Weather News: ୪୦ ଡିଗ୍ରୀ ତାତିରେ ସିଝିଲା ରାଜ୍ୟର ୫ଟି ସହର
Advertisement
Article Detail0/zeeodisha/odisha2181502

Weather News: ୪୦ ଡିଗ୍ରୀ ତାତିରେ ସିଝିଲା ରାଜ୍ୟର ୫ଟି ସହର

Weather Update: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ସମୟରେ ସବୁଠୁ ଉତପ୍ତ ସହର ପାଲଟିଛି ମାଲକାନଗିରି । ସେଠାରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି ପାରଦ ।

Weather News: ୪୦ ଡିଗ୍ରୀ ତାତିରେ ସିଝିଲା ରାଜ୍ୟର ୫ଟି ସହର

Weather Update: ମାର୍ଚ୍ଚ ନସରୁଣୁ ଦିନକୁ ଦିନ ବଢିବାରେ ଲାଗିଛି ତାତି । ଆଗକୁ ମୁଣ୍ଡଫଟା ଖରା ହେବ ବୋଲି ଏବେଠୁ ସତେ ଯେମିତି ଟ୍ରେଲର ଦେଖାଉଛି ଖରା । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ସମୟରେ ସବୁଠୁ ଉତପ୍ତ ସହର ପାଲଟିଛି ମାଲକାନଗିରି । ସେଠାରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି ପାରଦ ।

Post- 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ,  ବୌଦ୍ଧ ସମେତ ଟିଟିଲାଗଡରେ ସର୍ବଚ୍ଚୋ ତାପମାତ୍ରା ୪୦.୫ ଡ଼ିଗ୍ରୀ ଛୁଇଁଛି। ଏଥିସହ ବଲାଙ୍ଗିର ଜିଲ୍ଲାରେ ୪୦.୨ ଡ଼ିଗ୍ରୀ ଏବଂ ନୟାଗଡ ଜିଲ୍ଲାରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ରହିଥିବା ସମୟରେ କଟକରେ ୩୭.୬ ତାପମାତ୍ରା ରେକର୍ଡ କରାଯାଇଛି । ଏବେଠୁ ଟାଣ ଖରା ପ୍ରଭାବରୁ ଲୋକମାନେ ହନ୍ତସନ୍ତ ହେବା ଆରମ୍ଭ ହେଲେଣି । ଆଗାମି ଚାରିଦିନ ପର୍ଯ୍ୟନ୍ତ ସ୍ଥିତି ଠିକ୍ ଆଜିପରି ରହିବ ବୋଲି କୁହାଯାଉଛି ।

Also Read- Surya Gochar 2024: ସୂର୍ଯ୍ୟଙ୍କ ଚଳନ ପ୍ରଭାବ,ଏହି ରାଶି ବ୍ୟକ୍ତିଙ୍କ ପ୍ରେମ ଜୀବନରେ ବଢିବ ଚିନ୍ତା

Also Read- ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