Puri Jagannath Temple: ବୁଧବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
Advertisement

Puri Jagannath Temple: ବୁଧବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

Puri Jagannath Temple: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ତେବେ ବନକଲାଗି ନୀତି ଯୋଗୁଁ ବୁଧବାର ଦିନ ଅପରାହ୍ନରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ (Puri Jagannath Temple)  ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି (Banaka lagi niti) । ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ତେବେ ବନକଲାଗି ନୀତି ଯୋଗୁଁ ବୁଧବାର ଦିନ ଅପରାହ୍ନରେ ସାଧାରଣ ଦର୍ଶନ ବନ୍ଦ ରହିବ । ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ତପରେ ଠାକୁରଙ୍କର ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସଂହାର କରିବେ । ସାଧାରଣତଃ ଅପରାହ୍ନ ସମୟରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ । ତେବେ ବନକଲାଗି ନୀତି ଲାଗି ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟାନ୍ତ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ଏଥିରେ ପାଳିଆ ପୂଜାପଣ୍ତା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପାଳକ, ମୁଦୁଲି, ଚାଙ୍ଗଡ଼ା ଆଦି ସେବକଙ୍କ ମଧ୍ଯ ଭୂମିକା ରହିଛି । ବନକଲାଗି ନୀତି ପରେ ମହାସ୍ନାନ ଓ ଏହାପରେ ସାଧାରଣ ଦର୍ଶନ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି । ତେବେ ବୁଧବାର ଦିନ ଠାକୁରଙ୍କ ନୀତିକୁ ନେଇ ବନକଲାଗି ଓ ଦର୍ଶନ ସମୟ ଧାର୍ଯ୍ୟ ହେବ ।

ସେପଟେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ତପ ମରାମତି କାର୍ଯ୍ୟ ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ସୋମବାର ଦିନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ତପୀଠରେ ଅଭିଷେକ ଦାସଙ୍କ ମାମଲାରେ ଶୁଣାଣି ସମୟରେ ଏଏଆଇ ପକ୍ଷରୁ ନାଟମଣ୍ତପ ମରାମତି କାର୍ଯ୍ୟ ସଂପର୍କିତ ଲିଖିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।  ଦୃଶ୍ୟମାନ ହେଉଥିବା ଛୋଟ ଫାଟ ଗୁଡ଼ିକର ଉପଯୁକ୍ତ ମରାମତି କରାଯାଇଛି । ଚାରି ମଝି ସ୍ତମ୍ଭ ଉପରେ ଷ୍ଟେନଲେସି ଷ୍ଟିଲ ଦ୍ବାରା ଆବଦ୍ଧ କରାଯାଇଛି । ଜଗମୋହନ କ୍ଷେତ୍ରରେ ଲାଗୁ କରାଯାଇଥିବା କାର୍ଯ୍ୟ ପଦ୍ଧତି ଓ ଡ଼ିଜାଇନ ଅନୁସରଣରେ ନାଟ ମଣ୍ତପରେ ସ୍ତମ୍ଭ ଗୁଡ଼ିକର ଏପରି ଭାବେ ମରାମତି କରାଯାଇଛି । ଆଇଆଇଟି ମାଡ୍ରାସ ପରାମର୍ଶ ଓ ଏଏସଆଇ ମୁଖ୍ୟାଳୟ ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଅନୁସାରେ ମାର୍ଚ୍ଚ ୧୪ ତାରିଖରୁ ମେ ୩୧ ଓ ରଥଯାତ୍ରା ସମୟରେ ଜୁନ୍ ୨୧ ତାରିଖରୁ ୩୦ ତାରିଖ ଯାଏ ମରାମତି କାର୍ଯ୍ୟ କରାଯାଇଥିଲା ।

Also Read-Metro Rail Project: ଆରମ୍ଭ ହେଲା ମାଟି ପରୀକ୍ଷା, ଟ୍ବିନ୍ ସିଟିରେ ଖୁବଶ୍ରୀଘ ଗଡ଼ିପାରେ ମେଟ୍ରୋ !

Also Read-Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଆଜି ଷ୍ଟେସନ ମାଷ୍ଟରଙ୍କୁ ଘାଣ୍ଟିବ CBI

ନାଟମଣ୍ତପର ଏହି ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯିବା ସହିତ ନୀଳଦ୍ରିବିଜେ ପୂର୍ବରୁ ଏଥିରେ ବନ୍ଧା ଯାଇଥିବା ଭାରା ଖୋଲା ଯାଇଥିଲା । ଏନେଇ ବୈଷୟିକ ବିଶେଷଜ୍ଞ କୋର କନଜରଭେସନ୍ କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନାଟମଣ୍ତପରେ ଆଉ କେତେକ ମରାମତି ପ୍ରସଙ୍ଗରେ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ବୋଲି ଏଏଆଇ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଲିଖିତ ତଥ୍ୟରେ ଉଲ୍ଲେଖ କରାଯାଇଥିଲା । ନାଟମଣ୍ତପ କରାଯାଇଥିବା ମରାମତି ଓ ରହିଥିବା ପ୍ରସ୍ତାବ ପ୍ରସଙ୍ଗରେ ବିସ୍ତୃତ ସତ୍ୟପାଠ ପରବର୍ତ୍ତୀ ଶୁଣାଣି ପାଇ ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇ ଦିନ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଥିବା ସୂଚନା ମିଳିଛି ।

Also Read-Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ

Also Read-Odisha Train Accident: ଜେରା ବେଳେ CBI ହାତରେ ଲାଗିଲା ବଡ଼ ସୁରାଖ୍! ଏହି ତିନି ଅଭିଯୁକ୍ତଙ୍କ ବଢିପାରେ ରିମାଣ୍ତ ଅବଧି