Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜଶ୍ବର ବେଶ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
Advertisement
Article Detail0/zeeodisha/odisha1981909

Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜଶ୍ବର ବେଶ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

Jagannath Temple: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜଶ୍ବର ବା ସୁନାବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ନେଇ ପୁରୀ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା ।

ସୌ(ସୋସିଆଲ ମିଡିଆ)

ସକାଳ ମଙ୍ଗଳ ଆଳତି, ଅବକାଶ ପରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଥିଲା । ପ୍ରଭୁଙ୍କୁ ନୂତନ ପାଟବସ୍ତ୍ର ପିନ୍ଧାଇ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, କିରିଟ, ହରିଡ଼ା, କୁଣ୍ତଳ, ବାହାଡ଼ାମାଳି ଓ ଘାଗଡ଼ାମାଳି ଆଦି ଲାଗି କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ ସୁବାସିତ ଫୁଲ ଓ ତୁଳସୀରେ ପ୍ରସ୍ତୁତ ଅଳଙ୍କାର ଶ୍ରୀଜିଉ ପରିଧାନ କରିଥିଲେ । ସୁନା ବେଶରେ ଥାଇ ପ୍ରଭୁଙ୍କୁ ଗୋପଳ ବଲ୍ଲଭ, ବାଳଭୋଗ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ କରାଯାଇଥିଲା ।  ତେବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ସୁନାବେଶ ଲାଗି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦର୍ଶନ କରିଥିଲେ । ବିଶ୍ବାସ ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କୁ ଏହି ବେଶରେ ଦର୍ଶନ କଲେ ମନସ୍କାମନା ପୂରଣ ହେବା ସହ ମହାପୁଣ୍ୟ ମିଳିଥାଏ ।

Also Read-Laser Scanning: ଆଜି ରତ୍ନଭଣ୍ତାର ବାହାର କାନ୍ଥରେ ହେବ ଲେଜର ସ୍କାନିଂ

ପ୍ରକାଶ ଥାଉ କି, ପ୍ରତିବର୍ଷ ମହାପ୍ରଭୁଙ୍କୁ ୫ ଥର ସୁନାବେଶ କରାଯାଇଥାଏ । ଯଥା- ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ବିଜୟା ଦଶମୀ ଓ କାର୍ତ୍ତିକ ପୂର୍ଣ୍ଣିମା ଓ ପ୍ରତିବର୍ଷ ରଥଯାତ୍ରା ଶେଷ କରି ଶ୍ରୀଗୁଣ୍ତିଚା ମନ୍ଦିର ଆଡ଼ପ ମଣ୍ତପରୁ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ଫେରିବା ପରେ ରଥ ଉପରେ ବାହୁଡ଼ା ପରଦିନ ଅର୍ଥାତ୍ ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ସୁନାବେଶ କରାଯିବା ନେଇ ପରମ୍ପରା ରହିଛି । ତେବେ ବର୍ଷ ସାରା ବିଭିନ୍ନ ତିଥିରେ ମହାପ୍ରଭୁଙ୍କୁ କରାଯାଉଥିବା ବେଶ ମଧ୍ଯରୁ ଶ୍ରୀଜିଉଙ୍କ ସୁନାବେଶ ସବୁଠାରୁ ଆକର୍ଷଣୀୟ ଅଟେ ।