ପାଇ ଏହି ହୋଟେଲ ଉପରେ ଚଢାଉ କରି ଏହି ରାକେଟ ସହ ସିଧାସଳଖ ସମ୍ପର୍କ ଥିବା ଛତିଶଗଡର ପାଞ୍ଚଜଣଙ୍କୁ ଗିରଫ କରିଛି।

fallback
 ଏହି ଅଭିଯୁକ୍ତମାନେ ହୋଟେଲରେ ରହି ବେଆଇନ ଭାବେ ଅନଲାଇନ କ୍ରୀକେଟ୍ ବେଟିଂ କାରବାର କରୁଥିଲେ। ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କାର କାରବାର ଚଳାଇଥିଲେ। ତେବେ ଏଭଳି ଅଭିଯୋଗ ଆସିବା ପରେ ବଳିଆପଣ୍ଡା ଥାନା ସବଇନିସ୍ପେକ୍ଟର ରିତା ବେହେରାଙ୍କ ଏତଲା ଆଧାରରେ ସେମାନଙ୍କ ବିରୁଦ୍ଧରେ କେଶ୍ ନମ୍ବର ୯୯/୨୦୨୪ ଓ ଦଫା ୨୯୪(କ),୪୨୦,୧୨୦(ଖ),୩୪,R/W sec 4 ଏବଂ 5 ଆକ୍ଟରେ ମାମଲା ରୁଜୁ କରିବା ସହ ରାକେଟର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ଏଲଇଡି ଟିଭି,ଗୋଟିଏ , ସ୍ପିକର,୪ଟି ମୋବାଇଲ ଫୋନ,ଗୋଟିଏ ଟାଟାସ୍କାଏ ମେସିନ ଓ ଗୋଟିଏ ରେଜିଷ୍ଟର ଜବତ କରାଯାଇଥିବା କହିଛନ୍ତି ସିଟି ଡିଏସପି ପ୍ରଶାନ୍ତ ସାହୁ।