Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ବାତ୍ୟା "ହାମୁନ"ର ଆଖି, '୧୨ଘଣ୍ଟା ମଧ୍ୟରେ ଭୀଷଣବାତ୍ୟା' !
Advertisement
Article Detail0/zeeodisha/odisha1928058

Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ବାତ୍ୟା "ହାମୁନ"ର ଆଖି, '୧୨ଘଣ୍ଟା ମଧ୍ୟରେ ଭୀଷଣବାତ୍ୟା' !

Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ହେଉଛି ବାତ୍ୟା "ହାମୁନ" ର ଆଖି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ବାତ୍ୟା "ହାମୁନ"ର ଆଖି, '୧୨ଘଣ୍ଟା ମଧ୍ୟରେ ଭୀଷଣବାତ୍ୟା' !

Cyclone Hamoon: ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ପରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar) । ସେପଟେ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ହେଉଛି ବାତ୍ୟା "ହାମୁନ" ର ଆଖି । 

ପ୍ରଭାବରେ ପ୍ରଥମ ଦିନ (୨୪ ଅକ୍ଟୋବର ୨୦୨୩ ସକାଳ ୮ଟା୩୦ ଯାଏଁ) ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ସମେତ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ କରି ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରର କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ରହିବ । ଅକ୍ଟୋବର ୨୫ ଓ ୨୬ ତାରିଖରେ ମଧ୍ୟ ବର୍ଷା ହେବାନେଇ ଉପକୂଳ ଅଞ୍ଚଳର କିଛି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

Post- 

ଦିନ ୨ଟା୩୦ର ରିପୋର୍ଟ ଅନୁଯାୟୀ ୬ ଘଣ୍ଟା ମଧ୍ୟରେ ୧୮ କିମି ବେଗରେ ଉତ୍ତର ପୂର୍ବ ଦିଗରେ ଗତିକରି ପଶ୍ଚିମବଙ୍ଗ ଦିଘାଠାରୁ ୪୧୦କିମି ଏବଂ ଦକ୍ଷିଣପଶ୍ଚିମ ଦିଗରେ ବାଂଲାଦେଶର ଖେପୁପରାଠାରୁ ୫୫୦କିମି ଦୂରରେ ୧୭.୯ ଅକ୍ଷାଂଶ ଏବଂ ୮୭.୨ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟସ୍ଥ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି ।

Post- 

ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିବା ପରେ ଆଗାମୀ ୨୪ ଘଣ୍ଟା ପାଇଁ ଭାରି ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷାର ପରିମାଣ ବିଭିନ୍ନ ସ୍ଥାନରେ ୭ ରୁ ୧୧ ସେମି ପର୍ଯ୍ୟନ୍ତ ହୋଇପାରେ । ଏନେଇ ସତର୍କ ସୂଚନା ଦିଆଯାଇଛି । ସକ୍ରିୟ ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କୋହୋଲା ପାଗ ସହ ବର୍ଷା ହୋଇଛି । ଆଜି ଦିନ ୨ ଟା୩୦ ସୁଦ୍ଧା ପାରାଦ୍ୱୀପରେ ସର୍ବାଧିକ ୪୮.୭ ମିମି ବର୍ଷା, ଚାନ୍ଦବାଲି ୧୦.୮ ମିମି ଏବଂ ବାଲେଶ୍ୱରରେ ୨.୮ ମିମି ବର୍ଷା ରେକର୍ଡ କରାଯାଇଛି । 

Also Read- ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ହେଲା ପ୍ରଦୂଷିତ! ଆକାଶ ହେଲା କୁହୁଡ଼ିମୟ, ଜାଣନ୍ତୁ AQI

Also Read- Dussehra 2023: ଏଠାରେ ମୁସଲିମ୍ ବ୍ୟକ୍ତି ତିଆରି କରନ୍ତି ବିରାଟ 'ରାବଣ', ଅଗ୍ନି ସଂଯୋଗ କରନ୍ତି ହିନ୍ଦୁ