Puri Jagannath Temple: ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳା ନେଇ ଖୁବଶୀଘ୍ର ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
Advertisement

Puri Jagannath Temple: ସ୍ନାନଯାତ୍ରା ଓ ରଥଯାତ୍ରା ବିଶୃଙ୍ଖଳା ନେଇ ଖୁବଶୀଘ୍ର ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Puri Jagannath Temple: ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନା ନେଇ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏନେଇ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏଥିରେ ଗତ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ ସବ କମିଟି ବିବରଣୀ ଅନୁମୋଦନ ହେବ । 

ସୌ(ସୋସିଆଲ ମିଡିଆ)

Puri Jagannath Temple: ଶେଷ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନା ନେଇ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକ ଆସନ୍ତା ଜୁଲାଇ ୨୭ ତାରିଖରେ ବସିବା ନେଇ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ସୂଚନାଯୋଗ୍ୟ, ଏହି ବୈଠକ ଜୁଲାଇ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ । ଏଥିରେ ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ନେଇ ବିସ୍ତୃତ ଭାବେ ସମୀକ୍ଷା କରାଯିବ । ଖାଲି ଏତିକି ନୁହେଁ, ଗତ ମେ ୨୯ ତାରିଖ ଓ ଜୁନ୍ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବିବରଣୀ ଦୃଢୀକରଣ ନେଇ ମଧ୍ଯ ଆଲୋଚନା କରାଯିବା । ଏହାକୁ ବାଦ ଦେଲେ ଗତ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଭୂମି ଓ ପ୍ରକଳ୍ପ ସବ କମିଟି ବିବରଣୀ ଅନୁମୋଦନ ହେବ । ଏହାସହ ଗତବର୍ଷ ସେପ୍ଟେମ୍ବର ୨୭ ଓ ଡ଼ିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକ ବିବରଣୀର ଅନୁପାଳନ, ସେବକ ବାସଗୃହ, ବାଉଳି ମଠ ଉନ୍ନତୀକରଣ, ଶ୍ରୀନ୍ଦିର ଆଦର୍ଶ ଗୁରୁକୁଳ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲେଚନା କରାଯିବ ।

ସେପଟେ ଆଜି ଅର୍ଥାତ୍ ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ (Puri Jagannath Temple) ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି (Banaka lagi niti) । ଶ୍ରୀଜିଉଙ୍କ ଏହି ବନକଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ତପରେ ଠାକୁରଙ୍କର ଏହି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଗୋଷ୍ଠୀଗତ ଭାବେ ମହାପ୍ରଭୁଙ୍କ ଶ୍ରୀମୁଖ ସଂହାର କରିବେ । ସାଧାରଣତଃ ଅପରାହ୍ନ ସମୟରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହୋଇଥାଏ, ତେବେ ଏନେଇ ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟାନ୍ତ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ଏଥିରେ ପାଳିଆ ପୂଜାପଣ୍ତା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପାଳକ, ମୁଦୁଲି, ଚାଙ୍ଗଡ଼ା ଆଦି ସେବକଙ୍କ ମଧ୍ଯ ଭୂମିକା ରହିଛି । ବନକଲାଗି ନୀତି ପରେ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ।

ଅନ୍ୟପଟେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟମଣ୍ତପ ମରାମତି କାର୍ଯ୍ୟ ପ୍ରସଙ୍ଗରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ଗତ ସୋମବାର ଦିନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ତପୀଠରେ ଅଭିଷେକ ଦାସଙ୍କ ମାମଲାରେ ଶୁଣାଣି ସମୟରେ ଏଏଆଇ ପକ୍ଷରୁ ନାଟମଣ୍ତପ ମରାମତି କାର୍ଯ୍ୟ ସଂପର୍କିତ ଲିଖିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।  ଦୃଶ୍ୟମାନ ହେଉଥିବା ଛୋଟ ଫାଟ ଗୁଡ଼ିକର ଉପଯୁକ୍ତ ମରାମତି କରାଯାଇଛି । ଚାରି ମଝି ସ୍ତମ୍ଭ ଉପରେ ଷ୍ଟେନଲେସି ଷ୍ଟିଲ ଦ୍ବାରା ଆବଦ୍ଧ କରାଯାଇଛି । ଜଗମୋହନ କ୍ଷେତ୍ରରେ ଲାଗୁ କରାଯାଇଥିବା କାର୍ଯ୍ୟ ପଦ୍ଧତି ଓ ଡ଼ିଜାଇନ ଅନୁସରଣରେ ନାଟ ମଣ୍ତପରେ ସ୍ତମ୍ଭ ଗୁଡ଼ିକର ଏପରି ଭାବେ ମରାମତି କରାଯାଇଛି । ଆଇଆଇଟି ମାଡ୍ରାସ ପରାମର୍ଶ ଓ ଏଏସଆଇ ମୁଖ୍ୟାଳୟ ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଅନୁସାରେ ମାର୍ଚ୍ଚ ୧୪ ତାରିଖରୁ ମେ ୩୧ ଓ ରଥଯାତ୍ରା ସମୟରେ ଜୁନ୍ ୨୧ ତାରିଖରୁ ୩୦ ତାରିଖ ଯାଏ ମରାମତି କାର୍ଯ୍ୟ କରାଯାଇଥିଲା ।

Also Read-Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ନାଟମଣ୍ତପର ଏହି ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯିବା ସହିତ ନୀଳଦ୍ରିବିଜେ ପୂର୍ବରୁ ଏଥିରେ ବନ୍ଧା ଯାଇଥିବା ଭାରା ଖୋଲା ଯାଇଥିଲା । ଏନେଇ ବୈଷୟିକ ବିଶେଷଜ୍ଞ କୋର କନଜରଭେସନ୍ କମିଟିରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନାଟମଣ୍ତପରେ ଆଉ କେତେକ ମରାମତି ପ୍ରସଙ୍ଗରେ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ବୋଲି ଏଏଆଇ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଲିଖିତ ତଥ୍ୟରେ ଉଲ୍ଲେଖ କରାଯାଇଥିଲା । ନାଟମଣ୍ତପ କରାଯାଇଥିବା ମରାମତି ଓ ରହିଥିବା ପ୍ରସ୍ତାବ ପ୍ରସଙ୍ଗରେ ବିସ୍ତୃତ ସତ୍ୟପାଠ ପରବର୍ତ୍ତୀ ଶୁଣାଣି ପାଇ ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇ ଦିନ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଥିବା ସୂଚନା ମିଳିଛି ।