Kendrapara News: ମରଣଜନ୍ତା ପାଲଟିଛି ରାଜନଗର-ତାଳଚୁଆ ରାସ୍ତା, ନିଇତି ଘଟୁଛି ଦୁର୍ଘଟଣା
Advertisement
Article Detail0/zeeodisha/odisha1711008

Kendrapara News: ମରଣଜନ୍ତା ପାଲଟିଛି ରାଜନଗର-ତାଳଚୁଆ ରାସ୍ତା, ନିଇତି ଘଟୁଛି ଦୁର୍ଘଟଣା

Kendrapara News:  ଗମନା ଗମନର ବିକାଶପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବାସ୍ତବ ସ୍ଥିତି ନିଆରା । ବିଶେଷକରି ନଳିତାପାଟିଆ ଠାରୁ ତାଳଚୁଆ ଓ ଡାଙ୍ଗମାଳ ଠାରୁ ତାଳଚୁଆ ଏହି ଦୁଇଟି ରାସ୍ତାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ରାସ୍ତାର ଶୋଚନୀୟ ଅବସ୍ତା । ଯାହାକୁ ନେଇ ଏହି ପଂଚାୟତ ଗୁଡିକରେ ଜନ ଅସନ୍ତୋଷ ବୃଦ୍ଧିପାଇବା ସହ ଆନ୍ଦୋଳନ ଦାନା ବାନ୍ଧୁଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kendrapara News: ମୈାଳିକ ସୁବିଧା ସୁଯୋଗରୁ ବଂଚିତ ୭ଟି ପଂଚାୟତର ଲୋକେ । ସ୍ୱାଧିନତାର ୭୫ବର୍ଷ ପରେ ମୈାଳିକ ସୁବିଧା ଆଜିବି ସେମାନଙ୍କ ପାଇଁ ଅପହଂଚ । ଗମନା ଗମନର ବିକାଶପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବାସ୍ତବ ସ୍ଥିତି ନିଆରା । ବିଶେଷକରି ନଳିତାପାଟିଆ ଠାରୁ ତାଳଚୁଆ ଓ ଡାଙ୍ଗମାଳ ଠାରୁ ତାଳଚୁଆ ଏହି ଦୁଇଟି ରାସ୍ତାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ରାସ୍ତାର ଶୋଚନୀୟ ଅବସ୍ତା । ଯାହା ଫଳରେ ତାଳଚୁଆ ଅଂଚଳର ୭ଟି ପଂଚାୟତ ର ହଜାର ହଜାର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିବର୍ଷ ମରାମତି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଖାଲଖମାରେ ର୍ଭିହୋଇରହିଛି ଏହି ରାସ୍ତା (road problem in Kendrapara)। ଯାହାକୁ ନେଇ ଏହି ପଂଚାୟତ ଗୁଡିକରେ ଜନ ଅସନ୍ତୋଷ ବୃଦ୍ଧିପାଇବା ସହ ଆନେ୍ଦାଳନ ଦାନା ବାନ୍ଧୁଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଅନ୍ୟତମ ଜୀବନରେଖା ଭାବେ ପରିଚିତ ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତା (road problem) । ଏହି ରାସ୍ତାର ନଳିତାପାଟିଆଠାରୁ ତାଳଚୁଆ ରାସ୍ତାର ପ୍ରାୟ ୧୨କି.ମି ୪୫୦ମିଟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଏହି ରାସ୍ତା । ପ୍ରତିଦିନ ଶହ ଶହ ଗାଡିମଟର ଯିବା ଆସିବା କରନ୍ତି । ଦିର୍ଘଦିନଧରି ରାସ୍ତା ଖାଲ ଖମାରେ ର୍ଭିର୍ତ୍ତୀ ହୋଇଥିବାରୁ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାର ଶିକାର ହୋଇ ଅନେକ ପ୍ରାଣବି ଯାଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ୨୦୧୭ମସିହାରେ ୬କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ନିର୍ମାଣ ସରିବାର ମାସଟିଏ ନପୁରୁଣୁ ଏହି ରାସ୍ତା ଖାଲଖମାରେ ପରିଣତ ହୋଇଥିଲା । ୬ବର୍ଷ ପୁରିବାକୁ ବସିଥିଲେ ମଧ୍ୟ ରାସ୍ତା ନିର୍ମାଣ ନହେବାରୁ ୨ରୁ୩ଫୁଟ ଖାଲ ହୋଇ ଗାଡିଆର ଭ୍ରମ ସୃଷ୍ଟିକରୁଛି । ଏହି ରସ୍ତା ଉପରେ ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଚାଂୟତର ୪୦ହଜାରରୁ ଉଦ୍ଧ୍ୱର୍ ଲୋକ ନିର୍ଭର କରିଥାନ୍ତି । ବ୍ଲକ ସଦର ମହକୁମାକୁ ଏହି ପଚାଂୟତଗୁଡିକ ସହ ସ୍ଥଳ ପଥରେ ମୁଖ୍ୟ ରାସ୍ତା । ଏଭଳି ଏକ ସମ୍ବେଦନଶୀଳ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ କୋଟିକୋଟି ଟଙ୍କାର କାମ କରିଥିଲେ ମଧ୍ୟ ଏହି ରାସ୍ତାରେ ବସ କିମ୍ବା ଟ୍ରକ ଯିବା ତ ଦୂରର କଥା । ବାଇକଟିଏ ଯିବା କଷ୍ଟକର । 

Also Read: Karan Johar Net Worth: କୋଟି କୋଟିରେ ଖେଳନ୍ତି କରନ ଜୋହର, କୋଟିପତି ତାଲିକାରେ ପଛରେ ପଡ଼ିବେ କିଙ୍ଗଖାନ !

