ପାଲଲହଡାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ !
Advertisement
Article Detail0/zeeodisha/odisha2246888

ପାଲଲହଡାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ !

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ ଜନସଭାକୁ ସମ୍ୱୋଧିତ କରିଥିଲେ । ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡ଼ିଶା ପାଇଁ ଖୁସି ଓ ଗର୍ବର କଥା କିନ୍ତୁ କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ତେଣୁ ସେ ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି? ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ ।

ପାଲଲହଡାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ !

ଭୁବନେଶ୍ୱର: ଆଜି ପାଲଲହଡାରେ ନିର୍ବାଚନ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ପ୍ରଥମେ ସ୍ମୃତି ପୀଠ କଥା ଉଲ୍ଲେଖ କରି ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ ଜନସଭାକୁ ସମ୍ୱୋଧିତ କରିଥିଲେ । ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡ଼ିଶା ପାଇଁ ଖୁସି ଓ ଗର୍ବର କଥା କିନ୍ତୁ କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ତେଣୁ ସେ ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି? ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ ।

ଏଥିସହ, ଆହୁରି ଅନେକ ପ୍ରଶ୍ନ କରି ଧର୍ମେନ୍ଦ୍ରଙ୍କ ମାଟିରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ସେ କହିଥିଲେ ଯେ, ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିଲେ କି ? ତୈଳ ମନ୍ତ୍ରୀ ଭାବେ ଏଲପିଜି ଦର କମେଇଲେ କି? ପେଟ୍ରୋଲ, ଡିଜେଲ ଦର କମେଇଲେ କି? ଏହି ପବିତ୍ର ମାଟିର ବରପୁତ୍ରମାନଙ୍କ ସମ୍ମାନ ରଖିବା ପାଇଁ କିଛି କଲେ କି? କିଛି କଲେ ନାହିଁ । ଓଡ଼ିଶା ପାଇଁ କଣ କରିଛନ୍ତି, ଏହା ହେଉଛି ଏ ମାଟିରେ ଜନ୍ମ ହୋଇ ନିଜ ମାଟିକୁ ଭୁଲି ଯିବା  । ଏଥି ପାଇଁ ପ୍ରତ୍ୟେକ ନିର୍ବାଚନରେ ଅଞ୍ଚଳବାସୀ ତାଙ୍କୁ ଉଚିତ୍‌ ଜବାବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଓ ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ନିଜ ମାଟିକୁ ଅବହେଳା କରିଥିବା ପରିଚୟ ନେଇ ଏତେ ସାହସ କେଉଁଠୁ ଆସିଲା ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ପାଇଁ । ଗାଁ ଠାରୁ ସହର ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଅଞ୍ଚଳର ବିକାଶ ଘଟିଛି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଯୋଗୁ । ନିଜ ପଞ୍ଚାୟତ କିମ୍ବା ନିଜ ଅଞ୍ଚଳରେ ଗୋଟିଏ ମନ୍ଦିର କି ଗୋଟିଏ ସ୍କୁଲ କରିପାରିଲେନି କେନ୍ଦ୍ର ମନ୍ତ୍ରୀ, ତା ବି ନବୀନ ପଟ୍ଟନାୟକ କରିଛନ୍ତି । ଜୁନ୍‌ ୯ରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଦାୟିତ୍ୱ ନେବେ, ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ ।ମୁଖ୍ୟମନ୍ତ୍ରୀ ବିଜୁଳି ବିଲ୍‌ ଛାଡ କରୁଛନ୍ତି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗୁଛି । ଏମିତି କହି ବିଜେପି ଉପରେ ବର୍ଷିଥିଲେ ପାଣ୍ଡିଆନ ।

ପଚାଶ ହଜାର ଭୋଟ ବ୍ୟବଧାନରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ । ହାରିବା ଆମ କେନ୍ଦ୍ର ମନ୍ତ୍ରୀଙ୍କ ପରିଚୟ ହୋଇଯାଇଛି କହିବା ସହ କେନ୍ଦ୍ର ମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ପାଣ୍ଡିଆନ । ଆପଣଙ୍କ ନିଜ ମାଟିରେ ଶଙ୍ଖ ବାଜିବ ଜନତାଙ୍କ ଆଶୀର୍ବାଦରେ ପାଲଲହଡା ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଜନମତ ସଂଗ୍ରହ କରି ସଭା ଶେଷ କରିଥିଲେ ।

Also Read- PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