Raja Rajeswara Besha: କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର
Advertisement
Article Detail0/zeeodisha/odisha1980314

Raja Rajeswara Besha: କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର

Raja Rajeswara Besha: ଆଜିର ଦିନରେ ଶ୍ରୀଜିଉ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଥାଆନ୍ତି । କୁହାଯାଏ, ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଏଇ ବେଶର ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ରକୁ ଛୁଟିଆସିଥାଆନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Raja Rajeswara Besha: କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର

Raja Rajeswara Besha 2023: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଧର୍ମ ମାସର ଶେଷ ଦିବସରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବଡି଼ ଭୋରରୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଛନ୍ତି । ଆଜିର ଦିନରେ ଶ୍ରୀଜିଉ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଥାଆନ୍ତି । କୁହାଯାଏ, ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଏଇ ବେଶର ଦର୍ଶନ କରିବା ଲାଗି ଶ୍ରୀକ୍ଷେତ୍ରକୁ ଛୁଟିଆସିଥାଆନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟେକ ଓଡ଼ିଆଙ୍କ ଅନନ୍ୟ ପର୍ବ ଭାବେ ପରିଗଣିତ । ଧର୍ମ ମାସ କାର୍ତ୍ତିକର ଏହା ଶେଷ ଦିନ ହୋଇଥିବାରୁ ମାସେ ଧରି ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଆଜି ମହୋଦଧିରେ ବୁଡ଼ ପକାଇ, ଡ଼ଙ୍ଗା ଭସାଇ ବିଶେଷ ପୂଜାପାଠ କରିଛନ୍ତି । ଉତ୍କଳୀୟ ପରମ୍ପରା ଅନୁଯାୟୀ, ଆଜିର ଦିନରେ ସାଧବ ପୁଅମାନେ ବାଣିଜ୍ୟ ପାଇଁ ବୋଇତରେ ଦୂର ଦୁରାନ୍ତକୁ ଯାତ୍ରା କରୁଥିବାର ପରମ୍ପରାକୁ ବିଶ୍ୱାସ କରି ଆଜି ଡ଼ଙ୍ଗା ଭସାଯାଇଥାଏ । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ଆଜି ବଡି଼ ଭୋରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗାରେ ଦୁବ, ବରକୋଳି ପତ୍ର, ଚାଉଳ, ଦୀପ, ଧୂପ, ପାନ ଓ ଗୁଆ ଆଦି ରଖି ବନ୍ଦାପନା କରି ଡ଼ଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ସେପଟେ ଆଜି ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ରବିବାର ଦିନ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇ ନ ଥିବାରୁ ରାତି ତମାମ ସିଂହଦ୍ୱାର ଭକ୍ତଙ୍କ ଦର୍ଶନ ଲାଗି ଖୋଲା ରହିଥିଲା । ଆଜି ଭୋର ୫ଟାରେ ମଙ୍ଗଳ ଆରତୀ, ମଇଲମ, ଓ ବଢ଼ି ଅବକାଶ ନୀତି ସମ୍ପର୍ଣ୍ଣ ହେବା ପରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱ ଅନୁଷ୍ଠିତ ହୋଇଥିଲା । କୀରିଟି, ଶ୍ରୀଭୁଜ, ଶ୍ରୀପୟର, କଦମ୍ବ ମାଳି ଆଦି ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

ଏହା ବି ପଢନ୍ତୁ-kartik Purnima 2023: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ?

ପ୍ରକାଶ ଥାଉ କି, ଧର୍ମ ମାସର ଶେଷ ଦିନରେ ମହୋଦଧିରେ ବୁଡ଼ ପକାଇ ଶ୍ରୀଜିଉଙ୍କୁ ଦର୍ଶନ ସହ କୈବଲ୍ୟ ଭୋଗ ପ୍ରାପ୍ତ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି । ସେପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଏତିକି କି, ବ୍ୟାରିକେଡ଼କୁ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଡେସ୍କ୍ ଓ ବିଶ୍ରାମ ପାଇଁ ସ୍ୱତନ୍ତ୍ର ସେଡ୍ ର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ମଧ୍ଯ ବ୍ଯବସ୍ଥା କରାଯାଇଛି। ଗହଳିକୁ ଦୃଷ୍ଟିରେ ରଖି ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏଥିରେ ୬ ଜଣ ଅତିରିକ୍ତ ଏସପି, ୧୮ ଜଣ ଡିଏସପି ନିୟୋଜିତ ହୋଇଛନ୍ତି ।