Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2244432

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1- CM Naveen Patnaik visit Balangir and Bargarh today:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଓ ବରଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ବଲାଙ୍ଗୀରର ସିନ୍ଧେକେଲା, ମୁରିବାହାଲ ଓ ବଲାଙ୍ଗୀରର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସିନ୍ଧେକେଲା ସଭାରେ ଯୋଗ ଦେବେ। ପୂର୍ବାହ୍ନ ୧୧ଟାରେ ସିନ୍ଧେକେଲା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସାଧାରଣ ସଭାକୁ ସମ୍ଭୋଧିତ କରିବେ। ସେଠାରୁ ୧୧ଟା ୫୫ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ମୁରିବାହାଲର ଗନ୍ଧରେଇ ଖେଳପଡି଼ଆରେ ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ। ସାଢେ ୧୨ଟା ପର୍ଯ୍ୟନ୍ତ ସେଠାରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିବେ। 

HL2- Odisha First Phase Election 2024: ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଶନିବାପ ଅପରାହ୍ନ ୫ଟାରେ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

HL3- Weather update: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି। ଏବେ ପୂର୍ବରୁ ପଶ୍ଚିମକୁ ଲମ୍ବିଥିବା  ଏକ ନିମ୍ନ ଚାପରେଖା  ଉତ୍ତର ପୂର୍ବ ରାଜସ୍ଥାନ ଅଞ୍ଚଳରେ  ସୃଷ୍ଟି ଘୃର୍ଣ୍ଣିବଳୟ  ମଧ୍ୟ ଦେଇ ପରିବ୍ୟାପ୍ତ ରହିଛି। ଏହା ଉତ୍ତର ପୂର୍ବ ରାଜସ୍ଥାନରରୁ ଆସାମ୍ ଯାଏଁ ମଧ୍ୟପ୍ରଦେଶ ,ଝାଡଖଣ୍ତ ହୋଇ  ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା ଯାଏଁ  ସମୁଦ୍ର ପତନରୁ ୦.୯ କିମି ଉପର ଯାଏଁ ଲମ୍ବିଛି।  

HL4-Naveen Patnaik's reply to the PM Modi: ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ମାନ୍ୟବର ନବୀନ ପଟ୍ଟନାୟକ କହିଛନ୍ତି, "ମୋର କ'ଣ ମନେ ଅଛି କି ନାହିଁ ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି। ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ? ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ। ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ। ଓଡିଆ ଭାଷାକୁ ଅନୁଦାନ ଶୂନ। ଓଡ଼ିଶୀ ସଂଗୀତକୁ ଭୁଲିଗଲେ ପ୍ରଧାନମନ୍ତ୍ରୀ। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା ଲାଗି ୨ ଥର ପ୍ରସ୍ତାବ ଦେଇଛି। ପ୍ରସ୍ତାବକୁ ଦୁଇ ଦୁଇ ଥର ଅଗ୍ରାହ୍ଯ କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ବହୁ ବୀରପୁତ୍ର ଅଛନ୍ତି। କେତେକ ନାମକୁ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ। କଣ ଜଣେ ବି ଭାରତ ରତ୍ନ ଲାଗି ଯୋଗ୍ଯ ବିବେଚିତ ହେଲେ ନାହିଁ। ଭାରତ ରତ୍ନ ବାଣ୍ଟିବାବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ। ଚାଷୀଙ୍କ ଏମଏସପି ୨ ଗୁଣ କରିବା ଲାଗି ପ୍ରତିଶୃତି ଦେଇଥିଲେ। ଏମଏସପି ଦୁଇଗୁଣ ପ୍ରତିଶୃତି ବି ଭୁଲିଗଲେ।"

HL5-Arvind Kejriwal Meeting today: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନ୍ ପାଇ ତିହାର ଜେଲରୁ ବାହାରିବା ପରେ ଏବେ ଆକ୍ସନ ମୋଡରେ ଅଛନ୍ତି। ଏନେଇ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଦଳର ସମସ୍ତ ବିଧାୟକ ମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସଭା ନିର୍ବାଚନ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

