Rathayatra 2023: ଭକ୍ତ ପାଇଁ ଅଟକିଛନ୍ତି ମହାପ୍ରଭୁ: କିଛି ସମୟ ପରେ ରଥଟଣା
Advertisement

Rathayatra 2023: ଭକ୍ତ ପାଇଁ ଅଟକିଛନ୍ତି ମହାପ୍ରଭୁ: କିଛି ସମୟ ପରେ ରଥଟଣା

ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି ଭକ୍ତଙ୍କ ଗହଣରେ । ଭକ୍ତଙ୍କ ସହ ଭାବ ଦିଆନିଆ କରିବା ପାଇଁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡି ମାଉସୀ ମାଆ ମନ୍ଦିରକୁ ଯିବା ବାଟରେ ଅଟକିଯାଇଛନ୍ତି ୩ ରଥ (chariots) । ରଥ ଦଉଡିକୁ ସ୍ପର୍ଶ କରିବାକୁ ଭକ୍ତମାନେ ହୋଇପଡୁଛନ୍ତି ଅଧର୍ଯ୍ୟ । ୩ ରଥ

Rathayatra 2023: ଭକ୍ତ ପାଇଁ ଅଟକିଛନ୍ତି ମହାପ୍ରଭୁ: କିଛି ସମୟ ପରେ ରଥଟଣା

Rathayatra 2023: ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି ଭକ୍ତଙ୍କ ଗହଣରେ । ଭକ୍ତଙ୍କ ସହ ଭାବ ଦିଆନିଆ କରିବା ପାଇଁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡି ମାଉସୀ ମାଆ ମନ୍ଦିରକୁ ଯିବା ବାଟରେ ଅଟକିଯାଇଛନ୍ତି ୩ ରଥ (chariots) । ରଥ ଦଉଡିକୁ ସ୍ପର୍ଶ କରିବାକୁ ଭକ୍ତମାନେ ହୋଇପଡୁଛନ୍ତି ଅଧର୍ଯ୍ୟ । ୩ ରଥ ନିକଟରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା ଗତ କାଲି । ତେବେ ବିଶ୍ୱାସ ରହିଛି ଶ୍ରୀଜିଉଙ୍କ ଇଚ୍ଛା ନହେଲେ ରଥ ଚକ ଆଗକୁ ଗଡେନି । ଯାହାକୁ ନେଇ ଅନେକ ଲୋକ କଥା ମଧ୍ୟ ରହିଛି । ସେହି ଲୋକ କଥା ଅନୁସାରେ ଗୋଟିଏ କଥା ଏହା ଯେ, ଭକ୍ତଟିଏ ଶ୍ରଦ୍ଧା ଓ ଭକ୍ତିର ସହ ରଥରେ ଶ୍ରୀଜିଉଙ୍କୁ ଦେଖିବାର ଇଚ୍ଛା ରଖିଥିଲେ ମହାପ୍ରଭୁ ଏକଥା ଜାଣିପାରନ୍ତି । ଆଉ ସେଥିପାଇଁ ରଥକୁ ଅଟକାଇ ଦିଅନ୍ତି । ବୋଧହୁଏ ସେପରି କିଛି ହୋଇଛି । ନଚେତ ୩ରଥ ବଡ଼ ଦାଣ୍ଡରେ ଅଟକିଲା କାହିଁକି ?

ପବିତ୍ର ରଥଯାତ୍ରା ଅବସରରେ ବଡ଼ ଦାଣ୍ଡରେ ପହଞ୍ଚିଥିଲେ ପାଖାପାଖି ୧୧ ଲକ୍ଷ ଲୋକ । ଜନ ସମୁଦ୍ର ଦେଖି ଲାଗୁଥିଲା ସତେ ଯେମିତି ଭକ୍ତ ଆଉ ଭଗବାନ ଏକାକାର ହୋଇପଡିଛନ୍ତି ବଡ଼ ଦାଣ୍ଡରେ । ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପରେ ଯେ କେହି ବି କହିବ ସତରେ କେଡେ ସୁନ୍ଦର ଆହା କାଳିଆର ଲୀଳା । ଚକା ଆଖିରେ ଆଖି ମିଶେଇ ମନ ଭରି ଦେଖୁଛନ୍ତି ଭକ୍ତଗଣ । ଖାଲି ଦେଖୁନାହାନ୍ତି ମନର ଆବେଗ ପ୍ରଭୁଙ୍କ ପ୍ରତି ଅର୍ପଣ କରୁଛନ୍ତି । କାହିଁ କେତେ ଦୂରରୁ ଭକ୍ତଟିଏ ଆସିଥାଏ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ । କାରଣ କଥାରେ ଅଛି ପରା 'ରଥେ ତୁ ବାମନଂ ଦୃଷ୍ଟା ପୂନ୍ହଜନ୍ମ ନବିଦ୍ୟତେ '। ଗତକାଲି ୩ ଠାକୁର ଟାହିଆ ହଲେଇ ହଲେଇ ଆସୁଥିବା ସମୟରେ ପରିବେଶ ଥିଲା ଅତ୍ୟନ୍ତ ଭକ୍ତି ପୂର୍ଣ୍ଣ । ଭାବ ଭକ୍ତିରେ କଳାକାରମାନେ ସ୍ୱାଗତ କରୁଥାନ୍ତି ମହାପ୍ରଭୁଙ୍କୁ । କିଏ ନୃତ୍ୟ କରୁଥାଏ ତ ପୁଣି କିଏ ଝାଞ୍ଜ, ବାଜା, ଶଙ୍ଖ ବଜାଉଥାଏ କୌଟି କୈବଲ୍ୟନାଥ ଠାକୁରଙ୍କ ପାଇଁ । ଜୟ ଜଗନ୍ନାଥ (Jay jagannath) ଧ୍ୱନୀରେ ବଡ଼ ଦାଣ୍ଡ ସତେ ଯେମିତି ଫାଟି ପଡୁଥାଏ । ଘର୍ଘର ଶବ୍ଦରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଆଗକୁ ବଢୁଥାଏ । କିନ୍ତୁ ହଠାତ୍ ଗୋଟିଏ ପରେ ଗୋଟିଏ ରଥ ଅଟକିବାକୁ ଲାଗିଲେ । ରାତି ୮ଟା ପର୍ଯ୍ୟନ୍ତ ରଥ ଟଣାଯାଇଥିଲା ତଥାପି ସମସ୍ତ ରଥ ଶରଧାବାଲିରେ ପହଞ୍ଚିପାରିନାହାନ୍ତି । ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଯାଇଛି । ମାଉସୀ ମାଆଙ୍କ ମନ୍ଦିର ସାମ୍ନାରେ କାଳିଆ ଠାକୁରଙ୍କର ନନ୍ଦିଘୋଷ ଏବଂ ବଡ଼ ଶଙ୍ଖ ନିକଟରେ ମାଆ ଶୁଭଦ୍ରାଙ୍କ ରଥ ଅଟକିଛି ।

