Odisha Train Accident: ଟ୍ରେନ ଦୁର୍ଘଟଣାକୁ ନେଇ ଆସିଲା ବଡ଼ ସୂଚନା, ଦୁର୍ଘଟଣା ପଛରେ ରହିଛି ବଡ଼ ଅବହେଳା, ବାହାନଗା ଷ୍ଟେସନର ୩ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ
Advertisement
Article Detail0/zeeodisha/odisha1734177

Odisha Train Accident: ଟ୍ରେନ ଦୁର୍ଘଟଣାକୁ ନେଇ ଆସିଲା ବଡ଼ ସୂଚନା, ଦୁର୍ଘଟଣା ପଛରେ ରହିଛି ବଡ଼ ଅବହେଳା, ବାହାନଗା ଷ୍ଟେସନର ୩ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ

ବାହାନାଗା ରେଳରେ ଛିଡ଼ା ହୋଇଥିଲା ମାଲ୍‌ବାହୀ ଟ୍ରେନ୍‌। ଠିକ୍‌ ସେହି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା । ପ୍ରାୟ ୭ଟି ବଗି ଓଲଟି ପଡ଼ିଥିଲା । ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର କରୁଛନ୍ତି । ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଉଛନ୍ତି । ହେଲେ ବର୍ତ୍ତମାନ ରେଳ ବିଭାଗ କିମ୍ୱା ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ ।

Odisha Train Accident: ଟ୍ରେନ ଦୁର୍ଘଟଣାକୁ ନେଇ ଆସିଲା ବଡ଼ ସୂଚନା, ଦୁର୍ଘଟଣା ପଛରେ ରହିଛି ବଡ଼ ଅବହେଳା, ବାହାନଗା ଷ୍ଟେସନର ୩ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ

Odisha Train Accident: ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ତଦନ୍ତକାରୀ ସଂସ୍ଥା ସିବିଆଇକୁ ବଡ଼ ସଫଳତା ମିଳିଛି। ସିବିଆଇ ଟିମ ୩ ଜଣ ରେଳ କର୍ମଚାରୀଙ୍କୁ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ ଉଠାଇ ନେଇଥିବା ୩ ଜଣ କର୍ମଚାରୀଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର, ଟେକ୍ନିସିଆନ ଓ ଅନ୍ୟ ଜଣେ ରେଳ କର୍ମଚାରୀ ରହିଥିବା ନେଇ ଜଣାପଡ଼ିଛି। ସେପଟେ ସିବିଆଇ ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ଏପରିକି ତଦନ୍ତକୁ ନେଇ ମଧ୍ୟ କୌଣସି ସୂଚନା ଦେଇ ନାହିଁ ସିବିଆଇ। କିନ୍ତୁ ତଦନ୍ତ ସମୟରେ ବଡ଼ ତଥ୍ୟ ସିବିଆଇକୁ ମିଳିଥିବା ନେଇ ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ବାହାନଗା ଷ୍ଟେସନର ସିଗନାଲ ବ୍ୟବସ୍ଥାରେ ତୃଟି ଥିବା ନେଇ ଜାଣିବାକୁ ପାଇଥିଲେ ଷ୍ଟେସନ ମାଷ୍ଟର। ଏନେଇ ସିଗନାଲ ବ୍ୟବସ୍ଥାରେ ଥିବା ତୃଟି ସୁଧାରିବାକୁ ନେଇ ଟେକନିକାଲ ବ୍ୟକ୍ତିଙ୍କୁ ଡକାଇଥିଲେ ଷ୍ଟେସନ ମାଷ୍ଟର। ସେପଟେ ଟେକନିକାଲ ଦାୟିତ୍ୱରେ ଥିବା କର୍ମଚାରୀ ବିଳମ୍ବରେ ଆସି ଦୁର୍ଘଟଣା ଦିନ ପ୍ରାୟ ୧୧ଟାକୁ ଆସି ତୃଟି ସୁଧାରି ଦେଇଥିବା ନେଇ ସୂଚନା ରହିଛି। ତେବେ ତୃଟି ସୁଧାରିବା ପରେ ଷ୍ଟେସନ ମାଷ୍ଟର ଯାଞ୍ଚ କରିନଥିବା ନେଇ ଜଣାପଡ଼ିଛି। ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା ବୋଲି ସିବିଆଇ ଜାଣିବାକୁ ପାଇଥିବା ନେଇ ଜଣାପଡ଼ିଛି। 

ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଠିଆ ହୋଇଥିବା ମାଲବାହୀ ଟ୍ରେନକୁ ପିଟିଥିଲା କରମଣ୍ଡଳ ଏକ୍ସପ୍ରେସ । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ମାଲ୍‌ବାହୀ ଟ୍ରେନ ଉପରେ ଚଢିଯାଇଥିଲା। ଏଥିରେ  ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ଗତ ୨ ତାରିଖ ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ୍‌ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଘଟିଛି । 