Covid-19: ରାଜ୍ୟରେ ବଢିଚାଲିଛି କରୋନା ଗ୍ରାଫ, ଆଉ ଜଣେ ପଜିଟିଭ ଟିହ୍ନଟ
Advertisement
Article Detail0/zeeodisha/odisha2029140

Covid-19: ରାଜ୍ୟରେ ବଢିଚାଲିଛି କରୋନା ଗ୍ରାଫ, ଆଉ ଜଣେ ପଜିଟିଭ ଟିହ୍ନଟ

Covid-19: ଦିନ ଗଡି଼ବା ସହ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ରାଜ୍ୟରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଁଞ୍ଚିଛି । ସେପଟେ ଗତ ଦୁଇ ଦିନରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Covid-19 JN.1: ରାଜ୍ୟରେ ଧୀରେ ଧୀରେ କାୟା ମେଲାଉଛି ମହାମାରୀ କରୋନା । ଦିନ ଗଡି଼ବା ସହ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ରାଜ୍ୟରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଁଞ୍ଚିଛି । ସେପଟେ ଗତ ଦୁଇ ଦିନରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କୋଭିଡର ନୂଆ ଭାରିଆଣ୍ଟ ଜେଏନ୍.୧ ର ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । କରୋନାର ନୂଆ ଭାରିଆଣ୍ଟ ଜେଏନ୍.୧ ଯୋଗୁଁ ସଂକ୍ରମଣ ବଢିବାରେ ଲାଗିଛି । ଖାଲି ଭାରତ ନୁହେଁ, ଆମେରିକା ଓ ଚୀନରେ ମଧ୍ଯ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି । ଯାହାକି ଏବେ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୬୨୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସକ୍ରିୟ ସଂଖ୍ୟା ୪,୦୫୪ରେ ପହଁଞ୍ଚିଛି । ଅନ୍ୟପଟେ ରବିବାର ସୁଦ୍ଧା କରୋନାର ନୂଆ ଭାରିଆଣ୍ଟ ଜେଏନ୍.୧ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ସେଥିମଧ୍ଯରୁ କର୍ଣ୍ଣାଟକରେ ୭, ଗୋଆରେ ୩୪, ମହାରାଷ୍ଟ୍ରରେ ୯ଟି, କେରଳରେ ୬, ତାମିଲନାଡୁରେ ୪ ଓ ତେଲଙ୍ଗାନାରେ ୨ ଜଣ ଭାରିଆଣ୍ଟ ସଂକ୍ରମିତ ଥିବା ସରକାରୀ ତଥ୍ୟରୁ ଜଣାପଡିଛି । ବୈଜ୍ଞାନିକମାନେ ଏହି ନୂଆ ଭାରିଆଣ୍ଟ ଉପରେ ଅନୁଧ୍ୟାନ ଚଳାଇଛନ୍ତି । ରାଜ୍ୟ ଗୁଡ଼ିକରେ କୋଭିଡ଼ ପରୀକ୍ଷା ବଢାଇବା ସହ ସର୍ଭିଲାନ୍ସ ବ୍ୟବସ୍ଥାକୁ ଜୋରଦାର କରିବାକୁ ନୀତି ଆୟୋଗ ସଦସ୍ୟ ଭି.କେ ପଲ ମତ ଦେଇଛନ୍ତି ।

Also Read-Puri News: ଶ୍ରୀକ୍ଷେତ୍ରରୁ ପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଗଲା 'ପରିକ୍ରମା' ନିମନ୍ତ୍ରଣ

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, କୋଭିଡ଼ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଦରକାର ହେଲେ ରାଜ୍ୟରେ ଟେଷ୍ଟିଂ ସେଣ୍ଟର ବଢାଯିବ। ଏନେଇ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।