Puri: ଆଜି ଶ୍ରୀଜିଉଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
Advertisement
Article Detail0/zeeodisha/odisha2041086

Puri: ଆଜି ଶ୍ରୀଜିଉଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Puri Jagannath Temple:  ପୌଷମାସ କୃଷ୍ଣ ସପ୍ତମୀ ତିଥିରେ ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି (Banaka Lagi Ritual) ଅନୁଷ୍ଠିତ ହେବ । ଏନେଇ ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । 

ସୌ(ସୋସିଆଲ ମିଡିଆ)

Banaka Lagi Ritual: ପୌଷମାସ କୃଷ୍ଣ ସପ୍ତମୀ ତିଥିରେ ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି (Banaka Lagi Ritual) ଅନୁଷ୍ଠିତ ହେବ । ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ଏହି ଗୁପ୍ତନୀତି ସମୟରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ପକ୍ଷରୁ ସୂଚନା ମିଳିଛି । ଶ୍ରୀମନ୍ଦିରର ଦତ୍ତମହାପାତ୍ର ସେବକମାନେ ଏହି ଗୁପ୍ତ ବନକ ଲାଗି ନୀତି ସମ୍ପାଦନ କରଥାନ୍ତି । ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ବିତୀୟ ଭୋଗ ମଣ୍ତପ ସମ୍ପନ୍ନ ହୋଇ ପାଣି ପଡ଼ିବା ପରେ ଏହି ନୀତି ଅନିଷ୍ଠିତ ହୁଏ । ଦତ୍ତ ମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଉଠି ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାଆନ୍ତି । ଏହି ନୀତି ଶେଷ ହେବା ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ନୀତ ସମ୍ପନ୍ନ କରାଯାଇ ଅନ୍ୟାନ୍ୟ ନୀତି ବଢିବା ସହ ଦର୍ଶନ ପୁନର୍ବାର ଆରମ୍ଭ ହୋଇଥାଏ  ।

ଣ ଏହି ବନକ ଲାଗି ନୀତି

ପ୍ରତି ମାସରେ ଦୁଇ ଥର ଶ୍ରୀଜୀଉଙ୍କ ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ହୋଇଥାଏ । ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା ବନକଲାଗି ନୀତି କରାଯାଇଥାଏ । ଦି’ପ୍ରହର ଧୂପ ଶେଷ ହେବା ପରେ ଶ୍ରୀମନ୍ଦିର ସମସ୍ତ ଦ୍ବାର ବନ୍ଦ କରାଯାଇ ଏହି ନୀତି ସମାପନ କରାଯାଇଥାଏ । ଦତ୍ତ ମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖ ସିଂହାର କରିଥାଆନ୍ତି । ଏହି ଗୁପ୍ତନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ତିନି ଦାରୁମୂର୍ତ୍ତିଙ୍କ ମୁଖ ମଣ୍ଡଳରେ ଶୃଙ୍ଗାରକୁ ବନକଲାଗି କୁହାଯାଏ ।

ମହାପ୍ରଭୁଙ୍କ ମୁଖମଣ୍ଡଳରେ ଥିବା ରଙ୍ଗବିନ୍ୟାସ ଭକ୍ତଙ୍କୁ ଆକର୍ଷିତ କରିଥାଏ । ରଙ୍ଗବିନ୍ୟାସ ବା ବନକଲାଗି ନୀତି ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀଙ୍କ ଦ୍ବାରା କରାଯାଇଥାଏ । ଏମାନଙ୍କୁ ‘ଦତ୍ତ ମହାପାତ୍ର’ କୁହାଯାଏ । ଦତ୍ତ ମହାପାତ୍ର ସେବକ ରଙ୍ଗ ପ୍ରସ୍ତୁତ କରିବା ସହ ଏହି ରଙ୍ଗକୁ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକ ଲାଗିରେ ବ୍ୟବହାର ହୋଇନଥାଏ ।

Also Read-Weather Update: ଚଳିତ ମାସରୁ କମିବ ଶୀତ,ବର୍ଷା ସମ୍ଭାବନା ନେଇ ବିଭାଗର ପୂର୍ବାନୁମାନ

ମହାପ୍ରଭୁଙ୍କ ବନକ ଲାଗିରେ ବ୍ୟବହୃତ ରଙ୍ଗ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ‘ବନକଲାଗି ଘର’ କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶିଥାଏ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ବନକଲାଗିରେ ବ୍ୟବହୃତ ରଙ୍ଗ ଦୀର୍ଘ- ସ୍ଥାୟୀ ହୋଇଥାଏ  ।