Puri Laser Scanning: ଆରମ୍ଭ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ; ରତ୍ନଭଣ୍ଡାରର ୩୭ ପଏଣ୍ଟ ଠାରେ କରାଗଲା ଲେଜର ସ୍କାନିଂ
Advertisement
Article Detail0/zeeodisha/odisha1983248

Puri Laser Scanning: ଆରମ୍ଭ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ; ରତ୍ନଭଣ୍ଡାରର ୩୭ ପଏଣ୍ଟ ଠାରେ କରାଗଲା ଲେଜର ସ୍କାନିଂ

Srimandir Ratna Bhandar Laser Scanning: ନଭେମ୍ବର ୨୮ ତାରିଖ ବୁଧବାର  ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ।

Puri Laser Scanning: ଆରମ୍ଭ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ; ରତ୍ନଭଣ୍ଡାରର ୩୭ ପଏଣ୍ଟ ଠାରେ କରାଗଲା ଲେଜର ସ୍କାନିଂ

Laser Scanning of Srimandir Ratna Bhandar Start From Today: ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରସଙ୍ଗରେ ଆସିଛି ବଡ଼ ଖବର। ନଭେମ୍ବର ୨୮ ତାରିଖ ବୁଧବାର ରତ୍ନଭଣ୍ଡାରର ୩୭ ପଏଣ୍ଟ  କରାଯାଇଛି ଲେଜର ସ୍କାନିଂ। ଲାଇଟ କମିଯିବାରୁ ଉତ୍ତର ପାର୍ଶ୍ୱରେ କରାଯାଇନାହିଁ ଲେଜର ସ୍କାନିଂ। ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ କୋଣର ଲେଜର ସ୍କାନିଂ ସରିଯାଇଛି। ସେପଟେ ରତ୍ନଭଣ୍ଡାରର ଅମୁହାଁ ଯୋଡ କାନ୍ଥର ଡକ୍ୟୁମେଣ୍ଟେସନ ସରିଯାଇଛି। ଆସନ୍ତା କାଲି ଲେଜର ସ୍କାନିଂ ସରିଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଦେବାଶିଷ ଗଡ଼ନାୟକ।

ବୁଧବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଏବଂ ନାଭିକଟା ମଣ୍ଡପର ମଝି ଅଂଶରେ ତିନୋଟି ସ୍ଥାନରେ ଲେଜର ସ୍କାନ କରାଯାଉଛି। ଯେଉଁଥିରେ ୩୬୦ ଡିଗ୍ରୀ ରେ 3D ଫଟୋ ଉତ୍ତୋଳନ କରାଯାଉଛି। ଯାହାକି ପଥର କାନ୍ଥରେ ସୂକ୍ଷ୍ମ ଫାଟ ରହିଥିଲେ ତାହା ଡିଜିଟାଲ ମେଥଡ ମାଧ୍ୟମରେ ଚିହ୍ନଟ କରାଯାଇପାରିବ। ପ୍ରତି ଫଟୋ ଉତ୍ତୋଳନ ପାଇଁ ୩ ଘଣ୍ଟାରୁ ୪ ଘଣ୍ଟା ସମୟ ଲାଗୁଛି। ରତ୍ନଭଣ୍ଡାରର ଲେଜର ସ୍କାନିଂ ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ସରିବାକୁ ପ୍ରାୟ ୩-୪ ଦିନ ସମୟ ଲାଗିବ ବୋଲି ଜଣାପଡିଛି। ଲେଜର ସ୍କାନିଂ ଦ୍ୱାରା କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ। ମାତ୍ର ଭିତର ଅଂଶର ସ୍ଥିତି ଜଣାପଡିବ ନାହିଁ। କେବଳ ଯଦି ବାହାର ପାର୍ଶ୍ୱରୁ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ରହିଥିବାର ଲେଜର ସ୍କାନିଂ ମାଧ୍ୟମରେ ଜଣାପଡେ ତାହେଲେ ଭିତର ପାର୍ଶ୍ୱରୁ ରତ୍ନଭଣ୍ଡାରର ସ୍ଥିତି ପରଖା ଯିବ ବୋଲି କହିଛନ୍ତି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧିକାରୀ। 

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପାଇଁ ପୁରୀରେ ୭ ଜଣିଆ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଦସ୍ଯ, ପରିଚାଳନା କମିଟି ସଦସ୍ଯ ଏବଂ ୧୫ ଜଣିଆ ଏଏସଆଇ ଟିମ୍ ଲେଜର ସ୍କାନିଂ ସମୟରେ ଉପସ୍ଥିତ ରହିଛନ୍ତି। ଏଏସଆଇ ସୁପରିଟେଡେଣ୍ଟ ଦେବାଶିଷ ଗଡ଼ନାୟକଙ୍କ ନେତୃତ୍ବରେ ୭ ଜଣିଆ ଟେକ୍ନିକାଲ ଟିମ୍ ଲେଜର ସ୍କାନିଂ କରୁଥିବାର ଜଣାପଡିଛି। ଏହି ଦଳରେ ଫଟୋଗ୍ରାଫିକ ସଦସ୍ୟ ଏବଂ ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ ନିୟୋଜିତ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଜଣେ ଇଞ୍ଜିନିୟର ଏବଂ ୨ ଜଣ ଟେକ୍ନିସିଆନ ମଧ୍ୟ ରହିଛନ୍ତି। ଲେଜର ସ୍କାନର ପଥର କାନ୍ଥର ସୂକ୍ଷ୍ମ ଫାଟ ଚିହ୍ନଟ କରିପାରିବ। ଯାହା ୩୬୦ ଡିଗ୍ରୀ ର 3D ଫୋଟୋ ଉଠାଇବା ସହ ଡିଜିଟାଲ ମେଥଡ ମାଧ୍ୟମରେ ଦୁର୍ବଳ ସ୍ଥିତି ଚିହ୍ନଟ କରିପାରିବ। ଏହି ଲେଜର ସ୍କାନର ଉଚ୍ଚତା ୭ ଇଞ୍ଚ ଏବଂ ଚଉଡ଼ା ୪ ଇଞ୍ଚ ରହିଛି। ଯାହା Point Cloud Processing ମାଧ୍ୟମରେ Photo Capture କରି ହେବ। ଆଉ Autodesk Software ମାଧ୍ୟମରେ Capture Process କରିହେବ। ପ୍ରାୟ ୩ ମିନିଟ ମଧ୍ୟରେ Full Dom Scan କରିବା ସହ ୧୫୦ Megapixel Spherical Image କରିବ। ଯେଉଁଥିରେ ପୁରା ଫାଟର ସମ୍ପୂର୍ଣ୍ଣ ମାପ ଅନୁସାରେ ଫୋଟୋ ଆସିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି।