Heat Wave: ୪୫ ଡିଗ୍ରୀ ଛୁଇଁଲା ତାତି, ଆସନ୍ତା ୨ଦିନ ଗରମ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2213913

Heat Wave: ୪୫ ଡିଗ୍ରୀ ଛୁଇଁଲା ତାତି, ଆସନ୍ତା ୨ଦିନ ଗରମ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି

Heat Wave: ରାଜ୍ୟରେ ଆସନ୍ତା ୨ଦିନ କେମିତି ରହିବ ପାଣିପାଗ ସେନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ଖରା ସାଙ୍ଗକୁ ଆଉ କିଛି ସ୍ଥାନରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ଦିଆଯାଇଛି ।

Heat Wave: ୪୫ ଡିଗ୍ରୀ ଛୁଇଁଲା ତାତି, ଆସନ୍ତା ୨ଦିନ ଗରମ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି

Weather Update: ଏପ୍ରିଲ ମାସରେ ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଗ୍ରୀଷ୍ମ ଲହରୀ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଉଥିବା ସମୟରେ ଆଜି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫.୨°C ରେକର୍ଡ କରାଯାଇଛି। ରାଜ୍ୟବାସୀ ପ୍ରବଳ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ସମୟରେ ଆଗକୁ ପାଣିପାଗ କିପରି ରହିବ ସେନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୨୧ ଏବଂ ୨୨ ଏପ୍ରିଲ ପାଇଁ କିଛି ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ସମୟରେ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ୨୧ ଏପ୍ରିଲ (ରବିବାର) ଦିନ ପାଇଁ ମୟୂରଭଞ୍ଜ, ନୟାଗଡ, ଅନୁଗୋଳ, ବୋଦ୍ଧ, କଟକ ଏବଂ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗ୍ରୀଷ୍ମ ପ୍ରବାହ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଦେଓଗଡ଼କୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ନୂଆପଡା, ସୋନପୁର, ବଲାଙ୍ଗିର, ସମ୍ୱଲପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ବରଗଡ଼, ରାୟଗଡା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ ବି ଦୁଇଟି ସ୍ଥାନରେ ଅଧିକ ଗରମ ଅନୁଭୂତ ହେବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ ବିଜୁଳି ଓ ଘଡ଼ଘଡି ହେବା ନେଇ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ।

୨୨ ଏପ୍ରିଲ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିସହ ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହୋଇପାରେ ବୋଲି କୁହାଯାଇଛି । ସେହିପରି ସୋମବାର ଦିନ କନ୍ଧମାଳ, ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ, ମାଲକାଲଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗିର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ଥିବା କୁହାଯାଇଛି ।

Also Read- Mangal Gochar 2024: ମୀନରେ ମଙ୍ଗଳ ଚଳନ, ୨୩ ଏପ୍ରିଲରୁ ବଦଳିବ ୩ରାଶିର ଭାଗ୍ୟ

Also Read- ଷଷ୍ଠ ତାଲିକାରେ ଛଅ ବିଧାୟକଙ୍କ ଟିକଟ କଟିଲା, କେନ୍ଦୁଝରରେ ଶକ୍ତି ବୃଦ୍ଧି ଅନ୍ୟସ୍ଥାନରେ ଅସହଜ