HL6-tiger nandan died at 18: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ନନ୍ଦନର ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛି ନନ୍ଦନ । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି ।ଖବର ମୁତାବକ, ବୟସ ଅଧିକ ହୋଇଥିବାରୁ ନନ୍ଦନର ସ୍ୱାସ୍ଥ୍ୟ ସମସ୍ୟା ରହୁଥିଲା । ତାଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ (ଖୁଆଡ ନମ୍ୱର ୩୧)ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ନନ୍ଦନର ଔରସରୁ ମୋଟ ୯ଟି ଛୁଆ ଜନ୍ମ ହୋଇଥିଲେ । ୨୦୧୩ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ନନ୍ଦନକାନନ ଅଭୟାରଣ୍ୟ ଭିତରୁ ପ୍ରାଣୀ ଉଦ୍ୟାନକୁ ଆସିଥିଲା ନନ୍ଦନ । ପରେ ସରକାରଙ୍କ ଅନୁମତି ନିଆଯାଇ ତାକୁ ପ୍ରାଣୀ ଉଦ୍ୟାନରେ ରଖାଯାଇ ପ୍ରଜନନ ପାଇଁ ବ୍ୟବହାର କରାଯାଇଥିଲା । ନନ୍ଦନର ମୃତ୍ୟୁ ପରେ ଆଜି ନନ୍ଦନକାନନରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ନନ୍ଦନକୁ ଏକ ଧଳା ଚାଦର ଘୋଡାଇ ଦିଆଯିବା ସହ ତା ଉପରେ ଫୁଲ ମାଳ ଦିଆଯାଇଥିଲା । ନନ୍ଦନର ମୃତ୍ୟୁରେ ଦୁଖ ପ୍ରକାଶ କରିଛନ୍ତି ପଶୁପ୍ରେମୀ ।

HL7-Floods in Afghanistan: ଆଫଗାନିସ୍ତାନରେ ମୌସୁମୀ ବର୍ଷା ଯୋଗୁଁ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଆହତ ହୋଇଛନ୍ତି। ତାଲିବାନର ଜଣେ ଅଧିକାରୀ ଶନିବାର ଦିନ ସଠିକ୍ ତଥ୍ୟ ନ ଦେଇ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଆଫଗାନିସ୍ତାନରେ ହଠାତ୍ ବନ୍ୟା ଯୋଗୁଁ ୩୦୦ ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସୂଚନା ଦେଇଛି। ଦେଶର ଉତ୍ତର ଅଞ୍ଚଳ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଏଠାରେ ଅନେକ ଲୋକଙ୍କ ଘର ପାଣିରେ ଧୋଇ ହୋଇଯାଇଛି।

HL8-Lok Sabha Elections 2024: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ 'ପ୍ରଧାନମନ୍ତ୍ରୀ ହେବା ଉପରେ' ଦେଇଥିବା ବୟାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ଦେଇଛନ୍ତି। ସିଏମ କେଜ୍ରିୱାଲ କହିଥିଲେ ଯେ ଯଦି ବିଜେପି ଜିତେ ତେବେ ଅମିତ ଶାହା ପ୍ରଧାନମନ୍ତ୍ରୀ ହେବେ। ଏହା ଉପରେ ଶାହା କହିଛନ୍ତି, 'ମୁଁ ଅରବିନ୍ଦ କେଜ୍ରିୱାଲ ଆଣ୍ଡ କମ୍ପାନୀ ଏବଂ ଇଣ୍ଡିଆ ମେଣ୍ଟକୁ କହିବାକୁ ଚାହୁଁଛି ଯେ ବିଜେପିର ସମ୍ବିଧାନରେ ସେପରି କିଛି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି ଓ ଭବିଷ୍ୟତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନେତୃତ୍ୱ ନେବେ। ତେଣୁ ଯଦି ପିଏମ ମୋଦୀଙ୍କୁ ୭୫ ବର୍ଷ ବୟସ ହୁଏ, ତେବେ ଏଥିରେ ଖୁସି ହେବାର ଆବଶ୍ୟକତା ନାହିଁ।'

HL9-Rishabh Pant fined and suspended: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଋଷଭ ପନ୍ତଙ୍କ ସମେତ ସମଗ୍ର ଦଳ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି। ଆଇପିଏଲ ଆଚରଣ ସଂହିତା ଭାଙ୍ଗିବା ପାଇଁ ପନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେ’ ୭ ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଋଷଭଙ୍କ ଦଳ ରାଜସ୍ଥାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲା। ଏହି ଅବଧି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଓଭର ରେଟ୍ ବହୁତ ମନ୍ଥର ଥିଲା। ଏହି ସିଜିନରେ ତୃତୀୟ ଥର ପାଇଁ ଏହା ଘଟିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

HL10- ଆଜି ଆଇପିଏଲରେ ମୋଟ୍ ୨ ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ରେ (CSK vs RR) ଚେନ୍ନାଇ ସୁପର କିଙ୍ଗସ୍ କୁ ଭେଟିବ ରାଜସ୍ଥାନ ରୟାଲ୍ସ। ସେହିପରି ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (Royal Challengers Bengaluru vs Delhi Capital)।