Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଦଘାଟନ ନେଇ ଯିବ ନିମନ୍ତ୍ରଣ ପତ୍ର
Advertisement
Article Detail0/zeeodisha/odisha2013230

Puri: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଦଘାଟନ ନେଇ ଯିବ ନିମନ୍ତ୍ରଣ ପତ୍ର

Jagannath Temple: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଲୋକାପର୍ଣ ଉତ୍ସବ ୨୦୨୪ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବା ନେଇ ତାଲିକା ପ୍ରସ୍ତୁତ କରାଯାଉଛି । 

ସୌ(ସୋସିଆଲ ମିଡିଆ)

Jagannath Temple: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଲୋକାପର୍ଣ ଉତ୍ସବ ୨୦୨୪ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବା ନେଇ ତାଲିକା ପ୍ରସ୍ତୁତ କରାଯାଉଛି । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଉଦ୍ଦଘାଟନ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ନିମନ୍ତ୍ରଣ ଲାଗି ତାଲିକା ମଧ୍ୟ ପ୍ରସ୍ତୁତ ସରିଛି ।

ଯେଉଁଥିରେ ୭୪୬ଟି ଶ୍ରୀ ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିର ରହିଛି । ଏଥିରେ ବାଲେଶ୍ବର ଜିଲ୍ଲାର ୬୧ଟି ଶ୍ରୀ ଜଗନ୍ନାଥ ମନ୍ଦିର, ଅନୁଗୁଳ ଜିଲ୍ଲାର ୬୧ଟି ଶ୍ରୀ ଜଗନ୍ନାଥ ମନ୍ଦିର, ବରଗଡ଼ର ୧୮ଟି ଶ୍ରୀ ଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଭଦ୍ରକ ଜିଲ୍ଲାର ୩୩ଟି ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ବୌଦ୍ଧ ଜିଲ୍ଲାର ୨୦ଟି ଶ୍ରୀ ଜଗନ୍ନାଥ ମନ୍ଦିର ଓ ୨ଟି ମନ୍ଦିର, ବଲାଙ୍ଗୀର ଜିଲ୍ଲାର ୨୨ଟି ଶ୍ରୀ ଜଗନ୍ନାଥ ମନ୍ଦିର ଓ ୪ଟି ଅନ୍ୟ ମନ୍ଦିର, ଦେବଗଡ଼ର ୬ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କଟକର ୫୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୮ଟି ଅନ୍ୟ ମନ୍ଦିର, ଗଞ୍ଜାମର ୬୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ଢେଙ୍କାନାଳର ୨୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଜଗତସିଂହପୁରର ୪୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଗଜପତିର ୮ଟି ଶ୍ରୀଜଗନ୍ନାଥ ମନ୍ଦିର, ଯାଜପୁରର ୪୧ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ଝାରସୁଗୁଡ଼ାର ୧୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କନ୍ଧମାଳର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କେନ୍ଦ୍ରାପଡ଼ାର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦୁଝରର ୩୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, କଳାହାଣ୍ଡିର ୧୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ମାଲକାନାଗିରିର ୧୧ଟି ଶ୍ରୀଜଗନ୍ନାଥ ମନ୍ଦିର, ମୟୂରଭଞ୍ଜର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, ଖୋର୍ଦ୍ଧାର ୫୮ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୭ଟି ଅନ୍ୟ ମନ୍ଦିର, ସମ୍ବଲପୁରର ୧୪ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୩ଟି ଅନ୍ୟ ମନ୍ଦିର, ସୁବର୍ଣ୍ଣପୁରର ୧୯ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୨ଟି ଅନ୍ୟ ମନ୍ଦିର, ସୁନ୍ଦରଗଡ଼ର ୨୪ଟି କୋରାପୁଟର ୨୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ନବରଙ୍ଗପୁରର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିର, ନୂଆପଡ଼ାର ୧୩ଟି ଶ୍ରୀଜଗନ୍ନାଥ ମନ୍ଦିର, ନୟାଗଡ଼ର ୨୦ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ୬ଟି ଅନ୍ୟ ମନ୍ଦିର ଓ ରାୟଗଡ଼ାର ୧୨ଟି ଶ୍ରୀଜଗନ୍ନାଥ ମନ୍ଦିର ଓ ଗୋଟିଏ ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି।

Also Read-VLTD Device: ଜୁନ୍ ୩୦ ସୁଦ୍ଧା ଗାଡ଼ିରେ VLTD ବାଧ୍ଯତାମୂଳକ...

ସେପଟେ, ଶନିବାର ଧନୁ ସଂକ୍ରାନ୍ତି (Dhanu Sankranti 2023) ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ପ୍ରତ୍ୟକ ଦିନ ରାତି ୨ଟାରେ ଦ୍ୱାରଫିଟା, ଭିତର ଶୋଧ ୨ଟା ୩୦ ଓ  ୨ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ସକାଳ ୬ଟା ୩୦ରୁ ୮ଟା ସକାଳ ଧୂପ , ୮ଟା ୨୦ରୁ ୧୦ଟା ଭୋଗମଣ୍ଡପ, ୧୦ଟା ୩୦ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ ୧୧ଟା ୪୫ରୁ ଅପରାହ୍ନ ୧ଟା ଦ୍ୱିତୀୟ ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି, ଅପରାହ୍ନରେ ଦ୍ୱାର ଫିଟାଯାଇ ବେଶ ପରେ, ସଂଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ସିଂହାର ଭୋଗ ଓ ଟୋପର ଲାଗି ହୋଇ ରାତି ୧୧ଟା ସୁଦ୍ଧା ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।