Vigilance Raid: ଲାଞ୍ଚ ନେଉଥିଲେ ଭଦ୍ରକ କେନ୍ଦୁଆପଦା RI, ଠିକ୍ ସମୟରେ ମାଡିବସିଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha2069454

Vigilance Raid: ଲାଞ୍ଚ ନେଉଥିଲେ ଭଦ୍ରକ କେନ୍ଦୁଆପଦା RI, ଠିକ୍ ସମୟରେ ମାଡିବସିଲା ଭିଜିଲାନ୍ସ

Vigilance Raid: ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ତ ତହସିଲର କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡ୍ ରେ ଧରିଛି ଭିଜିଲାନ୍ସ । 

ସୂଚନା ମୁତାବକ, ବନ୍ତ ତହସିଲର ଖାନାବାଡିର ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ ଘରବାଡି ଜମିରେ ପରିବର୍ତ୍ତନ ତଥା ପଟ୍ଟା ପାଇଁ ଆରଆଇଙ୍କୁ କହିଥିଲେ ମାତ୍ର ଏହି କାମ ପାଇଁ ଆରଆଇ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆରଆଇ ଅଫିସରେ ସମସ୍ତ କାମ ପାଇଁ ଲାଞ୍ଚ କାରବାର ହେଉଥିବା ସମ୍ପର୍କରେ ବ୍ୟକ୍ତିଜଣକ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ । ପରେ ଭଦ୍ରକ ଏବଂ ବାଲେଶ୍ୱରର ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଆରଆଇ ଅଫିସରେ ପହଞ୍ଚିଥିଲେ । ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆରଆଇ ଶରତ କୁମାର ଜେନାଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ୍ ।

ଆରଆଇଙ୍କୁ ଧରିବା ପରେ ଆରଆଇ ଅଫିସ ସମେତ ତାଙ୍କ ଘର ଏବଂ ଲିଙ୍କ ଥିବା ସ୍ଥାନ ଗୁଡିକରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଲାଞ୍ଚ କାରବାରକୁ ନେଇ ଏକ ମାମଲା ରୁଜୁ କରାଯିବା ସହ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ ।

Also Read- ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ

Also Read- ମାଲକାନାଗିରି ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ମୃତ