Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2246602

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

1.Voting in Odisha Continues: ଭାରତ ଗଣତନ୍ତ୍ରର ମହାପର୍ବରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାଦ କରୁଛି ଓଡ଼ିଶା। ୪ଟି ଲୋକସଭା ମଣ୍ଡଳୀ ଏବଂ ୨୮ଟି ବିଧିନସଭା ମଣ୍ଡଳୀଲାଗି ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ମୋଟି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ୬୨ଲକ୍ଷ ୮୭ ହଜାର ଭୋଟର ନିର୍ଦ୍ଧାରଣ କରୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ  ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମତଦାନ ହାର ଅଧିକ ରହିଛି। 

2. Two Officers on duty suspended: ନିର୍ବାଚନ ପରିଚାଳନାରେ ନିଜ ଦାୟିତ୍ୱ ଠିକ୍‍ ଭାବ ନ ତୁଲାଇବାକୁ ଲକ୍ଷ୍ୟ କରି ଦୁଇଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।  ସେମମାନଙ୍କ ଭିତରୁ ଜଣେ ହେଲେ କଳାହାଣ୍ଡି ନର୍ଲାରେ ନିୟୋଜିତ ତେଜାଂଶୁ ସାହା। ସେ ରାଜସ୍ୱ ସହାୟକ ଭାବେ ଧର୍ମଗଡ଼ରେ କାର୍ଯ୍ୟ କରୁଛନ୍ତି। ଏହି ନିର୍ବାଚନ ସମୟରେ ସେ ଯିଏ ୪ର୍ଥ ପୋଲି ଅଧିକାରୀ ଭାବେ ନିୟୋଜିତ ଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ଚିକିଟିରେ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟ ରତ ମାନସ ରଞ୍ଜନ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଜିଏସ୍‍ଟି ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।  ସେ ଗଞ୍ଜାମ ଜିଲ୍ଲା ଚିକିଟିରେ ନିର୍ବାଚନ ଦାୟିତ୍ୱରେ ନିଯୁକ୍ତ ଥିଲେ। 

3. Five Senior BJP Leaders criticises Naveen: ବିଜେପିର ୫ ତୁଙ୍ଗ ନେତା ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।  ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଛି,  ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ବିଜେପିର ଉପସଭାପତି ବୈଜୟନ୍ତ ପଣ୍ତା। ସେହିପରି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏକ ତାମିଲ ଫାର୍ମ ଯାହାର ଏପରି ଏକ ଐତିହ୍ୟ ନିର୍ମାଣ ତଥା ମରାମତିରେ କୌଣସି ଅଭିଜ୍ଞତା ତାହିଁ ତାକୁ ନିୟୋଜିତ କରାଯାଇଥିବା ଅଭିଯୋଗ କରିଛନ୍ତି। ନେତା ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି ବିତଣ୍ତା ତର୍କ ରଖୁଛି ବୋଲି କହିଛନ୍ତି। । ସରକାରୀ ତଥ୍ୟକୁ ଉଦ୍ଧୃତ କରିବା ସହ ସେ କହିଥିଲେ,  ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୬ ରହିଛି। ଜାତୀୟସ୍ତରରେ ୨୮ ରହିଛି। ଗୁଜରାଟରେ ୨୩ ରହିଛି। ଓଡ଼ିଶା  ସର୍ବାଧିକ ଶିଶୁ ମୃତ୍ୟୁହାରରେ ତୃତୀୟ ରାଜ୍ୟ।  ସ୍ୱାମୀ  ଲକ୍ଷ୍ମଣା ନନ୍ଦଙ୍କ ହତ୍ୟାା ଜାଣିଶୁଣି କରାଯାଇଛି ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ ଆଣିଛନ୍ତି।  

4. VK Pandian hits BJP: ହିନ୍ଦୋଳରୁ ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ସମାଲୋଚନା କରିଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କେ ପାଣ୍ଡିଆନ୍‍। ଜାତୀୟସ୍ତରରେ ଏତେ ବଡ଼ ଦଳ କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରିବାକୁ ଦମ୍‍ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍‍। ସେ କହିଛନ୍ତି, କିଛି ସମୟ ପୂର୍ବରୁ ବିଜେଡିର ଟାଣୁଆ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆମେ ଖବର ପାଇଥିଲୁ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। ଏପରିକି ଜଣେ ମହିଳାଙ୍କୁ ସେମାନେ ପ୍ରାର୍ଥୀ କରିବେ ବୋଲି ବି ସୂଚନା ମିଳିଥିଲା। କିନ୍ତୁ ଏହାକୁ ନେଇ ବିଜେପି ରାଜ୍ୟ ନେତୃତ୍ୱରେ ବିବାଦ ହେଲା। ସହମତି ହୋଇପାରିଲା ନାହିଁ। ବିଳମ୍ବିତ ହେଲା ପ୍ରେସ୍‍ ମିଟ୍‍ ସମୟ। କିନ୍ତୁ ନବୀନଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ। 

