Varsha Priyadarishini ଗଡ଼ ରକ୍ଷା କରିପାରିବେ ତ ବର୍ଷା ?
Advertisement
Article Detail0/zeeodisha/odisha2213589

Varsha Priyadarishini ଗଡ଼ ରକ୍ଷା କରିପାରିବେ ତ ବର୍ଷା ?

Varsha Priyadarishini: ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ବଡ଼ଚଣାରୁ ଅମର ଶତପଥିଙ୍କ ଟିକଟ କାଟିଛି ଦଳ। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ଆଜି ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି। ଏଠାରେ କହି ୨୦୧୯ରୁ ନିର୍ବାଚନରେ ବିଜେଡି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ବର୍ଷା। ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି।

Varsha Priyadarishini ଗଡ଼ ରକ୍ଷା କରିପାରିବେ ତ ବର୍ଷା ?

ଭୁବନେଶ୍ୱର: ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ବଡ଼ଚଣାରୁ ଅମର ଶତପଥିଙ୍କ ଟିକଟ କାଟିଛି ଦଳ। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ଆଜି ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି। ଏଠାରେ କହି ୨୦୧୯ରୁ ନିର୍ବାଚନରେ ବିଜେଡି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ବର୍ଷା। ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି।

ସେପଟେ ଅମରଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ନେତା ଶଶୀଭୂଷଣ ବେହେରା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାଁ କଟିଛି। ବିଜେଡି ଏପର୍ଯ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏଣେ ଏଯାଏ ୧୬ଟି ଆସନରେ ନାଁ ଘୋଷଣା କରିନି ବିଜେପି। ଠିକ୍ ସେହିପରି କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ ୨୨ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ।

Also Read- Sextuplets in Pakistan: ୪ପୁଅ ୨ଝିଅଙ୍କୁ ଜନ୍ମଦେଲେ ମହିଳା, ଆଶ୍ଚର୍ଯ୍ୟ ଡାକ୍ତର

Also Read- Shani Dev: ଶନି ମହାଦଶା କ’ଣ? ଏହା କେମିତି ଅସୁବିଧାରେ ପକାଇଥାଏ ଜାଣନ୍ତୁ...