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁସାରେ ଆଜି ସକାଳ ୯ଟା ସମୟରେ ପୁଣିଥରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ସେବକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଯେଉଁ ଭକ୍ତମାନେ ରଥ ଟାଣିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି  ସେମାନେ ପୁଣିଥରେ ଆଜି ଶ୍ରୀକ୍ଷେତ୍ରରେ ରଥ ଟାଣିବା ସହ ନିଜର ମନସ୍କାମନା ପୂରଣ କରିପାରିବେ ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଗତକାଲି ନିର୍ଦ୍ଧାରିତ ସମୟର ଟିକେ ପୂର୍ବରୁ ପ୍ରଥା ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କର ସେବା ଲାଗି ତଥା ନୀତି କରାଯାଇଥିଲା । ବୋର ୫ଟା ୨୦ମିନିଟ ସମୟରେ ସେନାପଟା ଲାଗି ହୋଇଥିଲା । ପରେ ସକାଳ (Morning) ୮ଟା ୧୫ରେ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥ ପ୍ରତିଷ୍ଠା ହେବାର ପନ୍ଦର ମିନିଟ ପରେ ଧାଡ଼ି ପହଣ୍ଡି ଆରମ୍ଭ କରାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଓ ପରେ ଜଣକ ପରେ ଜଣେ ଠାକୁର ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିଥିଲେ । ମଧ୍ୟାହ୍ନ ୧୨ଟା ୨୦ ସମୟ ସୁଦ୍ଧା ପହଣ୍ଡି ନୀତି ସମାପ୍ତ ହେବା ସହ ମଦନ ମୋହନ ଶ୍ରୀକୃଷ୍ଣ ଓ ଶ୍ରୀରାମ ରଥକୁ ବିଜେ କରିସାରିଥିଲେ । ଅପରାହ୍ଣ ୨ଟା ୪୦ ସମୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ନିକଟରେ ପହଞ୍ଚି ନିଜର ଛେରା ପହଁରା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ, ପରେ କାଳିଆ ଠାକୁରଙ୍କ ନନ୍ଦିଘୋଷ, ଓ ପରେ ଦୁଇ ଭାଇଙ୍କ ଅଲିଅଳି ଭଉଣୀଙ୍କ ରଥରେ ଛେରା ପହଁରା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ଗଜପତି ମହାରାଜ । ଏହା ପରେ ରଥରେ ଘୋଡ଼ା ଯୋଚା କାର୍ଯ୍ୟକ୍ରମ ଓ ଚାରମାଳ ଫିଟା କାର୍ଯ୍ୟକ୍ରମ ହୋଇଥିଲା । ଦିନ ୩ଟା ସମୟରେ ପ୍ରଥମେ ବଡ଼ ଠାକୁରଙ୍କ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପାଖାପାଖି ଅଧ ଘଣ୍ଟା ପରେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ଭକ୍ତମାନେ ଟାଣିନେଇଥିଲେ ବଡ଼ ଦାଣ୍ଡରେ ।  ଦୁଇଟି ରଥ ଟଣାଯିବା ପରେ ସର୍ବାଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଆଗକୁ ଆଗକୁ ଗଡିଥିଲା ।

Also read- ସକାଳେ ଏହି ସମୟରେ ତ୍ୟାଗ କରନ୍ତୁ ଶଯ୍ୟା ! ବଦଳିଯିବ ଭାଗ୍ୟ, ପାଇବେ ଅନେକ ସଫଳତା