Rath Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Advertisement

Rath Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Rath Yatra: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ । ସେପଟେ ପବିତ୍ର ଘୋଷଯାତ୍ରା ଅବସରେ ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୌ(ସୋସିଆଲ ମିଡିଆ)

Rath Yatra 2023: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଞ୍ଚଚଳ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତକୁ ପାଖରୁ ଦର୍ଶନ ଲାଗି କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ପ୍ରଥମେ ସୁଦର୍ଶନଙ୍କ ପହଣ୍ତି ପରେ ବଡ଼ ଭାଇ ପ୍ରଭୁ ବଳଭଦ୍ର, ତାପରେ ଦେବୀ ସୁଭଦ୍ରା  ଓ ଶେଷରେ ଜଗଥର ନ୍ନାଥ ଜଗନ୍ନାଥଙ୍କ ପହଣ୍ତି ହୋଇଛି । ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ତ । ସେପଟେ ପବିତ୍ର ଘୋଷଯାତ୍ରା ଅବସରେ ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସମସ୍ତ ରାଜ୍ୟ ତଥା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପବିତ୍ର ରଥଯାତ୍ରା ନେଇ ରାଷ୍ଟ୍ରପତି ଦୌପତୀ ମୁର୍ମୁ (Draupadi Murmu) ଟ୍ବିଟ କରି ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭକ୍ତି ଓ ସମର୍ପଣର ଏ ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ଜୟ ଜଗନ୍ନାଥ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଟ୍ବିଟ କରି ଲେଖିଛନ୍ତି ଯେ, ରଥଯାତ୍ରା ଲାଗି ସମସ୍ତଙ୍କୁ ଶୁଭେଚ୍ଛା । ଆମେ ଏହି ପବିତ୍ର ଉତ୍ସବ ପାଳନ କରିଥାଉ, ପ୍ରଭୁ ଜଗନ୍ନାଥଙ୍କ ଏହି ଈଶ୍ବରୀୟ ଯାତ୍ରା ଆମ ଜୀବନକୁ ସ୍ବାସ୍ଥ୍ୟ, ସୁଖ ଓ ଆଧ୍ଯାତ୍ମିକ ସମୃଦ୍ଧରେ ପରିପୂର୍ଣ୍ଣ କରେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଲେଖିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ । ଜୟ ଜଗନ୍ନାଥ ।

ରଥଯାତ୍ରା ଅବସରରେ ରାଜ୍ୟପାଳ ବିଶ୍ବର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଯାଇଛନ୍ତି ।ଜଗନ୍ନାଥ ଚେତନା ଓ ଦର୍ଶନରେ ରହିଛି ମାନବ ଜାତିର ଉତ୍ତରଣ ଓ ଅଧ୍ୟାତମ ଅନୁସରଣର ମାର୍ଗ । ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାନରେ ସହାୟକ ହେଉ ବୋଲି ସେ ଶ୍ରୀଜିଉଙ୍କୁ ପ୍ରାର୍ଥନା କରିଛନ୍ତି ।

 

ସେହିଭଳି କେନ୍ଦ୍ରମନ୍ତ୍ରୀ (Dharmendra Pradhan) ମଧ୍ଯ ରଥଯାତ୍ରା ନେଇ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ।