Vigilance Raid: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଫରେଷ୍ଟ ଗାର୍ଡ, ବାଇକ୍ରୁ ମିଳିଲା ଲକ୍ଷାଧିକ ଟଙ୍କା
Advertisement
Article Detail0/zeeodisha/odisha2044286

Vigilance Raid: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଫରେଷ୍ଟ ଗାର୍ଡ, ବାଇକ୍ରୁ ମିଳିଲା ଲକ୍ଷାଧିକ ଟଙ୍କା

Vigilance Raid: ବିନାୟକ ଚନ୍ଦ୍ର ସୋରି ନିଜ ବାଇକରେ ଏକ ସ୍ଥାନକୁ ଯାଉଥିବା ସମୟରେ ଖାତିଗୁଡା ନିକଟରେ ଥିବା ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଭିଜିଲାନ୍ସ ତାଙ୍କୁ ଅଟକାଇବା ସହ ତାଙ୍କ ନିକଟରୁ ୧ ଲକ୍ଷ ୫୩ ହଜାର ଟଙ୍କା ଜବତ କରିଛି । 

Vigilance Raid: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଫରେଷ୍ଟ ଗାର୍ଡ, ବାଇକ୍ରୁ ମିଳିଲା ଲକ୍ଷାଧିକ ଟଙ୍କା

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନନ୍ଦାହାଣ୍ଡି ବ୍ଲକରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ (Forest guard) ବିନାୟକ ଚନ୍ଦ୍ର ସୋରି । ପାଖରେ ଦେଢ ଲକ୍ଷରୁ ଅଧିକ ଟଙ୍କା ଧରି ନିଜ ବାଇକରେ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କୌଣସି ସୂତ୍ରରୁ ଭିଜିଲାନ୍ସ ନିକଟରେ ବିନାୟକଙ୍କ କାରବାର ନେଇ ଖବର ପହଞ୍ଚିଥିଲା । ବିଳମ୍ୱ ନକରି ଭିଜିଲାନ୍ସ ଟିମ୍ ବିନାୟକଙ୍କୁ ଧରିବା ପାଇଁ ପିଛା କରିବା ପରେ ରାସ୍ତା ମଝିରେ ଗାଡି ଅଟକାଇ ଯାଞ୍ଚ କରିଥିଲା ।

ସୂଚନା ମୁତାବକ, ବିନାୟକ ଚନ୍ଦ୍ର ସୋରି ନିଜ ବାଇକରେ ଏକ ସ୍ଥାନକୁ ଯାଉଥିବା ସମୟରେ ଖାତିଗୁଡା ନିକଟରେ ଥିବା ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଭିଜିଲାନ୍ସ ତାଙ୍କୁ ଅଟକାଇବା ସହ ତାଙ୍କ ନିକଟରୁ ୧ ଲକ୍ଷ ୫୩ ହଜାର ଟଙ୍କା ଜବତ କରିଛି । ଏଥିସହିତ ବିନାୟକଙ୍କ ଅଫିସ୍ ଏବଂ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ତେବେ ବିନାୟକଙ୍କ ନିକଟକୁ ଏତେ ଟଙ୍କା କେଉଁଠୁ ଆସିଲା ଏବଂ ସେ ଟଙ୍କାକୁ ସେ କେଉଁଆଡେ ନେଇ ଯାଉଥିଲେ ପଚରାଯିବାରୁ ଭିଜିଲାନ୍ସ ଅଧିକାରୀଙ୍କୁ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିଲେ ବିନାୟକ । ଫଳରେ ଭିଜିଲାନ୍ସ ଟିମ୍ ବିନାୟକଙ୍କ ଘର ଓ ଅଫିସ ରେଡ୍ କରିବା ସହିତ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

Also Read- ଗୁରୁଗ୍ରାମରେ ହତ୍ୟା, ପଟିଆଲାରୁ ମିଳିଲା କାର ... ୪୮ ଘଣ୍ଟା ପରେ ବି ମିଳୁନି ଦିବ୍ୟାଙ୍କ ମୃତ ଶରୀର

Also Read- Baba Ramdev: 'ରାମ ମନ୍ଦିରକୁ ନେଇ ରାଜନୀତି କଲେ ଅସ୍ତିତ୍ୱ ରହିବନି' ବାବା ରାମଦେବ