Top 10 News Today: ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପରେ ନିଖୋଜ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2254916

Top 10 News Today: ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର କ୍ରାସ୍ ପରେ ନିଖୋଜ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 19th May 2024: ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ରବିବାର ଦିନ (ମେ ୧୯) ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

Top 10 News Today

Top 10 News Today:  H1. Ebrahim Raisi Helicopter Crash: ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ରବିବାର ଦିନ (ମେ ୧୯) ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପୂର୍ବ ଆଜେରବାଇଜାନ ନିକଟରେ ଏହି ଘଟଣା ଘଟିଛି, କିନ୍ତୁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପହଞ୍ଚି ପାରି ନାହାଁନ୍ତି। ଇରାନର ଟେଲିଭିଜନ ଚ୍ୟାନେଲ ଅନୁଯାୟୀ ଇରାନର ତାରବେଜ ସହରର ସାଂସଦ ମହମ୍ମଦ ରେଜା ମିର ତାଜ କହିଛନ୍ତି ଯେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଏପର୍ଯ୍ୟନ୍ତ ମିଳିନାହିଁ। ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ଅଧିକାରୀ ଏବଂ ସେନା ଡ୍ରୋନ୍ ବ୍ୟବହାର କରୁଛନ୍ତି।

H2. PM Modi In Odisha: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ସଭାପତିଙ୍କ ସହ ଦଳର ସବୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

H3. Odisha Elections 2024: ଆସନ୍ତା କାଲି ରାଜ୍ୟରେ ଦ୍ୱୀତିୟ ପର୍ଯ୍ୟାୟ ନିର୍ବାଚନ। ଏହି ମତଦାନକୁ ସୁରୁଖୁରୁ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୦୨ ପ୍ଲାଟୁନ ପୋଲିସ ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଡିଜିପି ଅରୁଣ ସାଡଙ୍ଗୀ ରବିବାର ଦିନ ଭୁବନେଶ୍ୱରରେ ଏକ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଦେଇଛନ୍ତି ଯେ ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ହେବାକୁ ଯାଉଛି ଓ ମତଦାନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୩୩,୦୦୦ ପୋଲିସ ଫୋର୍ସ ମୁତୟନ କରାଯାଇଛି।

H4. Samir Dash switches to BJP: ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ନିମପଡାର ବିଧାୟକ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀରୁ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ତାଙ୍କୁ ଟିକେଟ୍ ନ ଦେବା ପରେ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ।

H5. Monsoon Update 2024: ଭାରତର କୃଷି ଭିତ୍ତିକ ଅର୍ଥନୀତିର ଲାଇଫ୍ ଲାଇନ୍ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ରବିବାର ଦିନ ଦେଶର ଦକ୍ଷିଣତମ ଅଞ୍ଚଳ ନିକୋବର ଦ୍ୱୀପପୁଞ୍ଜକୁ ଛୁଇଁଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ଏହି ସୂଚନା ଦେଇଛି। 

H6. Registration for CPET 2024 begins: CPET 2024 ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ samsodisha.gov.in ରେ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୭ ମଇ ରାତି ୧୧:୪୫ ରଖାଯାଇଛି। ଏହି ବର୍ଷ, CPET ପରୀକ୍ଷା ମାଧ୍ୟମରେ ସ୍ନାତକୋତ୍ତର ଆଡମିଶନ ତିନିଟି ପର୍ଯ୍ୟାୟରେ କରାଯିବ।

H7. Khallikote murder case: ଗଞ୍ଜାମ ଜିଲ୍ଲାର ଖଲିକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଜଣେ ବିଜେପି କର୍ମୀଙ୍କ ହତ୍ୟା ଘଟଣାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ହେବାର ଗୋଟିଏ ଦିନ ପରେ ଏହି ଟିମ୍ ଶନିବାର କ୍ରାଇମବ୍ରାଞ୍ଚ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି। ଆଜି ସ୍ନିଫର କୁକୁର ଓ ଫରେନସିକ୍ ବିଶେଷଜ୍ଞଙ୍କ ସହ ଏକ ଟିମ୍ ଖଲିକୋଟ ବ୍ଲକର ଶ୍ରୀକୃଷ୍ଣଶାନପୁର ଗ୍ରାମରେ ପହଞ୍ଚିଥିଲେ ଯେଉଁଠାରେ ବିଜେପି କର୍ମୀ ଦିଲୀପ ପାହାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

H8. RR vs KKR IPL 2024 updates: ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜିର ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର ଅଛ୍। ଏହା ହେଉଛି ଆଇପିଏଲ୍ ୨୦୨୩ ର ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍। କିନ୍ତୁ ବର୍ଷା ଯୋଗୁଁ ଟସ୍ ବିଳମ୍ବ ହେଉଛି। ଏଠାରେ କ୍ରମାଗତ ଭାବରେ ପ୍ରବଳ ବର୍ଷା ହେଉଛି, ଯେଉଁଥିପାଇଁ ମ୍ୟାଚ୍ ବାତିଲ ହେବାର ସମ୍ଭାବନା ମଧ୍ୟ ଅଛି।

H9. IPL 2024 SRH vs PBKS: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ ଆଧାରରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୧୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୧୯.୧ ଓଭରରେ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା। ଅଭିଷେକ ହାଇଦ୍ରାବାଦ ପାଇଁ ଏକ ରେକର୍ଡ ଭାଙ୍ଗିବା ଇନିଂସ ଖେଳିଥିଲେ। ସେ ହାଇଦ୍ରାବାଦ ପାଇଁ ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବା ଦୃଷ୍ଟିରୁ ହେନ୍ରିଚ୍ କ୍ଲାସେନକୁ ପଛରେ ପକାଇ ଦେଇଛନ୍ତି।

H10. Rohit Sharma criticizes Star Sports: ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଆଇପିଏଲ୍-୨୦୨୪ ର ଶେଷ ମ୍ୟାଚ୍ ଖେଳିଥିଲା।​ ଏହି ମ୍ୟାଚରେ ରୋହିତଙ୍କ ବ୍ୟାଟିଂ ପ୍ରଭାବଶାଳୀ ଥିଲା କିନ୍ତୁ ମୁମ୍ବାଇକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରୁ ରୋହିତଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ନେଇ ରୋହିତ ଆଇପିଏଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ବିରୋଧରେ X ରେ ଏକ ପୋଷ୍ଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି।