Puri: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମ ବାବା
Advertisement
Article Detail0/zeeodisha/odisha2004517

Puri: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମ ବାବା

Bageshwar Dham Baba: ଶ୍ରୀମନ୍ଦିର (Jagannath Temple) ଯାଇ ମହାପ୍ରଭୁଙ୍କୁ (Mahaprabhu) ଦର୍ଶନ କଲେ ବାଗେଶ୍ୱର ଧାମ ବାବା (Bageshwar Dham Baba) ଧୀରେନ୍ଦ୍ର କୃଷ୍ଣା ଶାସ୍ତ୍ରୀ (Dhirendra krishna shastri) । ଶ୍ରୀମନ୍ଦିରରେ ପ୍ରାୟ ୧ ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇପଡ଼ିଥିଲେ ବାଗେଶ୍ୱର ଧାମ ବାବା । 

ସୌ(ସୋସିଆଲ ମିଡିଆ)

Bageshwar Dham Baba: ଶ୍ରୀମନ୍ଦିର (Jagannath Temple) ଯାଇ ମହାପ୍ରଭୁଙ୍କୁ (Mahaprabhu) ଦର୍ଶନ କଲେ ବାଗେଶ୍ୱର ଧାମ ବାବା (Bageshwar Dham Baba) ଧୀରେନ୍ଦ୍ର କୃଷ୍ଣା ଶାସ୍ତ୍ରୀ (Dhirendra krishna shastri) । ଶ୍ରୀମନ୍ଦିରରେ ପ୍ରାୟ ୧ ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇପଡ଼ିଥିଲେ ବାଗେଶ୍ୱର ଧାମ ବାବା । ଏହାପରେ ବିମଳା ଓ ଲକ୍ଷ୍ମୀ ମନ୍ଦିରରେ ଦର୍ଶନ ସାରି ସେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ (Sakhigopal Mandir) ମହାପ୍ରସାଦ (Mahaprasad) ସେବନ କରିଥିଲେ ।

Also Read-Dev Deepawali 2023: ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି, ପିତୃପୁରୁଷଙ୍କୁ ପିଣ୍ଡ ଅର୍ପଣ କରିବେ ମହାପ୍ରଭୁ

ମହାପ୍ରଭୁଙ୍କ ଦର୍ଶନ କରିବା ଖୁବ ସୁନ୍ଦର ଅନୁଭୂତି ଥିଲା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହାସହ ଜାନୁଆରୀ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ପ୍ରତିକ୍ରିୟା ଦେଇ ସେ କହିଥିଲେ, ‘ସମସ୍ତ ଭାରତୀୟଙ୍କ ବିଜୟ ହେବ’ । ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ (Bageshwar Dham Baba) ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି ଏକ ପିତ୍ତଳର ଗଦା ଉପହାରରେ ଦେଇଥିଲେ। ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ ହଜାର ଟଙ୍କା ଅଟେ । ଏହାକୁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଯାଇଥିଲା ।ବାଗେଶ୍ୱର ବାବାଙ୍କୁ ଦେଖିବା ଲାଗି ଶ୍ରୀମନ୍ଦିର (Srimandir) ଓ ସିଂହଦ୍ୱାରରେ (Singha Dwara) ପ୍ରବଳ ଭିଡ଼ ଜମିଥିଲା । ଏମିତି କି, ସିଂହଦ୍ୱାର ଠାରେ ଠେଲାପେଲା ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଥିଲା । ଖାଲି ଏତିକି ନୁହେଁ, ସିଂହଦ୍ବାର ବାହାରେ ଥିବା ବାଗେଶ୍ୱର ଧାମ ବାବାଙ୍କ କଠଉକୁ ଲୋକେ ମୁଣ୍ତିଆ ମାରୁଥିବା ଦେଖିବାକୁ ମିଳିଥିଲା ।