Weather Update: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2204009

Weather Update: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ବର୍ତ୍ତମାନ ଅପେକ୍ଷା ଆଗକୁ ଆହୁରି ଅସହ୍ୟ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଅଧିକ ଗରମ ଅନୁଭୂତ ହେବା ସହ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ କୁହାଯାଇଛି । କହିବାକୁ ଗଲେ ୧୯ ଏପ୍ରିଲ ଯାଏଁ ଅସହ୍ୟ ଗରମରେ ଛଟପଟ ହେବେ ସାଧାରଣ ଜନତା ।

Weather Update: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଓଡ଼ିଆ ନବବର୍ଷରେ ଗ୍ରୀଷ୍ଣ ପ୍ରବାହ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ବର୍ତ୍ତମାନ ଅପେକ୍ଷା ଆଗକୁ ଆହୁରି ଅସହ୍ୟ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଅଧିକ ଗରମ ଅନୁଭୂତ ହେବା ସହ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ କୁହାଯାଇଛି । କହିବାକୁ ଗଲେ ୧୯ ଏପ୍ରିଲ ଯାଏଁ ଅସହ୍ୟ ଗରମରେ ଛଟପଟ ହେବେ ସାଧାରଣ ଜନତା ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁଯାୟୀ, ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୫ ଏପ୍ରିଲ (ସୋମବାର) ଦିନ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଢେଙ୍କାନାଳ, ଭଦ୍ରକ, କଟକ, ନୟାଗଡ଼ ଓ ଯାଜପୁର । ଆଗାମି ୧୯ ଏପ୍ରିଲ ମଧ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବା ସହିତ କିଛି ସ୍ଥାନମାନଙ୍କରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବାର ଆଶଙ୍କା ରହିଛି ।

ଆଜି (ରବିବାର) ଦିନ ୨ଟା୩୦ ସୁଦ୍ଧା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ରାଜଧାନୀ ଭୁବନେଶ୍ୱର । ରାଜ୍ୟର ଦୁଇଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିବା ସମୟରେ ଚାନ୍ଦବାଲିରେ ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଝାରସୁଗୁଡାରେ   ୩୮.୮°C, ରାଉରକେଲା ୩୭.୮°C, କେନ୍ଦୁଝର ୩୭.୪°C, ସମ୍ବଲପୁର ୩୭.୨°C, ହୀରାକୁଦ ୩୭.୨°C, ବାଲେଶ୍ୱର ୩୭°C, ପାରାଦୀପ ୩୫.୫°C, ପୁରୀ ୩୪.୬°C ଏବଂ ଗୋପାଳପୁରରେ ତାପମାତ୍ରା ୩୪.୫°C ରହିଛି ।

ରାଜ୍ୟକୁ ଉତ୍ତରପଶ୍ଚିମର ଗରମ ପବନ ପ୍ରବାହିତ ହେବା ସହ ସୂର୍ଯ୍ୟଙ୍କ ରଶ୍ମି ପ୍ରଖର ରହିଥିବା କାରଣରୁ ତାପମାତ୍ରା ବୃଦ୍ଧି ହେଉଛି ବୋଲି ପାଣିପାଗ ବିଭାଗ କହିଛି । କିଛି ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି । ତେଣୁ ଆବଶ୍ୟକୀୟ ତଥା ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆପଣ ଟାଣ ଖରାରେ ପଦାକୁ ଯାଉଛନ୍ତି ତେବେ ଆବଶ୍ୟକୀୟ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଆସନ୍ତାକାଲି (୧୫ ଏପ୍ରିଲରେ) ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା,  ଅନୁଗୋଳ ଓ ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଗୁଳୁଗୁଳି ହେବା ନେଇ ଆକଳନ କରାଯାଇଛି । ଏଥିସହ ୧୬ ତାରିଖ ଦିନ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି କୁହାଯାଇଛି । କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏପ୍ରିଲ ୧୭ ଏବଂ ୧୮ ତାରିଖ ପାଇଁ ମଧ୍ୟ ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର,  କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ ଏବଂ ମାଲକାନାଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Also Read- ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ

Also Read- Sun Transit 2024: ଆଜିଠାରୁ ମେଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ସଫଳତାର ସ୍ୱାଦ ଚାଖିବେ ୩ ରାଶି