Also Read: Kendujhar News: ଲୁଚି ଲୁଚି ଲଗ୍ନ ଖୋଜୁଥିଲେ ପ୍ରେମିକ, ଘରେ ପହଞ୍ଚିଗଲା ପ୍ରେମିକା; ତା'ପରେ...

ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ବେଳେ ଏହି ରାସ୍ତାରେ ଫସି ରହିଥିଲା । କେବଳ ଆମ୍ବୁଲାନ୍ସ ନୁହେଁ, ଅନେକ ସମୟରେ ଯାତ୍ରୀ ବାହୀ ବସ ମଧ୍ୟ ଏହି ରାସ୍ତାରେ ଫସି ଯାଇଥିବା ନଜିର ରହିଛି । ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି । ଗର୍ଭବତୀ ହେଉ କିମ୍ବା ଗୁରୁତର ରୋଗୀ ଡାଙ୍ଗମାଳ ପର୍ଯ୍ୟନ୍ତ ନିଜ ଚେଷ୍ଟାରେ ଆସିବା ପରେ ଆମ୍ବୁଲାନ୍ସ ସେବା ପାଇବ । ଅପରପକ୍ଷେ ଡାଙ୍ଗମାଳ ଠାରୁ ଡାଲଖାଇଛକ ଜଙ୍ଗଲପାଶ୍ୱର୍ ର୍ପୂ ବିଭାଗ ରାସ୍ତା ଅବସ୍ତା କହିଲେ ନସରେ । ମରାମତି ନାମରେ ବିଭାଗ ଲକ୍ଷାଧିକ ଟଙ୍କା ଚଳୁକରିଦେଇଛି । ବିଭାଗ ଏହି ରାସ୍ତାର ମରାମତି ନାମରେ ଦୁଇଟି ପର୍ଯ୍ୟାୟରେ ୬୫ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଦୁର୍ଘଟଣା ଏହି ରାସ୍ତା ସହିତ ଯୋଡି ହୋଇ ରହିଛି । ଏହି ୭ଟି ପଚାଂୟତର ଲୋକେ ରାସ୍ତାର ଦୂରାବସ୍ଥା ନେଇ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ବର୍ଷା ଦିନ କଥା ତ ନିଆରା ଖରା ଦିନେ ଏପରି ଅବସ୍ଥା । ଏହି ରାସ୍ତା ପାଇଁ ୭ଟି ପଂଚାୟତର ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି ।

ବ୍ଲକ ସଦର ମହକୁମା ଠାରୁ ୪୦କି.ମି ଦୂରରେ ଥିବା ଏହି ଅଂଚଳରେ ସାମୁଦ୍ରୀକଥାନା ଗ୍ରାମ୍ୟବ୍ୟାଙ୍କ ଓ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ ରାଜନଗର ବ୍ଲକ ତହସିଲ, କଲେଜ ଓ ଜିଲ୍ଲା ସଦରମହକୁମାକୁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୀର୍ଘଦିନ ଧରି ଏହି ରାସ୍ତା ବିପର୍ଯ୍ୟସ୍ଥ ହୋଇପଡିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦେଉନଥିବା ପ୍ରଶାସନ ବିରୁଦ୍ଧରେ ଏହି ରାସ୍ତାକୁ ନେଇ ଏହି ପଚାଂୟତଗୁଡିକର ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଏହି ରାସ୍ତା ଅବସ୍ଥା ନସୁଧାରିଲେ, ସଦର ମହକୁମାଠାରୁ ଆଗାମୀ ଦିନରେ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହେଉଛି । ଅପର ପକ୍ଷରେ ଗମନା ଗମନ ପରି ମୈଳିକ ସୁବିଧାରୁ ବଂଚିତ ହେଉଥିବାରୁ ସେମାନେ ବିକଳ୍ପ ଭାବରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ଭଦ୍ରକ ଜିଲ୍ଲା ଉପରେ ଅଧିକ ନିର୍ଭର କରୁଥିବା ଜଣାପଡିଛି । ଏନେଇ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ ରାସ୍ତାର ଶୋଚନୀୟ ଅବସ୍ତା ସ୍ୱୀକାର କରିବା ସହ ଟେଣ୍ଡର ସରିଛି ଖୁବଶିଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ କହିଛନ୍ତି । ଜିଲ୍ଲା ପ୍ରଶାସନର ଏହି ପ୍ରତିଶୃତି ନୂଆ ନୁହେଁ । ବର୍ଷ ପରେ ବର୍ଷ ବିତି ଚାଲିଥିବା ବେଳେ ଏମିତି ନୂଆ ନୂଆ ପ୍ରତିଶୃତି ମିଳୂଛି । କିନ୍ତୁ କେବେ ନୂତନ ରାସ୍ତା ନିର୍ମାଣ ହେବ ଏହି ୭ଟି ପଂଚାୟତ ବାସିନ୍ଦାଙ୍କ ଦୁଖ ଦୃଦଶା ଦୂର ହେବ ତାହା ଦେଖିବାର କଥା । କେବେ ବଦଳିବ ତାଳଚୁଆକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାର ଅବସ୍ତା ଏବଂ ୭ଟି ପାୟତର ୪୦ହଜାରରୁ ଉଦ୍ଧ୍ୱର୍ଲୋକଙ୍କ ଭାଗ୍ୟ ଭବିଷ୍ୟତର ଚିତ୍ର ଦେଖିବାକୁ ବାକି ରହିଲା ।