Top 10 News Today: ବିଜେପିରୁ ବହିଷ୍କୃତ ହେଲା ବିଜୟ ମହାପାତ୍ର, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2252556

Top 10 News Today: ବିଜେପିରୁ ବହିଷ୍କୃତ ହେଲା ବିଜୟ ମହାପାତ୍ର, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 17th May 2024: ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines Odisha 17th May 2024

Top 10 News Today: H1. Bijoy Mohapatra and two others expelled from BJP: ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

H2. Amit shah in rourkela: ରାଉରକେଲାରେ ନିର୍ବାଚନ ସଭାକୁ ସମ୍ଭୋଧନ କରି ରାଜ୍ୟ ସରାକାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଗୃହ ମନ୍ତ୍ରୀ ଶାହ କହିଛନ୍ତି ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି ଓ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି। ଏହା ସମେତ ସେ କହିଛନ୍ତି ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି ଓ ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଦରକାର।

H3. PM Modi Odisha Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାରଦିନ ଓଡ଼ିଶା ଆସିବେ। ଓଡ଼ିଶାରେ କର୍ମୀ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖିବା ସହ ସେ ପୁରୀରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ପୁରୀରେ ଏକ ଭବ୍ୟ ରୋଡ୍‍ ଶୋ’ ଆୟୋଜନ କରାଯାଇଛି। ଶ୍ରୀ ମୋଦୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ସାରିବା ପରେ ରୋଡ୍‍ ଶୋ' କରିବା ସୂଚନା ମିଳିଛି।

H4. Odisha weather update: କିଛି ଦିନର ପାଣିପାଗର ପରିବର୍ତ୍ତନ ପରେ ଶୁକ୍ରବାର ଦିନ ଓଡି଼ଶାର ବିଭିନ୍ନ ସ୍ଥାନରେ ଲୋକମାନେ ହିଟ୍ ୱେବ୍ ଅନୁଭବ କରିଥିଲେ। ତେବେ ସର୍ବାଧିକ ତାପମାତ୍ରାରେ ଆହୁରି ବୃଦ୍ଧି ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଆଇଏମଡି ଅନୁଯାୟୀ, ଓଡିଶା ଅନେକ ସ୍ଥାନରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ଧୀରେ ଧୀରେ ୨ରୁ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଅଛି।

H5. Russia Visa Free Entry: ଭାରତ ଓ ଋଷ ମଧ୍ୟରେ ବନ୍ଧୁତା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଯେତେବେଳେ ବି ସଙ୍କଟ ଦେଖାଦେଇଛି, ଉଭୟ ଦେଶ ପରସ୍ପରକୁ ସାହାଯ୍ୟ କରିଛନ୍ତି। ବର୍ତ୍ତମାନ ଏହି ବନ୍ଧୁତ୍ୱରେ ଏକ ନୂତନ ଅଧ୍ୟାୟ ଯୋଡିବାକୁ ଯାଉଛି। ନିଜ ଦେଶକୁ ଭିସା ମୁକ୍ତ ପର୍ଯ୍ୟଟନ ପ୍ରବେଶ ଯୋଗାଇବା ପାଇଁ ଉଭୟ ଦେଶ ଏକ ଆକ୍ସନ ପ୍ଲାନ ଉପରେ କାର୍ଯ୍ୟ କରୁଛନ୍ତି। ଏହା ଆଶା କରାଯାଏ ଯେ ଏହା ୨୦୨୪ରେ କାର୍ଯ୍ୟକାରୀ ହୋଇପାରିବ। ରୁଷ ମନ୍ତ୍ରୀଙ୍କ କହିବାନୁସାରେ, ରୁଷ ଏବଂ ଭାରତ ମଧ୍ୟରେ ଯାତ୍ରାକୁ ସୁଗମ କରିବା ପାଇଁ ଦ୍ୱିପାକ୍ଷିକ ଚୁକ୍ତି ଉପରେ ଆଲୋଚନା ଆସନ୍ତା ମାସରେ ଅର୍ଥାତ୍ ଜୁନ୍ ମାସରେ ଆରମ୍ଭ ହେବ।

H6. Kanhaiya Kumar Slapped By Youth: ଉତ୍ତର ପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ପ୍ରଚାର କରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ସମର୍ଥକମାନେ ଉଭୟ ଯୁବକଙ୍କୁ ଧରି ସେମାନଙ୍କୁ ଜୋରଦାର ମାଡ ମାରିଥିଲେ। ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଯୁବକ ଏକ ଭିଡିଓ ଜାରି କରିଥିଲେ ଓ ଏହା ଉପରେ ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ। ସେମାନେ କହିଛନ୍ତି ଯେ ଯିଏ ଭାରତୀୟ ସେନାକୁ ଅପମାନିତ କରିବ ସେ ସମାନଙ୍କର ଏହି ଭାଗ୍ୟ ହେବ। 

H7. Swati Maliwal Case: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱା ତୀ ମାଲିୱାଲ ନିଜ ଟ୍ୱିଟର ପ୍ରୋଫାଇଲରେ ପରିବର୍ତ୍ତନ କରିଛନ୍ତି। ସେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋକୁ ନିଜ ପ୍ରୋଫାଇଲରୁ ହଟାଇ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିବଭ କୁମାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିବା ପରେ ସ୍ୱାମୀ ମାଲିୱାଲ ଆମ୍ ଆଦମୀ ପାର୍ଟିର ଟାର୍ଗେଟରେ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଅତିଶୀ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓ ସ୍ୱାତୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖାରଜ କରାଥିଲେ।

H8. Fire in Air India flight: ଶୁକ୍ରବାର ଦିନ ସନ୍ଧ୍ୟାରେ ଦିଲ୍ଲୀ ବିମାନ ବନ୍ଦରରେ ଏକ ବିମାନର ନିଆଁ ଲାଗିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିବା ବିମାନର ଏସି ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ବିମାନରେ ୧୭୫ ଜଣ ଯାତ୍ରୀ ଥିଲେ। ବିମାନ ବନ୍ଦରରୁ ମିଳିଥିବା ଅପଡେଟ୍ କହିଛି ଯେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

H9. Supreme Court on ECI: ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ନିର୍ବାଚନ ଆୟୋଗ (ଇସିଆଇ) ଙ୍କ ଠାରୁ ଜବାବ ମାଗିଛନ୍ତି। ଏହି ଆବେଦନରେ ଲୋକସଭା ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟରେ ଭୋଟ୍ ସମାପ୍ତ ହେବାର ୪୮ ଘଣ୍ଟା ମଧ୍ୟରେ ଆୟୋଗର ୱେବସାଇଟରେ ମତଦାନ ବୁଥ୍ ଅନୁଯାୟୀ ଭୋଟ୍ ପ୍ରତିଶତ ଆକଳନ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

H10. MI vs LSG IPL 2024 updates: IPL 2024 ର ୬୭ ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଉଛି। ୱାଂଖଡେ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଛି। ଲକ୍ଷ୍ନୌ ପାଇଁ ପୁରନ୍ ସର୍ବାଧିକ ୭୫ ରନ୍ ସ୍କୋର କରିଥିଲେ। ମୁମ୍ବାଇକୁ ଜିତିବା ପାଇଁ ୨୧୫ ରନ୍ ଆବଶ୍ୟକ।