5. Rath Making in Puri: ଆଜି  ପୁରୀରେ ରଥ ନିର୍ମାଣର ତୃତୀୟ ଦିବସ। ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଲାଗି ମହାରାଣା ସେବକମାନେ କାର୍ଯ୍ୟ ଜୋରଦାର କରିଛନ୍ତି।  ତିନିରଥର ୬ ଗୋଟି ତୁମ୍ବର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି।  ସମୁଦାୟ ୪୨ଟି ତୁମ୍ବ ଆବଶ୍ୟକ ରହିଛି। ଏହା ତିନି ରଥର ୪୨ଗୋଟି ଚକ ନିର୍ମାଣ ପାଇଁ ପ୍ରମୁଖ ଭାବେ ଆବଶ୍ୟକ ହୋଇଥାଏ।  ତୁମ୍ଭ ପ୍ରସ୍ତୁତ ପରେ ସେଥିରେ ସୂତା ବାଡ଼ିଆ ଯାଇ ବିନ୍ଧ କରାଯିବ।ପରେ ଅର ଓ ପହି ସଂଯୋଗ କରି ଚକ ନିର୍ମାଣ ହେବ।

6. China Tops again in India’s imports: ଦୁଇବର୍ଷ ପରେ ପୁଣିଥରେ ଚୀନରୁ ଭାରତର ଆମଦାନୀ ବୃଦ୍ଧି ପାଇଛି। ୧୦୦ ବିଲିୟନ୍‍ ଡଲାରରୁ ଅଧିକ ଆମଦାନୀ ହେବାରୁ ଏହା ଆମେରିକାକୁ ପଛରେ ପକାଇଛି। ଗ୍ଲୋବାଲ୍‍ ଟ୍ରେଡ୍‍ ରିସର୍ଚ୍ଚ ଇନିସିଏଟିଭ୍‍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କରେ ଆମଦାନୀ ୩.୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରପ୍ତାନୀରେ ୮.୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୩ ରିପୋର୍ଟ ତୁଳନାରେ ୨୦୨୪ ବାଣିଜ୍ୟିକ କାରବାରକୁ ଲକ୍ଷ୍ୟ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। 

7. PM to file Nomination Tomorrow: ଆସନ୍ତା କାଲି ବାରଣାସୀରୁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପୂରତ୍ବରୁ ଆଜି ସେ ଏକ ବିଶାଳ ଶୋଭାଯାତ୍ରା ତଥା ରୋଡ୍‍ ଶୋ’ରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ପୁଣି ନାମାଙ୍କ ପୂର୍ବରୁ ସେ ଗଙ୍ଗାସ୍ନାନ କରିବେ ବୋଲି ସୂଚନା ମିଳିଛି। ଜୁନ୍‍ ୧ ତାରିଖ ଦିନ ଏଠାରେ ଭୋଟଗ୍ରହଣ ହେବ। 

8. NBW to arrest Anubhav: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି ହୋଇଛି। ବାରମ୍ବାର କୋର୍ଟଙ୍କ ସମନ ସତ୍ତ୍ୱେ ବିଭିନ୍ନ କାରଣ ଦେଖାଇ ହାଜର ନହେବା ଯୋଗୁ କୋର୍ଟ ଏହି ଓ୍ୱାରେଣ୍ଟ ନିଷ୍ପତ୍ତି ନେଇଛନ୍ତି। ୨୩ ତାରିଖ ସୁଦ୍ଧା ଏହି ଓ୍ୱାରେଣ୍ଟକୁ ଲାଗୁ କରିବାକୁ ପୁରୀ ଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିନେତ୍ରୀ ବର୍ଷାଙ୍କ ଦ୍ୱାରା ଦାୟର ଏତଲାକୁ ନେଇ ଅନୁଭବ ଏହି ଓ୍ୱାରେଣ୍ଟ ଜାରି କରାଯାଇଛି। 

9. Violence in Chikiti: ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସାର ବାତାବରଣ ସୃଷ୍ଟି ହୋଇଛି। ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ବିଜେପି ଏଜେଣ୍ଟଙ୍କୁ ବୁଥ ଭିତରକୁ ବିଜେଡି ସମର୍ଥିତ ଲୋକେ ପ୍ରବେଶ କରେଇ ଦେଉ ନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମରେ ଆତଙ୍କ ଦେଖାଦେଇଛି। 

10. Rahul to visit Odisha:  ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ୧୬ ତାରିଖରେ କନ୍ଧମାଳ ସଭାରେ ଖର୍ଗେ ଯୋଗ ଦେବେ। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।  ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ବରିଷ୍ଠ ନେତା ଜୟରାମ ରମେଶ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !