Odisha News: ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ
Advertisement
Article Detail0/zeeodisha/odisha2119077

Odisha News: ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Odisha News: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ତେଜିଲା ବିବାଦ । ବିଧାୟକଙ୍କୁ ହତ୍ୟା ଧମକ ପ୍ରତିବାଦରେ ଆଜି ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡ଼ାକରା ଦିଆଯାଇଛି।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ମଙ୍ଗଳବାର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ନଗର କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଅଖ ଚକ ସବୁ ବନ୍ଦ କରାଯାଇଛି । କେବଳ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଷ୍ଠାନ ଖୋଲା ରହିଛି। ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବା ସହ ବିଭିନ୍ନ ସ୍ଥାନରେ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ବିଧାୟକଙ୍କ ଭାଇ ତଥା ନଗରପାଳ ବରିୟାମ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ବାଇକ ରାଲି କରି ପିକେଟିଂ କରିବା ସହ ସମସ୍ତ ଦୋକାନ ବଜାରକୁ ବନ୍ଦ କରିଥିଲେ। ବନ୍ଦ ପାଳନରେ ଶତାଧିକ କଂଗ୍ରେସ କର୍ମୀ , ବିଧାୟକଙ୍କ ସମର୍ଥକ ସାମିଲ ଥିବା ଦେଖିବାକୁ ମିଳିଛି। 

ପ୍ରକାଶ ଥାଉ କି, ସୋମବାର ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହି  ପୋଷ୍ଟରରେ ନାଲି ରଙ୍ଗରେ କଣ୍ଟାବାଞ୍ଜି ବିଧାୟକଙ୍କୁ ୧୫ ଦିନ ମଧ୍ଯରେ ହତ୍ୟା କରିବା ନେଇ ଲେଖାଯାଇଥିଲା । ଏହା ସହ ଏହି ପୋଷ୍ଟରରେ ଏକ ଯୁବକଙ୍କ ଫଟୋ ମଧ୍ଯ ରହିଥିଲା ।

Also Read- Heat Wave: ମାଘରେ ମୁଣ୍ତ ଫଟା ତାତି, ଦୁଇ ଜିଲ୍ଲାରେ ୩୬ ଡିଗ୍ରୀ ପାର କଲା ତାପମାତ୍ରା