Droupadi Murmu: ପାରାଦୀପରେ ମହାମହିମ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha1980392

Droupadi Murmu: ପାରାଦୀପରେ ମହାମହିମ ରାଷ୍ଟ୍ରପତି

Droupadi Murmu: ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପାଖାପାଖି ୯ଟା ୫ ମିନିଟ ସମୟରେ ପାରାଦୀପ ଅଭିମୁଖେ ବାହାରିଥିଲା ବାୟୁସେନା ହେଲିକପ୍ଟର । ଦୀର୍ଘ ୪୫ ମିନିଟର ଉଡାଣ ପରେ ପାରାଦୀପରେ ପହଞ୍ଚିବା ପରେ ପୁରା ଜିଲ୍ଲାବାସୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

 

Droupadi Murmu: ପାରାଦୀପରେ ମହାମହିମ ରାଷ୍ଟ୍ରପତି

Droupadi Murmu: ଗତକାଲିଠୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ପ୍ରସ୍ତୁତି ସରିଛି । ଡେମୋ ରିହଲସେଲ ମଧ୍ଯ ସରିଛି ଆଉ ଏବେ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ସ୍ଵତନ୍ତ୍ର ବାୟୁ ସେନା ହେଲିକପ୍ଟର ଯୋଗେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସି ଅବତରଣ କରିବା ପରେ ସେଠାରୁ କାରକେଡ ଯୋଗେ ରାଷ୍ଟ୍ରପତି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଟ୍ ବେଶୀନ କୁ ଯିବା ସହ ସେଠାରେ ଆୟୋଜିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । ସେଠାରୁ ନେହେରୁବଙ୍ଗଳା କୁ ଯାଇ ମହାମହିମ ମଧ୍ୟାହ୍ନ ଭୋଜନ ସାରିବା ପରେ କିଛି ମତ୍ସ୍ୟଜୀବୀଙ୍କ ସହ କଥା ହୋଇ ୩ଟା ୫୫ ମିନିଟ ରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। 

ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ, ୫ଜଣ ଏସପି, ୭ଜଣ ଅତିରିକ୍ତ ଏସପି, ୧୨ଜଣ ଡିଏସପି ଙ୍କୁ ନିୟୋଜିତ କରାଯାଇଛି । ସାଦା ପୋଷାକ ଧାରୀ ପୋଲିସ କର୍ମଚାରୀ ଙ୍କୁ ରାସ୍ତା, ବଜାର ଓ ମହାମହିମ ଙ୍କ ଯିବା ଆସିବା ରାସ୍ତା ରେ ନିୟୋଜିତ ମଧ୍ଯ କରାଯାଇଛି । ଜଳ ସ୍ଥଳ ଓ ଆକାଶ ମାର୍ଗରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂ କୁ କଡାକଡି କରାଯାଇଛି । ନେଭି, କୋଷ୍ଟଗାର୍ଡ ର ଯୁଧ୍ୟ ଜାହାଜ ଦୂର ସମୁଦ୍ର ମଧ୍ୟରେ ପଇଁତରା ମାରୁଥିବା ମଧ୍ଯ ଜଣାପଡିଛି । କୋଷ୍ଟଗାର୍ଡ(Coast Guard) ର ଯୁଧ୍ୟ ଜାହାଜ 'ଅମୋଘ' ରେ ମହାମହିମ ସମୁଦ୍ର ଭିତରକୁ ଯିବାକୁ ଥିବା ବେଳେ ସମଗ୍ର ଜିଲ୍ଲା ଓ ପାରାଦୀପ ରେ(Paradeep) ସମସ୍ତେ ଉତ୍ସାହିତ ହୋଇ ଉଠିଛନ୍ତି । 

ତେବେ ଆଜି ୮.୪୦ ମିନିଟ୍ ସମୟରେ କାରକେଡ ରେ ବାହାରିଥିଲେ ରାଷ୍ଟ୍ରପତି(President Droupadi Murmu)। ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଥିଲେ ମହାମହିମ ରାଷ୍ଟ୍ରପତି । ସେପଟେ ଆଜି ସକାଳ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନାର(Indian Air Force) ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପାଖାପାଖି ୯ଟା ୫ ମିନିଟ ସମୟରେ ପାରାଦୀପ ଅଭିମୁଖେ ବାହାରିଥିଲା ବାୟୁସେନା ହେଲିକପ୍ଟର । ଦୀର୍ଘ ୪୫ ମିନିଟର ଉଡାଣ ପରେ ପାରାଦୀପରେ ପହଞ୍ଚିବା ପରେ ପୁରା ଜିଲ୍ଲାବାସୀ ଓ ଜିଲ୍ଲାପ୍ରଶାସନ ତରଫରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।