Srimandir: ଶ୍ରୀମନ୍ଦିରକୁ ଉଠିଲା ମହାଦୀପ
Advertisement
Article Detail0/zeeodisha/odisha2213088

Srimandir: ଶ୍ରୀମନ୍ଦିରକୁ ଉଠିଲା ମହାଦୀପ

Srimandir: ପବିତ୍ର କାମଦା ଏକାଦଶୀରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକ ମାନେ ଅତି ନିଷ୍ଠାର ସହ ଏହି ନିତି ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନିତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ। 

Srimandir: ଶ୍ରୀମନ୍ଦିରକୁ ଉଠିଲା ମହାଦୀପ

Srimandir: ପବିତ୍ର କାମଦା ଏକାଦଶୀରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକ ମାନେ ଅତି ନିଷ୍ଠାର ସହ ଏହି ନିତି ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନିତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ। ଆଉ ଏହାର ବିରଳ ଦୃଶ୍ୟ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ଲାଭ କରିଥାନ୍ତି। ଖାଲି ଶ୍ରୀମନ୍ଦିର ପରିସରରେ ରହିଥିବା କେବଳ ଭକ୍ତମାନେ ନୁହଁନ୍ତି ଶ୍ରୀମନ୍ଦିର ଠାରୁ ଦଶକିଲୋମିଟର ବ୍ଯାପି ଗ୍ରାମର ଲୋକମାନେ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଥାନ୍ତି।

ମହାପ୍ରଭୁଙ୍କର ଏହା ଏକ ଅନନ୍ଯ ନିତି। ପ୍ରତି ମାସ ଏକାଦଶୀ ଦିନ ଅଁଳାବେଢାକୁ ମହାଦୀପ ଉଠିବାର ପରମ୍ପରା ରହିଛି। ବେଳେବେଳେ ଅଁଳାବେଢାରେ ମହାଦୀପ ଜଳିବାର ଦେଖି କେହିକେହି ଶ୍ରୀମନ୍ଦିରରେ ଅଘଟଣ ଭାବି ଅପପ୍ରଚାର କରନ୍ତି। ମାତ୍ର ତାହା ସମ୍ପୂର୍ଣ୍ଣ ଗୁଜବ। ଜଗତ କଲ୍ଯାଣ ଉଦ୍ଦେଶ୍ୟରେ ମହାଦୀପ ଉଠିଥାଏ ବୋଲି ବିଶ୍ୱାସ ରହିଛି।