Odisha Crime News: ଖଲିକୋଟରେ ରାଜନୈତିକ ହିଂସା, ଜଣଙ୍କର ଜୀବନହାନୀ !
Advertisement
Article Detail0/zeeodisha/odisha2250417

Odisha Crime News: ଖଲିକୋଟରେ ରାଜନୈତିକ ହିଂସା, ଜଣଙ୍କର ଜୀବନହାନୀ !

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପୋଲସରାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୁଳି ଯୁବକଙ୍କ ବେକରେ ଲାଗିଛି। ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ପୁଲିସ

Odisha Crime News: ଖଲିକୋଟରେ ରାଜନୈତିକ ହିଂସା, ଜଣଙ୍କର ଜୀବନହାନୀ !

Odisha Crime News: ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପୋଲସରାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ତୋଟାସାହି ଅଞ୍ଚଳରେ ଜଣେ ଯୁବକଙ୍କୁ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଛିଡ଼ା ହୋଇଥିବା ସମୟରେ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଗୁଳି ଯୁବକଙ୍କ ବେକରେ ଲାଗିଛି। ଯୁବକ ଜଣକ ଏକ ରାଜନୈତିକ ଦଳର ବୋଲି କୁହାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି।

ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ଏହାରି ଭିତରେ ଖଲ୍ଲିକୋଟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ଭଳି ଘଟଣା ଦେଖିବାକୁ ମିଳିଥିଲା। ଉଭୟ ପକ୍ଷର ୭ ଜଣ ଆହତ ଏବଂ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।